Saturday, July 27, 2024
24.6 C
Odisha

    ଅଯୋଧ୍ୟାରେ ଜାଗା କିଣିଲେ ବିଗ୍ ବି

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ଅଯୋଧ୍ୟାରେ ଶ୍ରୀରାମ ମନ୍ଦିର ପ୍ରତିଷ୍ଠା ଚର୍ଚ୍ଚା ଯେତିକି ବଢୁଛି , ସେଠାକାର ଘର ଏବଂ ଜାଗାର ଚାହିଦା ମଧ୍ୟ ଦିନକୁ ଦିନ ଆକାଶ ଛୁଆଁ ହେଉଛି । ହେଲେ ସେହିଭିତରେ ବାଜି ମାରିନେଇଛନ୍ତି ବଲିଉଡର ବିଗ୍ ବି ଅଭିତାଭ ବଚ୍ଚନ । ରାମ ମନ୍ଦିର ‘ପ୍ରାଣ ପ୍ରତିଷ୍ଠା’ ସମାରୋହ ପୂର୍ବରୁ ହିଁ ଅମିତାଭ ଅଯୋଧ୍ୟାରେ ଘର ତିଆରି କରିବା ପାଇଁ ପ୍ଲଟ୍ କିଣି ଦେଇଛନ୍ତି । ଯାହା ବିଷୟରେ ଜଣା ପଡିବା ପରେ ଫ୍ୟାନ୍ସଙ୍କ ମଧ୍ୟରେ ଏହା ଚର୍ଚ୍ଚାର ବିଷୟ ପାଲଟିଛି । ମିଡିଆ ରିପୋର୍ଟଅନୁଯାୟୀ, ସୁପରଷ୍ଟାର ଅମିତାଭ ବଚ୍ଚନ ଅଯୋଧ୍ୟାରେ ପାଖାପାଖି ୧୦ହଜାର ବର୍ଗ ଫୁଟ ଅଞ୍ଚଳରେ ଘର ତିଆରି ପାଇଁ ୧୪.୫କୋଟି ଟଙ୍କାର ପ୍ଲଟ୍ କିଣିଛନ୍ତି । ରିପୋର୍ଟ ଅନୁସାରେ ସେ ‘ଦି ସରୟୁ’ରେ ମୁମ୍ବାଇର ଠିକାଦାର ଦି ହାଉସ ଅଫ୍ ଅଭିନନ୍ଦନ ଲୋଡାଙ୍କ ଦ୍ୱାରା ଅଯୋଧ୍ୟାରେ ୭ ତାରକା ବିଶିଷ୍ଟ ପ୍ଲଟ୍ କିଣିଛନ୍ତି ।
    ଜାନୁଆରୀ ୨୨ରେ ଭଗବାନ ରାମଙ୍କ ପ୍ରାଣ ପ୍ରତିଷ୍ଠା ସମାରୋହ ଅନୁଷ୍ଠିତି ହେବ ଏବଂ ପ୍ରୋଜେକ୍ଟ ସରୟୁ ମଧ୍ୟ ଠିକ୍ ସେହିଦିନ ଉଦଘାଟିତ ହେବ । ମିଡିଆ ରିପୋର୍ଟ ଅନୁସାରେ ଏହି ପ୍ରୋଜେକ୍ଟରେ ନିଜ ନିବେଶ ନେଇ କହିବା ସମୟରେ, ଅଯୋଧ୍ୟା ଏପରି ଏକ ସହର ଯାହା ମୋ ହୃଦୟରେ ଏକ ବିଶେଷ ସ୍ଥାନ ସୃଷ୍ଟି କରେ ବୋଲି ଅମିତାଭ କହିଥିଲେ । ଅନ୍ୟ ପଟେ HOABL ସଭାପତି ଅଭିନନ୍ଦନ ଲୋଡା ଅମିତାଭ ବଚ୍ଚନଙ୍କୁ ସରୟୁର ‘ ପ୍ରଥମ ନାଗରିକ’ ଭାବେ ସ୍ୱାଗତ କରିଥିଲେ । ଏହି ପ୍ରୋଜେକ୍ଟ ରାମ ମନ୍ଦିର ଠାରୁ ୧୫ ମିନିଟ୍ ଏବଂ ଇଣ୍ଟରନ୍ୟାସନାଲ ବିମାନବନ୍ଦର ଠାରୁ ୩୦ ମିନିଟ ଦୂରରେ ଅବସ୍ଥିତ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    24.6 ° C
    24.6 °
    24.6 °
    94 %
    4.3kmh
    100 %
    Sat
    25 °
    Sun
    29 °
    Mon
    30 °
    Tue
    30 °
    Wed
    28 °

    ସମ୍ବନ୍ଧିତ