Wednesday, October 7, 2026
31.4 C
Odisha

    ପରିବେଶ ପାଇଁ ବର୍ଷକୁ ୧୦ଲକ୍ଷ ନିଜ ପାଣ୍ଠିରୁ ଖର୍ଚ୍ଚ ପାଇଁ କରିବେ ବିଧାୟକ

    ଆଗକୁ ପଢନ୍ତୁ

    କୋରାପୁଟ/ଲକ୍ଷ୍ମୀପୁର: ଲକ୍ଷ୍ମୀପୁର ବିଧାନସଭା ନିର୍ବାଚନ ମଣ୍ଡଳୀ ଅର୍ନ୍ତଗତ ଲକ୍ଷ୍ମୀପୁର ମହାବିଦ୍ୟାଳୟ ପରିସରରେ ‘ସମ୍ବାଦ’ ଗ୍ରୁପ୍‌ ପକ୍ଷରୁ ଶନିବାର ପରିବେଶ ପଂଚାୟତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଦିନ ଥିଲା ଲକ୍ଷ୍ମୀପୁର ଅଂଚଳରେ ତାପମାତ୍ର ୨୫ଡିଗ୍ରି ସେଲସିୟସ୍ ରହିଥିବା ବେଳେ ଆଜି ୪୦ଡିଗ୍ରିରେ ପହଚିଂଛି। ମହାବଳ ବାଘ, ଭାଲୁ, ହାତୀପଲ ସହ ବିଭିନ୍ନ ବନ୍ୟଜନ୍ତୁ ଆରାମରେ ବିଚରଣ କରୁଥିଲେ। ଆଜି ସେହି ଦିନ ନାହିଁ। ଆଜି ବ୍ୟାପକ ଭାବେଜ ଜଙ୍ଗଲ ନଷ୍ଟ ହୋଇଛି। କୋରାପୁଟ ଜିଲ୍ଲାର ସର୍ବାଧିକ ପୋଡ଼ୁଚାଷ ଏହି ନିର୍ବାଚନମଣ୍ଡଳୀର ଲକ୍ଷ୍ମୀପୁର, ଦଶମନ୍ତପୁର, ନାରାୟଣପାଟଣା, ବନ୍ଧୁଗାଁରେ ଦେଖିବାକୁ ମିଳୁଛି। ବ୍ୟାପକ ସଚେତନତାର ଆବଶ୍ୟକତା ରହିଛି। ବନବାସୀମାନେ ଗଛକୁ, ଜଙ୍ଗଲକୁ ପୂଜା କରୁଥିଲେ। ଦେବୀ ଭାବେ ପୂଜା କରି ଆସୁଥିଲେ। ଆଜି କିନ୍ତୁ ଦିନ ପରିବର୍ତ୍ତନ ହୋଇଛି।
    ଘର ସଂଖ୍ୟା ବଢ଼ିବା ସହ ବ୍ୟାପକ ଭାବେ ଜଙ୍ଗଲ କ୍ଷୟ ହୋଇଛି। କେତେବେଳେ ରେଳ ପାଇଁ ତ କେତେ ବେଳେ ନୂଆ ରାସ୍ତା ତିଆରି ପାଇଁ ଏହି ନିର୍ବାଚନମଣ୍ଡଳୀର ଗଛ ସବୁ କଟାଯାଇଛି। ନୂଆ ଯୁବ ପିଢ଼ୀ ଏହାକୁ ସୁରକ୍ଷା ଦେବାକୁ ପଡ଼ିବ। ଏହାର ସୁରକ୍ଷାର ଦାୟିତ୍ବ କେବଳ ବନବିଭାଗର କିମ୍ବା ପ୍ରଶାସନର ନୁହେଁ। ଆମ ସମସ୍ତଙ୍କର। ଓଜେନସ୍ତର ବଢ଼ିବାରେ ଲାଗିଛି। ବାୟୁମଣ୍ଡଳରେ କଣା ହୋଇଯାଇଛି। ଏହାର ସୁରକ୍ଷା ଦେବା ଦାୟିତ୍ବ ନୂଆ ପିଢ଼ି ନେବାକୁ ପଡ଼ିବ ବୋଲି ଏଥିରେ ମୁଖ୍ୟ ଅତିଥି ଭାବେ ଲକ୍ଷ୍ମୀପୁର ବିଧାୟକ ପବିତ୍ର ସାଉଁନ୍ତା ଭାଗ ନେଇ କହିଥିଲେ। ସେ ଉପସ୍ଥିତ ସମସ୍ତ ପରିବେଶବିତ୍, ସମାଜସେବୀ, ରାଜନେତା,ଅଧ୍ୟାପକ, ଅଧ୍ୟାପିକା, ଛାତ୍ରଛାତ୍ରୀଙ୍କୁ ଆସନ୍ତାକାଲି ଠାରୁ ହିଁ ପରିବେଶର ସୁରକ୍ଷା କରିବା ଏବଂ ବୃକ୍ଷରୋପଣ କରିବା ପାଇଁ ସଂକଳ୍ପ କରାଇବା ସହ ଶପଥ କରାଇଥିଲେ।

    ସେ ନିଜ ବିଧାୟକ ପାଣ୍ଠିରୁ ନିଜ ନିର୍ବାଚନମଣ୍ଡଳୀର ପରିବେଶ ସୁରକ୍ଷା ପାଇଁ ୧୦ଲକ୍ଷ ଟଙ୍କା ଖର୍ଚ୍ଚ କରିବେ ବୋଲି ଘୋଷଣା କରିଥିଲେ। ନିଜ ମା, ମାଟି, ଜଙ୍ଗଲ, ଝରଣା ନିଜ ଅଂଚଳରର ସୁରକ୍ଷା ପାଇଁ ସେ ଏହି ଖର୍ଚ୍ଚ କରିବେ ବୋଲି ଘୋଷଣା କରିଥିଲେ। ଏଥିରେ ସମସ୍ତେ ଭାଗିଦାରୀ ହେବା ପାଇଁ ବିଧାୟକ ଆହ୍ବାନ ଦେଇଥିଲେ। ଗ୍ରାମାଂଚଳରୁ ଆସୁଥିବା ଛାତ୍ରଛାତ୍ରୀମାନେ କିଭଳି ପୋଡ଼ୁଚାଷକୁ ରୋକାଯାଇ ହେବ ସେ ନେଇ ସଚେତନତା ସୃଷ୍ଟି କରିବା ସହ ବ୍ୟାପକ ଭାବେ ଗଛ ଲଗାଇବାକୁ କଲେଜର ଯୁକ୍ତ ଦୁଇ ଅଧ୍ୟକ୍ଷ ଗିରିଜା ଚୌଧୁରୀ, ଯୁକ୍ତ ତିନି ଅଧ୍ୟକ୍ଷ ବିଜୁ ମୁଦୁଲି, ପୂର୍ବତନ ସାଂସଦ ଝିନ୍ନ ହିକକା, ପରିବେଶବିତ୍ ଗୋପେଶ ଗରାଡ଼ା, ବନାଂଚଳ ଅଧିକାରୀ କୁମାର ଖରା, ଅଧ୍ୟାପକ ଜଗନ୍ନାଥ ରଥ, ମହିମାରାଣି ରାଜୁ, ହେଲେନା ପ୍ରିୟଦର୍ଶନୀ ସିଂ, ସନ୍ତୋଷିନୀ ଦାଶ, ମଣ୍ଟି ଖରା ପ୍ରମୁଖ ମତ ଦେଇଥିଲେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    few clouds
    31.4 ° C
    31.4 °
    31.4 °
    52 %
    2.4kmh
    12 %
    Wed
    29 °
    Thu
    30 °
    Fri
    30 °
    Sat
    30 °
    Sun
    30 °

    ସମ୍ବନ୍ଧିତ