Wednesday, October 7, 2026
27.2 C
Odisha

    ଭୂତକୋଠି ପାଲଟିଲାଣି କୋଟିକୋଟି ଟଙ୍କାରେ ନିର୍ମିତ କୋଠା

    ଆଗକୁ ପଢନ୍ତୁ

    କୋରାପୁଟ: ଆନ୍ଧ୍ରପ୍ରଦେଶର ବିଜୟୱାଡା ଝାଡ଼ଖଣ୍ଡର ରାଂଚି କରିଡ଼ର ଏନଏଚ ରାସ୍ତା କୋରାପୁଟ ଜିଲ୍ଲା ଦେଇ ଯାଇଛି। ଏହି ରାସ୍ତାଟି ବ୍ରହ୍ମପୁର ଦେଇ ରାୟଗଡ଼ା ଜିଲ୍ଲା ଦେଇକୋରାପୁଟ ଜିଲ୍ଲାର ଲକ୍ଷ୍ମୀପୁର, କୋରାପୁଟ ଓ ଜୟପୁର ଦେଇ ମାଲକାନଗିରି ଜିଲ୍ଲାରେ ପ୍ରବେଶ କରିଛି। ଏହି ରାସ୍ତା ନିର୍ମାଣ କାମ ଏହାରି ମଧ୍ୟରେ ଆରମ୍ଭ ହୋଇଥିଲା। ଏହାକୁ ତଦାରଖ କରିବା ପାଇଁ ଜାତୀୟ ରାଜପଥ ପକ୍ଷରୁ ଲକ୍ଷ୍ମୀପୁର ନିକଟସ୍ଥ ଆମ୍ବାଦଲା ଠାରେ ଉପଖଣ୍ଡ କାର୍ଯ୍ୟାଳୟ ପାଇଁ କୋଟି କୋଟି ଟଙ୍କାରେ ନିର୍ମାଣ କରାଯାଇଥିଲା କୋଠା। ଯେଉଁ ଲକ୍ଷ୍ୟ ଓ ଉଦେଶ୍ୟ ନେଇ ଏହା ନିର୍ମାଣ କରାଯାଇଥିଲା ତାହା ବିଚ୍ୟୁତି ହୋଇ ଯାଇଥିବା ଲକ୍ଷ୍ୟ କରାଯାଇଛି। ଏଗୁଡିକ ଏବେ ଅବ୍ୟବହୃତ ଏବଂ ଦେଖାରକା, ରକ୍ଷଣାବେକ୍ଷଣ ଅଭାବରୁ ଭୂତକୋଠି ପାଲଟିଲାଣି।
    ଲକ୍ଷ୍ୟ ଥିଲା ଏଠାରେ କାର୍ଯ୍ୟାଳୟ ଚାଳିବ ଏବଂ ଅଂଚଳର ନିର୍ମାଣ ହୋଇଥିବା ରାସ୍ତାର ଉପଯୁ୍କ୍ତ ତଦାରଖ କରାଯିବ। ତେବେ କୋଟି କୋଟି ଟଙ୍କାରେ ଏଠାରେ ୮ଟି କୋଟା ନିର୍ମାଣ କରାଯାଇଛି। ତେବେତ ନିର୍ମାଣ ପର ଠାରୁ ଆଜି ଯାଏଁ ଏଠାରେ କାର୍ଯ୍ୟାଳୟ ଚାଳିନି। ଏଠାରେ ଲାଗିଥିବା ସୋଲାର ଖମ୍ବ ଗାୟବ ହୋଇଯାଇଛି। ଚାରିଆଡେ ଲତାବୁଦା ଭରି ଯାଇଛି। ଅପରପକ୍ଷରେ ଏହା ଭୁତକୋଠି ପାଲଟିଛି। ଏଠାରେ ଏବେ ଅସାମଜିକଙ୍କ ଆଡ୍ଡା ପାଲଟିଛି। ଏପରିକି ଏହି କୋଟାକୁ ନେଇ ଦିଶା ବୈଠକରେ ଲକ୍ଷ୍ମୀପୁର ବିଧାୟକ ପବିତ୍ର ସାଉଁନ୍ତା ସରକାର ଅର୍ଥ କାହିଁକି ଶ୍ରାଦ୍ଦ କରାଗଲା ବୋଲି ବିଭାଗୀୟ ଅଧିକାରୀଙ୍କୁ ପ୍ରଶ୍ନ କରିଥିଲେ।

    ତେବେ ପୂର୍ବରୁ ଉପଖଣ୍ଡ କାର୍ଯ୍ୟାଳୟ ଯୋଜନାରେ ଏହା ନିର୍ମାଣ କରାଯାଇଥିଲା ବୋଲି ନିର୍ବାହୀ ଯନ୍ତ୍ରୀ ମାନିଥିଲେ। ଏପରିକି ବୈଠକରେ ସାଂସଦ ସପ୍ତଗିରୀ ଶଙ୍କର ଉଲ୍ଲାକା, ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତି, ପଟାଙ୍ଗୀ ବିଧାୟକ ରାମଚନ୍ଦ୍ର କାଡ଼ମ ମଧ୍ୟ ଏହାକୁ ନେଇ ଉଦବେଗ ପ୍ରକାଶ କରି ସରକାରୀ ଅର୍ଥ କାହିଁକି ନଷ୍ଟ କରାଗଲା, ଏଥି ପାଇଁ କିଏ ଉତ୍ତର ଦାୟୀ ତା ଉପରେ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଥିଲେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    27.2 ° C
    27.2 °
    27.2 °
    82 %
    0.6kmh
    37 %
    Wed
    25 °
    Thu
    30 °
    Fri
    30 °
    Sat
    30 °
    Sun
    30 °

    ସମ୍ବନ୍ଧିତ