Friday, April 10, 2026
37.3 C
Odisha

    ଓଡିଶା କ୍ରୀଡା ଜଗତରେ ଖେଳ ଓ ଖେଳାଳିଙ୍କ ପାଇଁ ମହାଦ୍ରୁମ ସାଜିଛି ଆନନ୍ଦ ସ୍ପୋର୍ଟସ

    ଆଗକୁ ପଢନ୍ତୁ

    ୧୯୮୪ ମସିହାରେ ଆନନ୍ଦ ଅଗ୍ରୱାଲଙ୍କ ଦ୍ୱାରା ପ୍ରତିଷ୍ଠିତ ଆନନ୍ଦ ସ୍ପୋର୍ଟ୍ସ ଆଜି ଓଡିଶା କ୍ରୀଡା ଜଗତରେ ଖେଳ ଓ ଖେଳାଳିଙ୍କ ପାଇଁ ଏକ ମହାଦ୍ରୁମରେ ପରିଣିତ ହେଇସାରିଲାଣି । ଦୀର୍ଘ ୪ ଦଶନ୍ଧିର ଏହି ଯାତ୍ରା ଯେତିକି କଷ୍ଟଦାୟକ ସେତିକି ପ୍ରେରଣାଦାୟୀ ମଧ୍ୟ । ୧୯୮୪ ମସିହାରେ ଗୋଟିଏ ଟେବୁଲ ଚେୟାରରୁ ଆରମ୍ଭ ହେଇତିବା ଏହି ଦୋକାନ ଆଜି ସମଗ୍ର ପୂର୍ବ ଭାରତର ଏକ ନମ୍ବର କ୍ରୀଡା ସାମଗ୍ରୀ ଦୋକାନରେ ନିଜକୁ ପରିଣତ କରିପାରିଛି । ୧୯୮୪ ମସିହାରେ ଧର୍ମପତ୍ନୀ ହେମନ୍ତୀ ଅଗ୍ରୱାଲଙ୍କ ପ୍ରେରଣାରେ ମାତ୍ର ୨୯ ବର୍ଷ ବୟସରେ ଆନନ୍ଦ ଅଗ୍ରୱାଲ କଟକର ବକ୍ସିବଜାରରେ ଆରମ୍ଭ କରିଥିଲେ ଆନନ୍ଦ ସ୍ପୋର୍ଟସ ଦୋକାନ । ପରେ ପରେ ପିତାଙ୍କ ପଥକୁ ଅନୁସରଣ କରି ତାଙ୍କ ଦୁଇ ପୁତ୍ର ୟୋଗେଶ ଓ ସୁରଜ ମଧ୍ୟ ଯଥାକ୍ରମେ ୧୯୯୫ ଓ ୧୯୯୯ ମସିହାରେ ବ୍ୟବସାୟରେ ପାଦ ଥାପିଥିଲେ ।

    ପିତା ଆନନ୍ଦଙ୍କ ସତପଥକୁ ଅନୁସରଣ କରି ଖୁବ୍ କମ୍ ଦିନରେ ଉଭୟ ପୁତ୍ର ସଫଳତା ହାସଲ କରିଥିଲେ । ଓଡିଶାର କ୍ରୀଡାବିତମାନେ ଯେଭଳି ହାତ ପାହାନ୍ତାରେ ସମସ୍ତ ପ୍ରକାରର କ୍ରୀଡା ସାମଗ୍ରୀ ସହଜ ଓ ସୁଲଭରେ ମୂଲ୍ୟରେ ପାଇପାରିବେ ଏହାକୁ ଦୃଷ୍ଟିରେ ରଖି ୨୦୦୯ ମସିହାରେ କଟକର ହୃଦୟ ବୋଲାଉଥିବା ବକ୍ସିବଜାରରେ ଉଭୟ ଭାଇ ଓଡିଶାର ପ୍ରଥମ ତିନି ତଳ ବିଶିଷ୍ଟ ଅତ୍ୟାଧୁନିକ ଶୀତତପା ନିୟନ୍ତ୍ରିତ କ୍ରୀଡା ସୋରୁମ ଶୁଭାରମ୍ଭ କରିଥିଲେ । ସମୟ ସହ ତାଳ ଦେଇ ନିଜ ବ୍ୟବସାୟକୁ ମଧ୍ୟ ସେମାନେ ଆଧୁନିକତାର ସ୍ପର୍ଶ ଦେଇଥିଲେ ଏହିକ୍ରମରେ ସେମାନେ ଦେଶର ଅନ୍ୟ ଅନେକ ବଡ ବଡ କ୍ରୀଡା ସାମଗ୍ରୀ ପ୍ରସ୍ତୁତ କରୁଥିବା ସଂସ୍ଥା କମ୍ପାନୀକୁ ନିଜ ସାଥିରେ ସାମିଲ କରାଇପାରିଥିଲେ ।୨୦୧୬ ମସିହାରେ ୬୦୦ରୁ ଅଧିକ ଡିଲରଙ୍କୁ ନିଜ ସାଥିରେ ଯୋଡିବା ସହ ୧୫ର ଅଦିକ ବଡ ବଡ କ୍ରୀଡା କମ୍ପାନୀର ଡ୍ରିଷ୍ଟିବ୍ୟୁଟର କ୍ଷମତା ହାସଲ କରି ଆନନ୍ଦ ସ୍ପୋର୍ଟସ ସମଗ୍ର ପୂର୍ବ ଭାରତର ସବୁଠାରୁ ବଡ କ୍ରୀଡା ବ୍ୟବସାୟିକ ସଂସ୍ଥା ପାଲଟିଯାଇଥିଲା । ୨୦୨୨ ମସିହାରେ ଏହାର ସ୍ୱର୍ଣ୍ଣିମ ଇତିହାସରେ ଆଉ ଏକ ଫର୍ଦ୍ଦ ଯୋଡି ହେଇଥିଲା । ଓଡିଶାରେ ସମସ୍ତଙ୍କ ପ୍ରିୟ ପାଲଟିଥିବା ଆନନ୍ଦ ସ୍ପୋର୍ଟସ ପ୍ରଥମ ଥର ପାଇଁ ରାଜ୍ୟ ବାହାରେ ଝାଡଖଣ୍ଡର ରାଞ୍ଚିରେ ନିଜର ଦ୍ୱିତୀୟ ଆଉଟଲେଟ୍ ଆନନ୍ଦ ଡ୍ରିଷ୍ଟ୍ରିବ୍ୟୁସନ୍ ଖୋଲିଥିଲା ।

    ଏହାର ଆଶାତୀତ ସଫଳତା ପରେ ୨୦୨୩ ମସିହାରେ କଟକ କେଶରପୁରରେ ପୂର୍ବ ଭାରତର ସବୁଠାରୁ ବଡ ଓ ଅତ୍ୟାଧୁନିକ ସ୍ପୋର୍ଟସ ମଲ୍ ଆନନ୍ଦ ସ୍ପୋର୍ଟସ ଇନର ନିର୍ମାଣ କରି ରାଜ୍ୟର କ୍ରୀଡାବିତ ଓ କ୍ରୀଡାପ୍ରେମୀଙ୍କ ମଧ୍ୟରେ ଆଶାର ସଞ୍ଚାର ସୃଷ୍ଟି କରିଛି । ବର୍ତ୍ତମାନ ରାଜ୍ୟ ସରକାର କ୍ରୀଡାକୁ ତୃଣମୂଳ ସ୍ତରରେ ଗୁରୁତ୍ୱ ଦେଉଥିବାବେଳେ, ଓଡିଶାର ଖେଳାଳିମାନଙ୍କ ଉଦ୍ଦେଶ୍ୟରେ ଆନନ୍ଦ ସ୍ପୋର୍ଟସ ଉତ୍ସର୍ଗ କରିଛି ତାର ସର୍ବବୃହତ କ୍ରୀଡା ମଲକୁ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    37.3 ° C
    37.3 °
    37.3 °
    14 %
    4.2kmh
    0 %
    Fri
    37 °
    Sat
    39 °
    Sun
    41 °
    Mon
    42 °
    Tue
    43 °

    ସମ୍ବନ୍ଧିତ