Sunday, September 20, 2026
24.1 C
Odisha

    ଆଜି ଶପଥ ନେବେ ନିବ ନିର୍ବାଚିତ ବିଧାୟକ । ଦୁଇ ଦିନ ଧରି ୧୪୭ ବିଧାୟକଙ୍କ ଶପଥ ପାଠ କରାଇବେ କାମଚଳା ବାଚସ୍ପତି ରଣେନ୍ଦ୍ର ପ୍ରତାପ ସ୍ୱାଇଁ

    ଆଗକୁ ପଢନ୍ତୁ

    ନିବ ନିର୍ବାଚିତ ବିଧାୟକ ନେବେ ଶପଥ । ମଙ୍ଗଳବାର ଏବଂ ବୁଧବାର ବିଧାନସଭାରେ ୧୪୭ ବିଧାୟକ ଶପଥ ଗ୍ରହଣ କରିବେ । କାମଚଳା ବାଚସ୍ପତି ରଣେନ୍ଦ୍ର ପ୍ରତାପ ସ୍ୱାଇଁ ବିଧାୟକଙ୍କୁ ଶପଥ ପାଠ କରାଇବେ । ଏହାପରେ ୨୦ରେ ରହିଛି ବାଚସ୍ପତି ନିର୍ବାଚନ । ଏହାପୂର୍ବରୁ ପୋଲିସ ଡିଜି ଅରୁଣ ଷଡଙ୍ଗୀ ବିଧାନସଭାର ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କରିଛନ୍ତି । ତିନି ଦିନିଆ ଅଧିବେଶନ ପାଇଁ ତିନି ଥାକିଆ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । କେବଳ ଯେଉଁମାନଙ୍କ ପାଖରେ ବିଧାନସଭାର ପାସ୍ ଥିବ ସେଇମାନେ ବିଧାନସଭାକୁ ପ୍ରବେଶ କରିପାରିବେ ।

    ସୁରକ୍ଷା ଦାୟିତ୍ୱରେ ୭୫ ପୋଲିସ ଅଧିକାରୀଙ୍କ ସହ ଆଠ ପ୍ଲାଟୁନ ପୋଲିସ ରହିବେ । ନିଜେ ପୋଲିସ କମିଶନର ସୁରକ୍ଷା ଦାୟିତ୍ୱରେ ରହିବେ । ଏହି ସମୟରେ ଲୋୟର ପିଏମଜିରେ କୌଣସି ଧାରଣା ନାହିଁ । ପୋଲିସ କଣ୍ଟ୍ରୋଲ ରୁମ୍ ଜରିଆରେ ସୁରକ୍ଷା ବ୍ୟବସ୍ଥାର ଅନୁଧ୍ୟାନ ହେବ

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    24.1 ° C
    24.1 °
    24.1 °
    94 %
    1.1kmh
    92 %
    Sun
    30 °
    Mon
    31 °
    Tue
    31 °
    Wed
    31 °
    Thu
    24 °

    ସମ୍ବନ୍ଧିତ