Wednesday, October 7, 2026
22.5 C
Odisha

    ଗୋଟିଏ ପରିବାରର ୩ ଜଣଙ୍କୁ ଦଳିଦେଲା ହାତୀ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର: ଘରେ ଶୋଇଥିବା ବେଳେ ଗୋଟିଏ ପରିବାରର ୩ ଜଣଙ୍କୁ ଦଳିଦେଲା ହାତୀ ।ଗତକାଲି ରାତ୍ରି ପ୍ରାୟ ୧୨ଟା ବେଳେ ଘରେ ଶୋଇଥିବା ବେଳେ ଘର ପଛ ପଟୁ ଆସି ଗୋଟିଏ ପରିବାରର ୩ ଜଣଙ୍କୁ ହାତୀପଲ ଦଳି ଦେଇ ମାରି ଦେଇଛି । ଏପରି ଏକ ଅଭାବନୀୟ ଘଟଣା ଝାରବନ୍ଧ ବ୍ଲକ ସାଲଡିହି ଗ୍ରାମରେ ଘଟିଥିବା ବେଳେ ୩ଟି ହାତୀ ଆଡ଼ୁଆଲ ଅଞ୍ଚଳରୁ ଆସିଥିବା ସୁଚନା ରହିଛି। ମୃତକମାନେ ସଲଡିହି ଗ୍ରାମର ପାନ ବରିହା(୨୪), ଦୁଇ ଝିଅପୁଅ ସୁନନ୍ଦା ବରିହା(୬) ଏବଂ ଆଦିତ୍ୟ ବରିହା (୩) ବୋଲି ଜଣାପଡିଛି । ଅନ୍ୟପକ୍ଷରେ ମୃତ ପାନ ବରିହାଙ୍କ ସ୍ୱାମୀ ବିପିନ ବରିହା ଏବଂ ପୁଅ ମଣ୍ଟୁ ବରିହା ଅଳ୍ପକେ ବର୍ତି ଯାଇଛନ୍ତି । ଗତକାଲି ବିଲମ୍ବିତ ରାତି ୧୧ ଟାରେ ହାତୀ ପଲ ଘର ପଛ ପଟୁ ଆସି ସେମାନଙ୍କୁ ଅତର୍କିତ ଭାବେ ଆକ୍ରମଣ କରିଥିଲା । ଘଟଣାସ୍ଥଳରେ ମା ଏବଂ ଦୁଇପୁଅଙ୍କ ମୃତ୍ୟୁ ଘଟିଥିଲା । ଖବର ପାଇ ବନ ବିଭାଗ କର୍ମଚାରୀଙ୍କ ୩ଟିମ୍ ଘଟଣା ସ୍ଥଳରେ ଉପସ୍ଥିତ ରହି ହାତୀ ଘଉଡ଼ାଇବାକୁ ଡାକବାଜି ଯନ୍ତ୍ର ସାହାଯ୍ୟରେ ସତର୍କ କରାଯାଉଥିବା ବନ ବିଭାଗ ପକ୍ଷରୁ ସୁଚନା ଦିଆଯାଇଛି । ଜଙ୍ଗଲୀ ହାତୀ ପାଇଁ ଏବେ ସେ ଅଞ୍ଚଳରେ ରାସ୍ତାଘାଟ ଶୁନସାନ ହୋଇଯାଇଥିବାବେଳେ ଲୋକେ ଘରୁ ବାହାରିବାକୁ ଡରୁଛନ୍ତି । ବନ ବିଭାଗ କର୍ମଚାରୀ ଘଟଣା ସ୍ଥଳରେ ଉପସ୍ଥିତ ରହିଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    22.5 ° C
    22.5 °
    22.5 °
    88 %
    1.7kmh
    0 %
    Wed
    22 °
    Thu
    30 °
    Fri
    29 °
    Sat
    30 °
    Sun
    30 °

    ସମ୍ବନ୍ଧିତ