Thursday, March 12, 2026
21.6 C
Odisha

    ରାୟଗଡ଼ାର ଆଦିବାସୀ ଜମିରେ କପା ଚାଷ କରି ମାଲାମାଲ ଆନ୍ଧ୍ର ଚାଷୀ

    ଆଗକୁ ପଢନ୍ତୁ

    ରାୟଗଡ଼ା: ଜିଲ୍ଲାର ଆଦିବାସୀ ଅଧ୍ୟୁଷିତ ଜିଲ୍ଲା ରାୟଗଡ଼ାରେ ଆଦିବାସୀ ଚାଷୀଙ୍କ ସଂଖ୍ୟା ସର୍ବାଧିକ। ଧାନ ଚାଷ ଛାଡ଼ିଦେଲେ ଜିଲ୍ଲାର ଚାଷୀ ଧଳା ହୀରା କୁହାଯାଉଥିବା କପା ଚାଷ ପ୍ରତି ବିଶେଷ ଆଗ୍ରହ ଦେଖାଉଛନ୍ତି। ଏଥିରୁ ବେଶି ଦିପଇସା ମଧ୍ୟ ଲାଭ ପାଉଛନ୍ତି। ଜିଲ୍ଲାରେ ୩୦ ପ୍ରତିଶତ କପା ଚାଷୀ ରହିଛନ୍ତି। ସେଥିମଧ୍ୟରୁ ଜିଲ୍ଲାରେ ଗରିବ ଚାଷୀଙ୍କ ସଂଖ୍ୟା ପ୍ରାୟ ୧୦ ପ୍ରତିଶତ ହେବ।ଏମାନେ ନିଜ ଜମିରେ ଚାଷ କରିବା ପାଇଁ ଏକ ପ୍ରକାର ଅକ୍ଷମ। ପରିବାର ପୋଷିବା ପାଇଁ ପ୍ରତିଦିନ କୁଲି କାମ କରନ୍ତି। ଆର୍ଥିକ ଅନାଟନ ଦେଇ ଗତି କରୁଥିବା ଏହି ଚାଷୀମାନେ ନିଜର ସ୍ବଳ୍ପ ଜମିରେ ଚାଷ କରିବା ପାଇଁ ଆଗ୍ରହ ଦେଖାଇନଥାନ୍ତି, ଯାହାର ଫାଇଦା ଉଠାଉଛନ୍ତି ଆନ୍ଧ୍ର ଦଲାଲ। ଜିଲ୍ଲାର ସୀମାନ୍ତବର୍ତ୍ତୀ ଗଜିଗାଁ, ଭୈରବ ହାଲବା, ଶେଷଖାଲ, କେରଡ଼ା ଭଳି ପଞ୍ଚାୟତଗୁଡ଼ିକରେ ରହିଥିବା ହଜାର ହଜାର ଏକର ଜମିରେ ଆନ୍ଧ୍ର ଦଲାଲ ଗରିବ ଚାଷୀଙ୍କୁ ମାତ୍ର କିଛି ଟଂକା ଦେଇ ଜମିକୁ ଲିଜ ଆକାରରେ ନେଇ ଲକ୍ଷାଧିକ ଟଂକା ରୋଜଗାର କରୁଛନ୍ତି। ସବୁ ଜମିରେ ଆନ୍ଧ୍ର ଦଲାଲମାନେ କପା ଚାଷ କରୁଛନ୍ତି। କପା ଚାଷ କରିବା ପାଇଁ ସେଭଳି କୌଣସି ଖର୍ଚ୍ଚାନ୍ତ ହେବାକୁ ପଡେ ନାହିଁ କିମ୍ବା ପାଣିର ବହୁତ ଆବଶ୍ୟକତା ନଥାଏ।
    ଆଦିବାସୀ ଚାଷୀ ଜମି ନିଜ ଜମିରେ ଚାଷ କରେ ତେବେ ସେ ଏକର ପିଛା ୮ରୁ ୯ କ୍ବିଣ୍ଟାଲ କପା ଅମଳ କରୁଥିବା ବେଳେ ଆନ୍ଧ୍ର ଦଲାଲମାନେ ଏକର ପିଛା ୧୫ କ୍ବିଣ୍ଟାଲ କପା ଅମଳ କରୁଛନ୍ତି। ପୁଣି ଜିଲ୍ଲାରେ କପା ମଣ୍ଡିରେ କପା କ୍ବିଣ୍ଟାଲ ପିଛା ୭୦୨୦ ଟଂକା ରହିଥିବା ବେଳେ ଆନ୍ଧ୍ରରେ ଏହାର ଦାମ ୯ ହଜାର ଟଂକା ରହିଛି। ଆନ୍ଧ୍ର ଦଲାଲ ନିଜର ଅମଳ କପା ସହ ଅନ୍ୟ ଗରିବ ଚାଷୀଙ୍କ କପାକୁ ମଧ୍ୟ କମ୍ ଟଂକାରେ ଖରିଦ କରି ନେଇ ଆନ୍ଧ୍ର ସହ ଅନ୍ୟ ରାଜ୍ୟଗୁଡିକରେ ବିକ୍ରି କରୁଥିବା ଦେଖିବାକୁ ମିଳିଛି। ପୁଣି ଯେଉଁ ଚାଷୀ ଆନ୍ଧ୍ର ଦଲାଲଙ୍କୁ ନିଜର ଜମି ଲିଜ ଆକାରରେ ନଦିଅନ୍ତି ଦଲାଲମାନେ ସେମାନଙ୍କୁ ଚାଷ କରିବାକୁ ଋଣ ଦେଇ ଫସାଇ ଦିଅନ୍ତି। କାରଣ ଯେଉଁ କପା ଅମଳ ହେବ ସେସବୁ ସେମାନେ କମ୍ ଦାମରେ ସେମାନଙ୍କ ଠାରୁ ନେବେ।

    ଗରିବ ଚାଷୀ ବିଚରା ଋଣ ଭାରରେ ଛନ୍ତି ହୋଇ ବାଧ୍ୟ ହୋଇ ମଣ୍ଡିରେ କପା ବିକ୍ରି କରିନପାରି ଦଲାଲଙ୍କୁ ସମସ୍ତ କପା ଦେବାକୁ ବାଧ୍ୟ ହୋଇଥାଏ। ଜିଲ୍ଲାର ଆଦିବାସୀ ଏକତା ପରିଷଦର ଜିଲ୍ଲା ସଭାପତି ତଥା ରାଷ୍ଟ୍ରୀୟ କିଷାନ ମଜଦୁର ସଂଘର ସଭାପତି ରାଜୁ ନାୟକଙ୍କ କହିବା ଅନୁଯାୟୀ ଜିଲ୍ଲାରେ ଆନ୍ଧ୍ର ଦଲାଲଙ୍କ ସଂଖ୍ୟା ଦିନକୁ ଦିନ ବଢୁଛି।ଆଦିବାସୀ ଗରିବ ଚାଷୀଙ୍କୁ ଟାର୍ଗେଟ କରି ସେମାନଙ୍କର ଜମିକୁ ଲିଜ ନେଇ ଚାଷ କରୁଥିବା ସ୍ବୀକାର କରିଥିଲେ। ସେହିପରି ଏହି ସଂଗଠର ସଦସ୍ୟ ଇରାନା ଟଡାନି ମଧ୍ୟ ସୀମାନ୍ତବର୍ତ୍ତୀ ଅଂଚଳରେ ଏହା ପ୍ରବଳ ଦେଖିବାକୁ ମିଳେ ବୋଲି କହିଥିଲେ। ଜିଲ୍ଲାରେ ପ୍ରାୟ ୪୯ ହଜାର ହେକ୍ଟର ଜମିରେ କପା ଚାଷକରାଯାଇଥାଏ।ତେବେ ଏହାର ଦଶ ପ୍ରତିଶତରୁ ଉର୍ଦ୍ଧ୍ବ ଜମିରେ ଆନ୍ଧ୍ର ଦଲାଲଙ୍କ କବଜା ରହିଥିବା ଜଣାପଡିଛି। ତେବେ ଏହା ଦୀର୍ଘ ବର୍ଷ ହେଲା ରାୟଗଡା ଜିଲ୍ଲାରେ ଚାଲିଆସୁଥିବା ବେଳେ ନିରୀହ ସରଳ ଆଦିବାସୀ ନିଜେ ଠକାମୀରେ ପଡୁଥିବା ଜାଣି ସୁଦ୍ଧା ଅନ୍ୟ ଉପାୟ ନଥିବା କହନ୍ତି।ତେବେ କେବେ ଏହି ଗରିବ ଆଦିବାସୀ ଚାଷୀ ଆନ୍ଧ୍ର ଦଲାଲଙ୍କ ଠାରୁ ମୁକ୍ତି ପାଇବେ ଦେଖିବାକୁ ବାକି ରହିଲା।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    21.6 ° C
    21.6 °
    21.6 °
    27 %
    1.7kmh
    0 %
    Thu
    37 °
    Fri
    38 °
    Sat
    39 °
    Sun
    40 °
    Mon
    38 °

    ସମ୍ବନ୍ଧିତ