Saturday, March 28, 2026
35.1 C
Odisha

    ଶ୍ରୀଜଗନ୍ନାଥ ମନ୍ଦିରରେ ଗୋମାଂସ ଖାଇ ପଶିବା ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ନୀରବ କାହିଁକି?: ଅନିଲ ବିଶ୍ୱାଳ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର, ତା.୨୨/୧୨ : ମହାପ୍ରଭୁ ଜଗନ୍ନାଥଙ୍କ ମନ୍ଦିରକୁ ଗୋମାଂସ ଖାଇ ପଶିବା ପ୍ରସଙ୍ଗକୁ ନେଇ ସାରା ଦେଶରେ ଆଲୋଡନ ସୃଷ୍ଟି ହୋଇଛି । ସାମାଜିକ ଗଣମାଧ୍ୟମରେ ଉପଲବ୍ଧ ଥିବା ଭିଡିଓରୁ ସ୍ପଷ୍ଟ ପ୍ରମାଣିତ ହେଉଛି ଯେ, କାମିଆ ଜାନିଙ୍କୁ ବିଜୁ ଜନତା ଦଳର ନେତା ଭିକେ ପାଣ୍ଡିଆନ ଶ୍ରୀମନ୍ଦିର ଭିତରକୁ ପ୍ରବେଶ କରାଇଥିଲେ, ତାଙ୍କୁ ନେଇ ମହାପ୍ରଭୁଙ୍କ ମହାପ୍ରସାଦ ମଧ୍ୟ ଖୁଆଇଥିଲେ । ଏହା ସାରା ଓଡିଶାର ଲୋକଙ୍କୁ ବ୍ୟସ୍ତ ବିବ୍ରତ କରୁଥିଲାବେଳେ ଓଡ଼ିଶାର ମୁଖ୍ୟମନ୍ତ୍ରୀ କାହିଁକି ଚୁପ୍ ଅଛନ୍ତି ତାହା ବଡ ଚିନ୍ତାର ବିଷୟ । କାମିଆ ଜାନିଙ୍କୁ କାହିଁକି ପାଣ୍ଡିଆନ ଓଡ଼ିଶା ଡାକିଥିଲେ, କାହିଁକି ତାଙ୍କ ଶ୍ରୀମନ୍ଦିର ଗସ୍ତ ସମୟରେ ଶ୍ରୀମନ୍ଦିର ପ୍ରଶାସନ, ପୁରୀ ଜିଲ୍ଲା ପ୍ରଶାସନ ମନ୍ଦିର ପାଖରେ ଉପସ୍ଥିତ ଥିଲେ ଏହାର ଉତର ଏବେ ରାଜ୍ୟବାସୀ ଚାହୁଁଛନ୍ତି । କାମିଆ ଜାନି ନିଜର ଅନେକ ଭିଡିଓରେ ଗୋମାଂସ ଖାଇବା କଥା ଖୋଲା ଖୋଲି ଭାବେ ଘୋଷଣା କରିଥିବାବେଳେ ତାଙ୍କୁ ଡାକି କାହିଁକି ପବିତ୍ର ଜଗନ୍ନାଥ ମନ୍ଦିର ଭିତରେ ପ୍ରବେଶ କରିବା ପାଇଁ ବ୍ୟବସ୍ଥା କରାଯାଇଥିଲା ଏହାର ଉତର ରାଜ୍ୟ ସରକାରଙ୍କୁ ଦେବାକୁ ପଡିବ । ମୁଖ୍ୟମନ୍ତ୍ରୀ ତୁରନ୍ତ ଏ ପ୍ରସଙ୍ଗ ଉପରେ ନିଜର କୁମ୍ଭକର୍ଣ୍ଣ ନିଦ୍ରା ଭାଙ୍ଗନ୍ତୁ ଏବଂ ଓଡ଼ିଶାବାସୀଙ୍କ ପାଖରେ ଉତର ରଖନ୍ତୁ ବୋଲି ରାଜ୍ୟ ମୁଖପାତ୍ର ଶ୍ରୀ ଅନିଲ ବିଶ୍ୱାଳ କହିଛନ୍ତି ।
    ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ବିଶ୍ୱାଳ କହିଛନ୍ତି ଯେ, କାମିଆ ଜାନି ହେଉଛନ୍ତି ଜଣେ “ପେଡ୍‌” ବ୍ଲଗର । ତାଙ୍କର ପୁରୀ ଗସ୍ତ ଓ ସେ କରିଥିବା ପାଣ୍ଡିଆନଙ୍କ ପ୍ରୋମସନରେ ସରକାରଙ୍କ କେତେ କୋଟି ଟଙ୍କା ଖର୍ଚ୍ଚ ହୋଇଛି ଏହାର ଉତର ରାଜ୍ୟ ସରକାରଙ୍କୁ ଦେବାକୁ ପଡିବ । ସେହି ଭିଡିଓରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ମନ୍ଦିରର ନିର୍ମାତା ଚୋଡଗଙ୍ଗ ଦେବ ଏବଂ ଅନଙ୍ଗଭୀମ ଦେବଙ୍କ ବିଷୟରେ କିଛି ନାହିଁ, ଶଙ୍କରାଚାର୍ଯ୍ୟଙ୍କ ବିଷୟରେ କିଛି ଉଲ୍ଲେଖ ନାହିଁ । ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ନାମକୁ ଭୁଲ୍ ଭାବେ ଉଚ୍ଚାରଣ କରାଯାଇଛି । ସମ୍ପୂର୍ଣ୍ଣ ଭିଡିଓରେ କେବଳ ଭିକେ ପାଣ୍ଡିଆନଙ୍କ ପ୍ରଶଂସା କରାଯାଇଛି । ଏଥିରୁ ସ୍ପଷ୍ଟ ପ୍ରମାଣିତ ହେଉଛି ଯେ, ରାଜ୍ୟ ରାଜକୋଷରୁ ଅର୍ଥ କରାଯାଇ ଜଣେ ଗୋମାଂସ ଭକ୍ଷଣୀକୁ ଶ୍ରୀମନ୍ଦିର ଭିତରେ ପୁରାଇ ଏକ ଗର୍ହୀତ ଅପରାଧ କରାଯାଇଛି । ଏହି ପ୍ରସଙ୍ଗରେ ମହାପ୍ରଭୁ ଶଙ୍କରାଚାର୍ଯ୍ୟଙ୍କ ଓ ଶ୍ରୀମନ୍ଦିର ମୁକ୍ତିମଣ୍ଡପ ପଣ୍ଡିତଙ୍କ ମତାମତ ଲୋଡାଯାଇ ବିଧିମତେ ଶ୍ରୀମନ୍ଦିରର ଶୋଧନ ଓ ମହାସ୍ନାନ କରାଯାଉ ।
    ଏହି ପ୍ରସଙ୍ଗରେ ବିଜୁ ଜନତା ଦଳ ଓ ଶ୍ରୀମନ୍ଦିର ପ୍ରଶାସନର ଭାଷା କେବଳ ପାଣ୍ଡିଆନକୁ ସୁରକ୍ଷା ଦେଲା ଭଳି ମନେ ହେଉଛି । କାମିଆ ଜାନି ପୁରୀ ମନ୍ଦିର ପ୍ରବେଶ କରିଥିଲେ କି ନାହିଁ ଏ ପ୍ରସଙ୍ଗରେ ସ୍ପଷ୍ଟୀକରଣ ଦେବା ପାଇଁ ବିଜୁ ଜନତା ଦଳ ଓ ଶ୍ରୀମନ୍ଦିର ପ୍ରଶାସକଙ୍କର ସତ୍‌ସାହାସ ନାହିଁ । ଯିଏ ସାରା ବିଶ୍ୱ ବୁଲି ଗୋମାଂସ ଟେଷ୍ଟ କରୁଛନ୍ତି ତାଙ୍କୁ ମହାପ୍ରଭୁଙ୍କ ମହାପ୍ରସାଦକୁ ଟେଷ୍ଟ କରିବା ପାଇଁ ଅନୁରୋଧ କରିବାର ଯେଉଁ ଘୃଣ୍ୟ ମାନସିକତା ଅଛି ତାହା ଠିକ୍ କି ଭୁଲ ଏହା ଉପରେ ସ୍ପଷ୍ଟୀକରଣ ବିଜୁ ଜନତା ଦଳ କେବେ ଦେବ? ବିଜୁ ଜନତା ଦଳ ହେଉଛି ହିନ୍ଦୁ ବିରୋଧୀ, ଜଗନ୍ନାଥ ବିରୋଧୀ । ତାମିଲନାଡୁର ଉଦୟନାଥ ଷ୍ଟାଲିନଙ୍କର ସନାତନ ବିରୋଧୀ ମାନସିକତା ଭଳି ଚିନ୍ତାଧାରାକୁ ଓଡ଼ିଶାରେ ଥୋପିବା ପାଇଁ କିଛି ସମଭାବାପର୍ଣ୍ଣ ବ୍ୟକ୍ତି ଚେଷ୍ଟିତ ଅଛନ୍ତି । ସେହି ମାନସିକତାକୁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭୂମିରେ ବରଦାସ୍ତ କରାଯାଇ ପାରିବ ନାହିଁ ବୋଲି ଶ୍ରୀ ବିଶ୍ୱାଳ କହିଛନ୍ତି ।
    ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ଗଣମାଧ୍ୟମ ମୁଖ୍ୟ ଦିଲୀପ ମଲ୍ଲିକ ଓ ସହସଂଯୋଜକ ସୁଜିତ୍ କୁମାର ଦାସ୍ ପ୍ରମୁଖ ଉପସ୍ଥିତ ଥିଲେ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    35.1 ° C
    35.1 °
    35.1 °
    23 %
    3.8kmh
    1 %
    Sat
    39 °
    Sun
    39 °
    Mon
    41 °
    Tue
    38 °
    Wed
    38 °

    ସମ୍ବନ୍ଧିତ