Tuesday, July 28, 2026
25.4 C
Odisha

    ଓଡ଼ିଆଙ୍କ ଭାବପ୍ରବଣତା ସହ ଖେଳ ଖେଳୁଛି ବିଜେଡି ମୁଖ୍ୟମନ୍ତ୍ରୀ ଡାହାଣି ହୋଇ ଲାଗୁଛନ୍ତି ଓ ଗୁଣିଆ ହୋଇ ଝାଡୁଛନ୍ତି: ମନୋଜ ମହାପାତ୍ର

    ଆଗକୁ ପଢନ୍ତୁ

    ଭୁବନେଶ୍ୱର, ତା.୨୨/୧୨ : ସାଧାରଣ ଲୋକକଥା ଅଛି ‘ବ୍ରହ୍ମା ବିଳିବିଳି ହେଲେ ବେଦ’ କିନ୍ତୁ ବିଜୁ ଜନତା ଦଳର ମୁଖିଆ ନବୀନ ବାବୁ ଯାହା ବିଳିବିଳି ହୋଇ କୁହନ୍ତି ତାହା ସିଦ୍ଧ ବୋଲି ବିଜେଡି ବିଶ୍ୱାସ କରେ । ବାସ୍ତବତା ହେଉଛି କୌଣସିଥିରେ ବି ସିଦ୍ଧାନ୍ତରେ ପହଁଚିପାରନ୍ତି ନାହିଁ । ଏଥିପାଇଁ ଓଡ଼ିଶା ତଥା ଓଡ଼ିଶାବାସୀଙ୍କ ସମ୍ମାନହାନୀ ହୋଇଥାଏ ସାରା ଦେଶରେ । ଗତକାଲି ନୂଆ ଜିଲ୍ଲା ଘୋଷଣା ନେଇ ମାନ୍ୟବର ହାଇକୋର୍ଟ ରାଜ୍ୟ ସରକାରଙ୍କ ଘୋଷଣା ଉପରେ ଅଙ୍କୁଶ ଲଗାଇଛନ୍ତି । ପଦ୍ମପୁର ନିର୍ବାଚନ ସମୟରେ ସେଠାକାର ଲୋକଙ୍କ ପାଖରୁ ଭୋଟ ହାତେଇବା ପାଇଁ “ପଦ୍ମପୁର”କୁ ଜିଲ୍ଲା ଘୋଷଣା କରିଥିଲେ ମୁଖ୍ୟମନ୍ତ୍ରୀ । ୨୦୨୩ ଡିସେମ୍ବର ସୁଦ୍ଧା ଜିଲ୍ଲା ହେବ କିନ୍ତୁ ଗତକାଲି ରାଇରଙ୍ଗପୁର ‘କ୍ରିୟାନୁଷ୍ଠାନର ପିଟିସନ’ ଉପରେ ରୋକ୍ ଲଗାଇଛନ୍ତି ମାନ୍ୟବର ହାଇକୋର୍ଟ । ମୁଖ୍ୟମନ୍ତ୍ରୀ କାହିଁକି ଏମିତି ନିଷ୍ପତି ନେଉଛନ୍ତି ଯାହାକି ପରବର୍ତୀ ସମୟରେ ମାନ୍ୟବର କୋର୍ଟ ରୋକ୍ ଲଗାଉଛନ୍ତି । ମୁଖ୍ୟମନ୍ତ୍ରୀ ଜାଣିଶୁଣି “ଡାହାଣୀ ହୋଇ ଲାଗୁଛନ୍ତି ଓ ଗୁଣିଆ ହୋଇ ଝାଡୁଛନ୍ତି” ବୋଲି ରାଜ୍ୟ ମୁଖପାତ୍ର ମନୋଜ ମହାପାତ୍ର କହିଛନ୍ତି ।

    ଶ୍ରୀ ମହାପାତ୍ର କହିଛନ୍ତି ଯେ, ଜନସ୍ୱାର୍ଥ ମାମଲାଟି ସରକାରୀ ଦଳର ପ୍ରାୟୋଜିତ ଥିଲା । ତାହାର ନିର୍ଦ୍ଦେଶକ ରାଜ୍ୟ ଆଡଭୋକେଟ ଜେନେରାଲ ଥିଲେ, ଯିଏ କି ବିଜୁ ଜନତା ଦଳର ଆଶା ବାଡି ଭଳି କାମ କରୁଛନ୍ତି । ସାଧାରଣ ଲୋକ ତଥା ଓଡ଼ିଶାବାସୀଙ୍କ ଭାବ ପ୍ରବଣତା ସହ ବିଜେଡି ସରକାର ଖେଳ ଖେଳୁଛି । ରାଜ୍ୟ ସରକାରଙ୍କୁ କିଏ ଚଳାଉଛି? ମୁଖ୍ୟମନ୍ତ୍ରୀ ନିଜର ନିଷ୍ପତିକୁ ବାରମ୍ବାର ବଦଳାଉଛନ୍ତି । ଏହା ପୂର୍ବରୁ କ୍ୟାବିନେଟ୍‌ରେ ଆଦିବାସୀ ଜମିକୁ ନେଇ ନିଷ୍ପତି ନେଲେ ପରବର୍ତୀ ସମୟରେ ତାକୁ ବଦଳାଇବାକୁ ପଡିଲା । ସେହିପରି ରତ୍ନଭଣ୍ଡାର ପ୍ରସଙ୍ଗରେ ମାନ୍ୟବର ହାଇକୋର୍ଟଙ୍କ ଦ୍ୱାରା ବାରମ୍ବାର ଭତ୍ସନା ଶୁଣିବାକୁ ପଡୁଛି । ୧୯୭୫ ମସିହାରେ ଜଷ୍ଟିସ ରାଜ କିଶୋର ଦାସ କମିଶନଙ୍କୁ ଅନୁସରଣ କରିଛନ୍ତି ନା ତାଙ୍କ ବାପା ବିଜୁ ବାବୁଙ୍କ ସମୟର ମନ୍ତ୍ରୀସ୍ତରୀୟ ସବ୍‌କମିଟି ଗଠନ ନିଷ୍ପତିକୁ ଅନୁସରଣ କରିଛନ୍ତି ? ମୁଖ୍ୟମନ୍ତ୍ରୀ କ’ଣ ସମ୍ବିଧାନରୁ ଊର୍ଦ୍ଧ୍ୱରେ କି?
    ବିଜୁ ଜନତା ଦଳ ଉତର ରଖୁ ୨୦୨୩ ଡିସେମ୍ବର ସୁଦ୍ଧା ପଦ୍ମପୁରକୁ ନୂଆ ଜିଲ୍ଲା କରିପାରିବେ କି? ରାଇରଙ୍ଗପୁର, ଚଣ୍ଡିଖୋଲ, ଘୁମୁସର, କଂଟାବାଝି, ଟିଟିଲାଗଡ, କୁଚିଣ୍ଡା ଆଦି ଅନେକ ଅଂଚଳବାସୀ ଜିଲ୍ଲାଦାବି କରୁଛନ୍ତି । ସରକାର ଗମ୍ଭୀରତାର ସହ ସମସ୍ତ ଦାବିକୁ ଗ୍ରହଣ କରନ୍ତୁ । ଭୋଟ ହାତେଇବା ପାଇଁ ମନ୍ଦ ଉଦ୍ଦେଶ୍ୟ ରଖି ନିର୍ବାଚନ ସମୟରେ ମନଇଛା ଜିଲ୍ଲା ଗଠନର ପ୍ରତିଶ୍ରୁତି ଦେଇ ଚାଲିଛନ୍ତି । ଓଡ଼ିଶାବାସୀଙ୍କୁ ପ୍ରତାରଣା ଓ ବିଶ୍ୱାସଘାତକତା କରିବାରେ ସମସ୍ତ ସୀମା ଉଲଘଂନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୋଲି ଶ୍ରୀ ମହାପାତ୍ର କହିଛନ୍ତି ।
    ଜିଲ୍ଲା ଗଠନ ସକାଶେ ଆନ୍ଧ୍ରରେ ନିଜସ୍ୱ ଆଇନ “ଆନ୍ଧ୍ର ଡିଷ୍ଟ୍ରିକ୍ଟ ଫର୍ମେସନ ଆପ୍‌” ଥିବାବେଳେ ଓଡ଼ିଶାରେ କାହିଁକି ନାହିଁ? ମୁଖ୍ୟମନ୍ତ୍ରୀ ନିଜର ଏବଂ ନିଜ ଦଳୀୟ ସ୍ୱାର୍ଥ ପାଇଁ ସବୁବେଳେ ଏଭଳି ଏକ ତରଫା ନିଷ୍ପତି ନିଅନ୍ତି, ଯାହାର ବାସ୍ତବ ରୂପ ଦେବା ତାଙ୍କ କ୍ଷମତା ବାହାରେ । ଫିତା ମାପିଲେ ଜିଲ୍ଲା ହୁଏ ନାହିଁ ବରଂ ସେଥିପାଇଁ ବିଧିବ୍ୟବସ୍ଥା ରହିଛି । କ’ଣ ପାଇଁ ମୁଖ୍ୟମନ୍ତ୍ରୀ ବିଧି ବ୍ୟବସ୍ଥାକୁ ଅନୁସରଣ ନକରି ମନଇଛା ନିଷ୍ପତି ଥୋପି ଦେଉଛନ୍ତି ତାହାର ଉତର ରଖିବାକୁ ଶ୍ରୀ ମହାପାତ୍ର ଦାବି କରିଛନ୍ତି ।
    ଯଦି ମୁଖ୍ୟମନ୍ତ୍ରୀଙ୍କର ଜିଲ୍ଲା ଗଠନ କରିବା ପାଇଁ ଆନ୍ତରିକତାଥାନ୍ତା ତାହାଲେ ଗତ ଶୀତକାଳୀନ ଅଧିବେଶନରେ ବିଧିବଧ ଆଇନ ଆଣିଥାନ୍ତେ । ଯଦି ତାଙ୍କର ଇଛାଶକ୍ତି ଅଛି ତାହେଲେ ଦଳୀୟ ରାଜନୀତିରୁ ଊର୍ଦ୍ଧ୍ୱକୁ ଉଠନ୍ତୁ । ବିଧାନସଭାର ସ୍ୱତନ୍ତ୍ର ଅଧିବେଶନ ଡାକି ଆଇନ ପ୍ରଣୟନ କରି ପଦ୍ମପୁର ସମେତ ଅନ୍ୟାନ୍ୟ ଅଂଚଳରେ ଯେଉଁ ଜିଲ୍ଲା ଗଠନ ଦାବି ହେଉଛି ସମସ୍ତଙ୍କୁ ନ୍ୟାୟଦେଇ ପାରନ୍ତେ । ବିଜେପି ସରକାରକୁ ଆସିଲେ ଜିଲ୍ଲା ଗଠନକୁ ଗୁରୁତର ସହ ବିଚାର କରି ଲୋକଙ୍କୁ ନ୍ୟାୟ ଦେବ ବୋଲି ଶ୍ରୀ ମହାପାତ୍ର କହିଛନ୍ତି ।

    (ବିଜେପି ମିଡିଆ ସେଲ୍‌)

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    heavy intensity rain
    25.4 ° C
    25.4 °
    25.4 °
    84 %
    5kmh
    100 %
    Tue
    25 °
    Wed
    25 °
    Thu
    28 °
    Fri
    30 °
    Sat
    30 °

    ସମ୍ବନ୍ଧିତ