Sunday, May 19, 2024
31.4 C
Odisha

    ନିର୍ବାଚନ ପୂର୍ବରୁ ପୁଣି ବଡ ଘୋଷଣା: ବଢିଲା ଅଙ୍ଗନବାଡି କର୍ମୀଙ୍କ ଦରମା, ଏଣିକି ମାସକୁ ମିଳିବ ୧୦ ହଜାର

    ଆଗକୁ ପଢନ୍ତୁ

    ବଢିଲା ଅଂଗନବାଡି କର୍ମୀଙ୍କ ଦରମା । ନିର୍ବାଚନ ପୂର୍ବରୁ ରାଜ୍ୟ ସରକାର ଏହିପରି ଏକ ବଡ ଘୋଷଣା କରିଛନ୍ତି । ମାସକୁ ଏଣିକି ୭ ହଜାର ୫୦୦ ବଦଳରେ ୧୦ ହଜାର ଟଂକା ପାରିଶ୍ରମିକ ପାଇବେ ଅଂଗନବାଡି କର୍ମୀ । ଦରମା ବଢିବା ପରେ ବାର୍ଷିକ ଦରମା ୪୦ ହଜାର ଟଙ୍କା ପରିବର୍ତ୍ତେ ୧ ଲକ୍ଷ ଟଙ୍କା ପାଇବେ ଅଂଗନବାଡି ଦିଦି । ଏହାଦ୍ୱାରା ୧ ଲକ୍ଷ ୪୮ ହଜାର ଅଙ୍ଗନୱାଡି କର୍ମୀ ଏବଂ ମିନି ଅଙ୍ଗନୱାଡି କର୍ମୀ ଓ ଅଙ୍ଗନୱାଡି ସହାୟିକା ଉପକୃତ ହେବେ । ଗୋଟିଏ ପରେ ଗୋଟି ବଡ ଘୋଷଣା କରିଚାଲିଛନ୍ତି ରାଜ୍ୟ ସରକାର । ଅଙ୍ଗନବାଡି, ମିନି ଅଙ୍ଗନବାଡି ଓ ଅଙ୍ଗନବାଡି ସହାୟିକାଙ୍କ ଦରମା ବଢାଇଛନ୍ତି ସରକାର । ଅଙ୍ଗନବାଡି କର୍ମୀଙ୍କ ପାରିଶ୍ରମିକ ୭ହଜାର ୫ ଶହରୁ ବଢି ୧୦ ହଜାର ହୋଇଛି । ସେହିଭଳି ମିନି ଅଙ୍ଗନୱାଡି କର୍ମୀଙ୍କ ପାରିଶ୍ରମିକ ୫ହଜାର ୩୭୫ ଟଙ୍କାରୁ ୭ହଜାର ୨୫୦ ଟଙ୍କାକୁ ବୃଦ୍ଧି କରାଯାଇଛି । ସେହିଭଳି ଅଙ୍ଗନୱାଡି ସହାୟିକାଙ୍କ ପାରିଶ୍ରମିକ ୩ହଜାର ୭୫୦ ଟଙ୍କାରୁ ୫ ହଜାର ଟଙ୍କାକୁ ବଢାଯାଇଛି । ୨୦୨୩ ଅକ୍ଟୋବର ପହିଲାରୁ ପିଚ୍ଛିଲା ଭାବେ ଏହା ଲାଗୁ ହେବ । ଏଥିପାଇଁ ରାଜ୍ୟ ସରକାର ବର୍ଷକୁ ୩୫୦ କୋଟି ଟଙ୍କା ଖର୍ଚ୍ଚ କରିବେ । ମୁଖ୍ୟମନ୍ତ୍ରୀ ଆଜି ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇ ଘୋଷଣା କରିଛନ୍ତି । ଅଙ୍ଗନୱାଡି କର୍ମୀଙ୍କ କେବଳ ବର୍ଧିତ ଦରମା ପାଇବେ ନାହିଁ, ତା ସହିତ ସେବା ବିରତି ପ୍ରୋତ୍ସାହନ ରାଶିରେ ବୃଦ୍ଧି ସହିତ ସାମାଜିକ ସୁରକ୍ଷା ଭାବରେ ଅନୁକମ୍ପା ସହାୟତା ମିଳିବ । ସେହପରି ଅଙ୍ଗନୱାଡି କର୍ମଚାରୀଙ୍କ ସେବା ନିବୃତ୍ତି ରେ ପାଉଥିବା ପ୍ରୋତ୍ସାହନ ରାଶି ବଢିଛି । ବର୍ଧିତ ପ୍ରୋତ୍ସାହନ ରାଶି ବାବଦରେ
    -ଅଙ୍ଗନବାଡି କର୍ମୀ ୪୦ ହଜାର ଟଙ୍କା ପରିବର୍ତ୍ତେ ୧ ଲକ୍ଷ ଟଙ୍କା ପାଇବେ
    -ମିନି ଅଙ୍ଗନୱାଡି କର୍ମୀମାନେ ୩୦ ହଜାର ଟଙ୍କା ପରିବର୍ତ୍ତେ ୭୫ ହଜାର ପାଇବେ
    -ସହାୟିକାଙ୍କୁ ୨୦ ହଜାର ପରିବର୍ତ୍ତେ ୫୦ ହଜାର ମିଳିବ

    ଏହାଦ୍ୱାରା ରାଜ୍ୟର ୧ ଲକ୍ଷ ୪୮ ହଜାର ଅଙ୍ଗନୱାଡି କର୍ମୀ, ମିନି ଅଙ୍ଗନୱାଡି କର୍ମୀ ଓ ଅଙ୍ଗନୱାଡି ସହାୟିକା ଉପକୃତ ହେବେ । ଅକ୍ଟୋବର ୨୦୨୩ରୁ ଜାନୁଆରୀ-୨୦୨୪ ଯାଏଁ ଚାରିମାସର ବର୍ଧିତ ବକେୟା ରାଶି ମାର୍ଚ୍ଚ ୫ ତାରିଖରୁ ୧୦ ତାରିଖ ମଧ୍ୟରେ ସେମାନଙ୍କ ବ୍ୟାଙ୍କ ଆକାଂଉଟରେ ଜମା କରାଯିବ ।

    ସେହିଭଳି ସାମାଜିକ ସୁରକ୍ଷା ଦିଗରେ ମୃତ୍ୟୁ କିମ୍ବା ଦୁର୍ଘଟଣାଜନିତ ଶାରୀରିକ ଅକ୍ଷମତା ନିମନ୍ତେ ଅଙ୍ଗନବାଡି କର୍ମୀ, ମିନି ଅଙ୍ଗନବାଡି କର୍ମୀ ଓ ସହାୟିକାଙ୍କୁ ୨ ଲକ୍ଷ ଟଙ୍କା ଓ ଆଂଶିକ ଅକ୍ଷମତା ନିମନ୍ତେ ୧ ଲକ୍ଷ ଟଙ୍କା ଦିଆଯିବ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    31.4 ° C
    31.4 °
    31.4 °
    49 %
    0.3kmh
    100 %
    Sun
    34 °
    Mon
    42 °
    Tue
    43 °
    Wed
    42 °
    Thu
    39 °

    ସମ୍ବନ୍ଧିତ