Monday, October 5, 2026
24.7 C
Odisha

    ଅଂଶୁମାନ ଓ ନିହାର ଇସ୍ତଫା ନେଇ ଏମିତି କହିଲେ PCC ସଭାପତି

    ଆଗକୁ ପଢନ୍ତୁ

    କେନ୍ଦ୍ରାପଡ଼ା ଜିଲ୍ଲାର ଟାଣୁଆ ତଥା ପୂର୍ବତନ ବିଧାୟକ ଅଂଶୁମାନ ମହାନ୍ତି ଓ ପୂର୍ବତନ ଅତାବିରା ବିଧାୟକ ନିହାର ମହାନନ୍ଦ କଂଗ୍ରେସରୁ ଇସ୍ତଫା ଦେଇଛନ୍ତି। ଦଳ ଉପରେ ଅସନ୍ତୋଷ ଝାଡ଼ି ଉଭୟ କଂଗ୍ରେସର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି। ଉଭୟ ନିଜର ଇସ୍ତଫାପତ୍ର କଂଗ୍ରେସ ମୁଖ୍ୟ ମଲ୍ଲିକାର୍ଜୁନ ଖଡ୍‌ଗେଙ୍କ ପାଖକୁ ପଠାଇ ଦେଇଛନ୍ତି।

    ଦୁଇ ନେତାଙ୍କ ଇସ୍ତଫା ନେଇ ରାଜ୍ୟ କଂଗ୍ରେସ ସଭାପତି ଶରତ ପଟ୍ଟନାୟକ କହିଛନ୍ତି, ସେମାନେ BJD ଓ BJP ଲିଙ୍କରେ ଅଛନ୍ତି। ଆଗକୁ ଆହୁରି ନେତା ଛାଡ଼ିବେ। ସେମାନେ ଗଲେ ମଧ୍ୟ କଂଗ୍ରେସର କିଛି କ୍ଷତି ହେବନି। ସେମାନେ ଛାଡ଼ିଲେ ନୂଆ ମୁହଁକୁ ଆମେ ସୁଯୋଗ ଦେବୁ। ଆମ ପାଖକୁ ବିଜେଡି ଓ ବିଜେପିରୁ ମଧ୍ୟ ନେତା ଆସୁଛନ୍ତି ବୋଲି ଶରତ ପଟ୍ଟନାୟକ କହିଛନ୍ତି। କେନ୍ଦ୍ରାପଡ଼ା ଜିଲ୍ଲାର ଟାଣୁଆ କଂଗ୍ରେସ ନେତା ହେଉଛନ୍ତି ଅଂଶୁମାନ ମହାନ୍ତି। ୨୦୧୪ ସାଧାରଣ ନିର୍ବାଚନରେ ସେ ରାଜନଗର ନିର୍ବାଚନମଣ୍ଡଳୀରୁ ବିଜୟୀ ହୋଇ ବିଧାନସଭାରେ ପହଞ୍ଚିଥିଲେ। ହେଲେ ୨୦୧୯ ନିର୍ବାଚନରେ ପରାଜୟ ବରଣ କରିଥିଲେ। ବିଜେଡିର ଧୃବ ସାହୁଙ୍କଠାରୁ ସେ ହାରି ଯାଇଥିଲେ। ନିର୍ବାଚନରେ ପରାଜୟ ପରଠାରୁ ସେ ଧୀରେ ଧୀରେ କଂଗ୍ରେସଠାରୁ ଦୂରେଇ ଯାଉଥିବା ଚର୍ଚ୍ଚା ହେଉଥିଲା। ଏଥିସହ ବିନା କଂଗ୍ରେସ ଚିହ୍ନରେ ସଭା ସମିତି ଆୟୋଜନ କରୁଥିବା ଆଲୋଚନା ହେଉଥିଲା। ଏଥିରୁ ଜଣାପଡ଼ୁଥିଲା ସେ କଂଗ୍ରେସକୁ ଛାଡ଼ି ପାରନ୍ତି। ଆଜି ସେ କଂଗ୍ରେସରୁ ଇସ୍ତଫା ଦେଇଛନ୍ତି। କିନ୍ତୁ ସେ କେଉଁ ଦଳରେ ସାମିଲ୍‌ ହେବେ, ସେନେଇ କୌଣସି ସୂଚନା ଦେଇନାହାନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    24.7 ° C
    24.7 °
    24.7 °
    80 %
    1.3kmh
    0 %
    Mon
    24 °
    Tue
    31 °
    Wed
    31 °
    Thu
    30 °
    Fri
    31 °

    ସମ୍ବନ୍ଧିତ