Saturday, October 10, 2026
24.4 C
Odisha

    ଚା ଦୋକାନରେ ନେଉଥିଲେ ଲାଞ୍ଚ ଟଙ୍କା, ମାଡିବସିଲା ଦୁର୍ନୀତି ନିବାରଣ ଟିମ

    ଆଗକୁ ପଢନ୍ତୁ

    ଲଖନଉ: ଚା ଦୋକାନରେ ବସି ଲାଞ୍ଚ ନେବାବେଳେ ଇନ୍ସପେକ୍ଟରଙ୍କୁ ଧରିଲା ଦୁର୍ନୀତି ନିବାରଣ ଟିମ | ଉତ୍ତରପ୍ରଦେଶର ମେରଟରେ ପୁଲିସ ଷ୍ଟେସନ ସମ୍ମୁଖରେ ଏକ ଚା ଦୋକାନରେ ବସି ଲାଞ୍ଚ ନେଉଥିବାବେଳେ ସମ୍ପୃକ୍ତ ଅଧିକାରୀଙ୍କୁ ଧରିଛି ଦୁର୍ନୀତି ନିବାରଣ ଟିମ | ମେରଟରେ ଜଣେ ଯୁବକଙ୍କ ନାମକୁ ମିଥ୍ୟା ମାମଲାରୁ ହଟାଇବା ପାଇଁ ଇନ୍ସପେକ୍ଟର ୨୦୦୦୦ ଟଙ୍କା ଲାଞ୍ଚ ମାଗିଥିଲେ। ଲାଞ୍ଚ ନେବା ସ୍ଥାନ ମଧ୍ୟ ପୁଲିସ ଷ୍ଟେସନ ସମ୍ମୁଖରେ ଚୂଡାନ୍ତ ହୋଇଥିଲା, କିନ୍ତୁ ବୋଧହୁଏ ଜାଲରେ ପଡ଼ିଯିବେ ବୋଲି ପୁଲିସ ଇନ୍ସପେକ୍ଟର ଜାଣି ନ ଥିଲେ। ଏହି ଜାଲରେ ପୁଲିସ ଇନ୍ସପେକ୍ଟର ଜଣକ ଫସି ଯାଇଥିଲେ | ଏହି ମାମଲା ମେରଟର ଭବନପୁର ପୁଲିସ ଷ୍ଟେସନ ଅଞ୍ଚଳର ଅବଦୁଲ୍ଲାପୁରରେ ଘଟିଛି। ପୂର୍ବ ଶତ୍ରୁତା କାରଣରୁ ଇମ୍ରାନ ଚୌହାନଙ୍କ ବିରୋଧରେ ଏକ ମାମଲା ଦାୟର କରାଯାଇଥିଲା। ଯେତେବେଳେ ଏହି ଘଟଣାର ଅନୁସନ୍ଧାନ କରାଯାଇଥିଲା, ଘଟଣାଟି ଘଟିଥିବା ଦିନ ଇମ୍ରାନ ସେଠାରେ ନଥିଲେ। ଅନୁସନ୍ଧାନରେ ସତ୍ୟ ପଦାକୁ ଆସିବା ପରେ ଇମ୍ରାନଙ୍କ ନାମ ଏହି ମାମଲାରୁ ହଟାଯିବା କଥା। ଏଠାରୁ ହିଁ ଇମ୍ରାନଙ୍କୁ ହଇରାଣ ହେବାକୁ ଲାଗିଲା।

    ଅଭିଯୋଗ ହୋଇଛି ଯେ ଭବନପୁର ପୁଲିସ ଷ୍ଟେସନରେ ପୋଷ୍ଟ ହୋଇଥିବା ଇନ୍ସପେକ୍ଟର ବିକ୍ରମ ସିଂ ନାମ ହଟାଇବା ବଦଳରେ ୫୦୦୦୦ ଟଙ୍କା ଲାଞ୍ଚ ମାଗିଥିଲେ । ତାଙ୍କ ପାଖରେ ଏତେ ଟଙ୍କା ନାହିଁ ବୋଲି ଇମ୍ରାନ ମନା କରିଦେଇଥିଲେ। ଏହାପରେ ୨୦ ହଜାର ଟଙ୍କାରେ କଥା ଛିଣ୍ଡିଥିଲା | ଇମ୍ରାନ ଅଭିଯୋଗ କରିଛନ୍ତି ଯେ ଇନ୍ସପେକ୍ଟର ବିକ୍ରମ ସିଂ ତାଙ୍କୁ ଟଙ୍କା ଦେବାକୁ ବାରମ୍ବାର ଚାପ ପକାଉଥିଲେ।

    ତାଙ୍କୁ ବହୁତ ହଇରାଣ କରାଯାଉଥିଲା, ବେଳେବେଳେ ତାଙ୍କୁ ପୁଲିସ ଷ୍ଟେସନକୁ ଡକାଯାଉଥିଲା ଏବଂ ବେଳେବେଳେ ଫୋନରେ ତାଙ୍କୁ ହଇରାଣ କରାଯାଉଥିଲା। ଏହାପରେ ସେ ଦୁର୍ନୀତି ନିବାରଣ ଟିମ ପାଖରେ ଅଭିଯୋଗ କରିଥିଲେ । ଇନ୍ସପେକ୍ଟରଙ୍କୁ ଧରିବା ପାଇଁ ସମ୍ପୂର୍ଣ୍ଣ ଯୋଜନା କରାଯାଇଥିଲା | ଇମ୍ରାନ 20 ହଜାର ଟଙ୍କା ନେଇ ପୁଲିସ ଷ୍ଟେସନକୁ ଯାଇଥିଲେ । ତେବେ ଇନ୍ସପେକ୍ଟର ବିକ୍ରମ ସିଂ ପୁଲିସ ଷ୍ଟେସନ ସମ୍ମୁଖରେ ଥିବା ଏକ ଚା ଷ୍ଟଲରେ ଟଙ୍କା ଦେବାକୁ କହିଥିଲେ | ଇମ୍ରାନ ୨୦ ହଜାର ଟଙ୍କା ଇନ୍ସପେକ୍ଟର ବିକ୍ରମ ସିଂଙ୍କୁ ଦେବାବେଳେ ଦୁର୍ନୀତି ନିବାରଣ ଟିମ ତାଙ୍କୁ ଧରିଥିଲା |

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    24.4 ° C
    24.4 °
    24.4 °
    79 %
    1.5kmh
    0 %
    Sat
    24 °
    Sun
    30 °
    Mon
    30 °
    Tue
    30 °
    Wed
    30 °

    ସମ୍ବନ୍ଧିତ