Friday, September 11, 2026
27.3 C
Odisha

    ଜଳନ୍ଧର : ବରଫ କାରଖାନାରେ ଆମୋନିଆ ଗ୍ୟାସ ଲିକ୍, ଜଣେ ମୃତ

    ଆଗକୁ ପଢନ୍ତୁ

    ଜଳନ୍ଧର: ଜଳନ୍ଧରର ଏମବିଡିବି ବୁକ୍ସ ବିଲ୍ଡିଂ ନିକଟରେ ଥିବା ଏକ ଆମୋନିଆ କାରଖାନାରୁ ଗ୍ୟାସ୍ ଲିକ୍ ହେବା ଯୋଗୁଁ ଜଣେ ବ୍ୟକ୍ତି ମୃତ୍ୟୁବରଣ କରିଥିବାବେଳେ ଆଉ କେତେକ ଆହତ ହୋଇଛନ୍ତି । ଏହା ପରେ ସଂପୃକ୍ତ ଅଂଚଳରେ ଆତଙ୍କ ଖେଳିଯାଇଛି। ସୂଚନା ଅନୁସାରେ ଗ୍ୟାସ ଲିକ୍ ହେବା ପରେ କାରଖାନାରେ ଥିବା ୪ ଜଣଙ୍କ ମଧ୍ୟରୁ ୩ ଜଣଙ୍କୁ ଉଦ୍ଧାର କରାଯାଇଥିବା ବେଳେ ଜଣଙ୍କର ମୃତ୍ୟୁ ଘଟିଥିଲା। ପୁଣି ଉଦ୍ଧାର ହୋଇଥିବା ୩ ଜଣଙ୍କ ମଧ୍ୟରୁ ଜଣେ ବ୍ୟକ୍ତି ଗୁରୁତର ଥିବା ଏସଡିଏମ ବଲବୀର ସିଂହ କହିଛନ୍ତି । ପୋଲିସ କମିଶନର ସ୍ୱପ୍ନା ଶର୍ମା ଏବଂ ଏସଡିଏମ ବଲବୀର ରାଜ ସିଂ ମଧ୍ୟ ଏହି ମାମଲାରେ ବୟାନ ଜାରି କରିଛନ୍ତି ।
    କାରଖାନାରେ ଗ୍ୟାସ୍ ଲିକ୍ ଘଟଣାରେ ଏସ୍ ଡିଏମ୍-୧ ତଦନ୍ତ ଆରମ୍ଭ କରିଥିବା ଡିସି ହିମାଂଶୁ ଅଗ୍ରୱାଲ ସୂଚନା ଦେଇଛନ୍ତି। ୧୫ ତାରିଖ ସୁଦ୍ଧା ରିପୋର୍ଟ ଉପଲବ୍ଧ ହେବ। ଘଟଣାର କାରଣ ଅନୁସନ୍ଧାନ କରାଯିବ ବୋଲି ଏସଡିଏମ କହିଛନ୍ତି। ଅନ୍ୟ ସ୍ଥାନରେ ଥିବା ବରଫ କାରଖାନାର ମଧ୍ୟ ସୁରକ୍ଷା ଯାଞ୍ଚ କରାଯିବ । ଅନ୍ୟପକ୍ଷରେ ପୁଲିସ କମିସନର ସ୍ୱପ୍ନା ଶର୍ମା କହିଛନ୍ତି ଯେ କାରଖାନାର ଲାଇସେନ୍ସ ଯାଞ୍ଚ କରାଯିବ। କାରଖାନାର ସମସ୍ତ କାଗଜପତ୍ର ଯାଞ୍ଚ କରାଯିବ ଏବଂ ଯଦି କୌଣସି ଅନିୟମିତତା ଦେଖାଯାଏ ତେବେ କାରଖାନା ମାଲିକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    27.3 ° C
    27.3 °
    27.3 °
    81 %
    1.6kmh
    97 %
    Fri
    27 °
    Sat
    28 °
    Sun
    29 °
    Mon
    31 °
    Tue
    31 °

    ସମ୍ବନ୍ଧିତ