Sunday, April 12, 2026
31.2 C
Odisha

    ବିବାହ ବିଚ୍ଛେଦ ଅନୁମତି ପରେ ଅନୁଭବ ମହାନ୍ତିଙ୍କ ପ୍ରତିକ୍ରିୟା: କହିଲେ ବିଳମ୍ବରେ ହେଉ ପଛେ ମତେ ମୋ ପରିବାରକୁ ନ୍ୟାୟ ମିଳିଛି

    ଆଗକୁ ପଢନ୍ତୁ

    ଏବେ ପୁଣି ଚର୍ଚ୍ଚାରେ ଅଭିନେତା ଅନୁଭବ ମହାନ୍ତି ଓ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କ ବିବାହ ବିଛେଦ ମାମଲା। ବିବାହ ବିଚ୍ଛେଦକୁ ହାଇକୋର୍ଟ ଅନୁମତି ଦେବା ପରେ ପ୍ରଥମ ଥର କ୍ୟାମେରା ସାମ୍ନାରେ ପ୍ରତିକ୍ରିୟା ରଖିଛନ୍ତି ଅନୁଭବ ମହାନ୍ତି। ଆଗକୁ ଯାହାବି କରିବି ମୁଣ୍ଡ ହାଲକା ରଖି କାମ କରିବି। ବହୁତ ହାଲକା ଅନୁଭବ କରୁଛି। ମାନ୍ୟବର ହାଇକୋର୍ଟଙ୍କ ପାଖରେ ଓ ମୋ ଓକିଲ ମାନଙ୍କ ପାଖରେ ମୁଁ ଋଣୀ। ନ୍ୟାୟ ସଠିକ ସମୟରେ ମିଳିବା ବହୁତ ଗୁରୁତ୍ୱପୂର୍ଣ୍ଣ। ବିଳମ୍ବ ହେଲା କିନ୍ତୁ ସେଥିପାଇଁ କାହାକୁ ଦୋଷ ଦେବି ନାହିଁ। ନ୍ୟାୟର ସବୁବେଳେ ସବୁ କ୍ଷେତ୍ରରେ ଜୟ ହେଉ।

    ଯେଉଁମାନେ ସତରେ ଅଛନ୍ତି ସେମାନଙ୍କୁ ଏଭଳି ନ୍ୟାୟ ମିଳୁ। ଯେଉଁ ପରିସ୍ଥିତି ସମୟ ଦେଇ ଗତି କରୁଥିଲି ତା ପଛରେ କିଛି ରାଜନୈତିକ ଉଦ୍ଦେଶ୍ୟ ନିଶ୍ଚିତ ଭାବେ ମୋ ବିରୁଦ୍ଧରେ ଥିଲା। ମହାପ୍ରଭୁ ଆଜି ସେ ଦୁଃଖ ପରିସ୍ଥିତିକୁ ବଦଳେଇ ଦେଇଛନ୍ତି। ବର୍ତ୍ତମାନ ଆମ ସମସ୍ତଙ୍କ ପାଇଁ ମୋର ଦାୟିତ୍ୱ। ବାପାଙ୍କ ପାଇଁ ଯାହା କର୍ତ୍ତବ୍ୟ ଗୋଟେ ପୁଅ ହିସାବରେ ସେଇଟା ଆଗେ ନିଭେଇବି। ମୋର ଝିଆରୀ ମୋତେ ବହୁତ ପସନ୍ଦ, ମୋ ମା ଙ୍କୁ ବହୁତ ଭଲ ପାଏ। ମୁଁ ଆପଣ ମାନଙ୍କୁ ଭଲ ପାଇବାର ସହ ହାତଯୋଡି ଅନୁରୋଧ କରିବି ଠାକୁରଙ୍କୁ ଅନ୍ତର ଆତ୍ମାର ସହ ଡାକନ୍ତୁ ବାପାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ଜଲଦିରୁ ଜଲଦି ଭଲ ହେଉ। ବାପା ମା ଖୁସିରେ ଛିଡା ହୋଇଗଲେ ମୋ ଦେହରେ ଶହେ ସିଂହର ବଳ ଆସି ଯିବ। ବର୍ଷାଙ୍କଠାରୁ ବିବାହ ବିଚ୍ଛେଦ ପାଇଁ ବାଟ ଫିଟିବା ପରେ ଗଣମାଧ୍ୟମକୁ ଏଭଳି ପ୍ରତିକ୍ରିୟା ରଖିଛନ୍ତି ସାଂସଦ ଅନୁଭବ ମହାନ୍ତି । ମାମଲା ଯୋଗୁଁ ‘ବହୁତ କାମ କରିବାର ଥିଲା କରିପାରିନି । ଏବେ ଭଲରେ ଲୋକଙ୍କ କାମ କରିବି ବୋଲି ଅନୁଭବ କହିଛନ୍ତି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    31.2 ° C
    31.2 °
    31.2 °
    15 %
    1.2kmh
    0 %
    Sun
    33 °
    Mon
    41 °
    Tue
    42 °
    Wed
    43 °
    Thu
    44 °

    ସମ୍ବନ୍ଧିତ