Sunday, September 22, 2024
25 C
Odisha

    ଅନୁରା ଦିସାନାୟକେ ହେବେ ଶ୍ରୀଲଙ୍କାର ନୂଆ ରାଷ୍ଟ୍ରପତି !

    ଆଗକୁ ପଢନ୍ତୁ

    କଲମ୍ବୋ: ଶ୍ରୀଲଙ୍କାର ରାଷ୍ଟ୍ରପତି ନିର୍ବାଚନରେ ନ୍ୟାସନାଲ ପିପୁଲ୍ସ ପାୱାର (ଏନପିପି)ର ଅନୁରା କୁମାର ଦିସାନାୟକେ ନିର୍ଣ୍ଣାୟକ ଅଗ୍ରଣୀ ହାସଲ କରିଛନ୍ତି। ଭୋଟ ଗଣତି ଜାରି ରହିଥିବାବେଳେ ବର୍ତ୍ତମାନ ସୁଦ୍ଧା ଦିସାନାୟକଙ୍କୁ ୫୨% ଭୋଟ୍ ମିଳିଥିବା ବେଳେ ତାଙ୍କ ମୁଖ୍ୟ ପ୍ରତିଦ୍ୱନ୍ଦ୍ୱୀ ତଥା ବିରୋଧୀ ଦଳ ନେତା ସଜିତ ପ୍ରେମଦାସାଙ୍କୁ ୨୩% ଭୋଟ୍ ମିଳିଛି। ବର୍ତ୍ତମାନର ରାଷ୍ଟ୍ରପତି ରାନିଲ ବିକ୍ରମସିଂହେ (୭୫) ମାତ୍ର ୧୬% ଭୋଟ ପାଇଛନ୍ତି ।  ଏଣୁ ଅନୁରା ହିଁ ଶ୍ରୀଲଙ୍କାର ନୂଆ ରାଷ୍ଟ୍ରପତି ହେବାର ଯଥେଷ୍ଟ ସମ୍ଭାବନା ରହିଛି ।

    ୨୦୨୨ ଆର୍ଥିକ ସଙ୍କଟ ପରେ ଶ୍ରୀଲଙ୍କାରେ ପ୍ରଥମ ଥର ପାଇଁ ନିର୍ବାଚନ ହୋଇଥିବାରୁ ଶନିବାର ଶ୍ରୀଲଙ୍କାର ନାଗରିକମାନେ ନୂତନ ରାଷ୍ଟ୍ରପତି ପଦ ପାଇଁ ଭୋଟ୍ ଦେଇଥିଲେ। ରାଷ୍ଟ୍ରପତି ନିର୍ବାଚନରେ ପାଖାପାଖି ୭୫% ମତଦାତା ସେମାନଙ୍କ ମତଦାନ ଅଧିକାର ବ୍ୟବହାର କରିଥିଲେ।

    ଅନୁରା କୁମାର ଦିସାନାୟକେ ୧୯୬୮ ମସିହା ନଭେମ୍ବର ୨୪ ତାରିଖରେ ଶ୍ରୀଲଙ୍କାର ଥାମ୍ବୁଥେଗାମାଠାରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପିତା ଜଣେ ଶ୍ରମିକ ଏବଂ ମା’ ଜଣେ ଗୃହିଣୀ ଥିଲେ । ସ୍କୁଲ ଜୀବନରେ ଦିସାନାୟକ ଜନତା ବିମୁକ୍ତି ପେରାମୁନା (ଜେଭିପି) ପାର୍ଟି ସହ ଜଡ଼ିତ ହୋଇଥିଲେ। ସେ ପ୍ରଥମେ ପେରାଡେନିଆ ବିଶ୍ୱବିଦ୍ୟାଳୟରେ ଅଧ୍ୟୟନ କରିଥିଲେ ଏବଂ ପରେ ୧୯୯୫ ରେ କେଲାନିଆ ବିଶ୍ୱବିଦ୍ୟାଳୟରୁ ପଦାର୍ଥ ବିଜ୍ଞାନରେ ଡିଗ୍ରୀ ହାସଲ କରିଥିଲେ ।

    ଦିସାନାୟକେ ହେଉଛନ୍ତି ଶ୍ରୀଲଙ୍କାର ଜଣେ ମାର୍କ୍ସବାଦୀ ନେତା । ୨୦୦୪ରେ ସେ ରାଷ୍ଟ୍ରପତି ଚନ୍ଦ୍ରିକା କୁମାରତୁଙ୍ଗାଙ୍କ ସରକାରରେ କ୍ୟାବିନେଟ୍ ମନ୍ତ୍ରୀ ହୋଇଥିଲେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    25 ° C
    25 °
    25 °
    90 %
    1.3kmh
    95 %
    Sun
    25 °
    Mon
    31 °
    Tue
    31 °
    Wed
    30 °
    Thu
    28 °

    ସମ୍ବନ୍ଧିତ