Saturday, July 27, 2024
24.5 C
Odisha

    ଏହି ସମୟରେ ଖାଆନ୍ତୁ ନାହିଁ ସେଓ; ଲାଭ ବଦଳରେ ହେବ କ୍ଷତି!

    ଆଗକୁ ପଢନ୍ତୁ

    ସ୍ୱାସ୍ଥ୍ୟ ଲାଗି ସେଓ ବହୁତ ଲାଭଦାୟକ । ଏଥିରେ ଢେର ପୋଷକତତ୍ତ୍ୱ ରହିଛି ଯେପରିକି ଡାଏଟରୀ ଫାଇବର, ଫସଫରସ୍‌, ମାଗ୍ନେସିୟମ, ପୋଟାସିୟମ, ଭିଟାମିନ୍ ସି’, ବି୬,ଇ, କେ, ପ୍ରୋଟିନ୍‌, କାର୍ବସ୍‌, ଆଣ୍ଟିଅକ୍ସିଡାଣ୍ଟ ଆଦି ଭରପୁର ରହିଛି । କିନ୍ତୁ ଏହା ଏସିଡିକ୍ ବି ହୋଇଥାଏ । ଏଥିରେ ୩.୫ ପି.ଏଚ୍ ଲେବଲ ରହିଛି ଯାହା ଲେମ୍ବୁ ଓ ଅନ୍ୟ ଖଟା ଫଳ ଠାରୁ ସାମାନ୍ୟ କମ୍ ଏସିଡିକ୍ । କିନ୍ତୁ ଏହା କଦଳୀ, ଅଙ୍ଗୁର ଠାରୁ ଅଧିକ ଏସିଡିକ୍ ହୋଇଥାଏ । ତେଣୁ ଏହାକୁ କେତେବେଳେ ବି ଖାଇବା ଓ କିଛି ବିଶେଷ ଖାଦ୍ୟ ସହ ଖାଇବାରୁ ନିବୃତ୍ତ ରୁହନ୍ତୁ ।

    1-ଯଦି ଆପଣଙ୍କର ଏସିଡିଟି ସମସ୍ୟା ରହିଛି ତେବେ ଆପଣ ଖାଲି ପେଟରେ କେବେ ବି ସେଓ ଖାଆନ୍ତୁ ନାହିଁ । ଖାଦ୍ୟ ଖାଇବାର ୨ ଘଣ୍ଟା ପରେ ହିଁ ଆପଣ ସେଓ ଖାଆନ୍ତୁ ।
    2-ସେଓକୁ କ୍ଷୀର, ଦହି, ଛେନା, ଲହୁଣୀ ସହିତ ମିକ୍ସ କରି ଖାଆନ୍ତୁ ନାହିଁ । ଏହାର କାରଣ ସେଓରେ ଥିବା ସାଇଟ୍ରିକ ଫ୍ରୁଟ୍ ଏସିଡ୍ କ୍ଷୀରରେ ଥିବା ଲାକ୍ଟିକ୍ ଏସିଡ୍ ସହ ମିଶି ପ୍ରତିକ୍ରିୟା କରିଥାଏ । ଫଳରେ ଖାଦ୍ୟ ସହଜରେ ହଜମ ହୁଏ ନାହିଁ । ସେହିପରି ସେଓରେ ପ୍ରସ୍ତୁତ ମିଲ୍କସେକ୍ ମଧ୍ୟ ଆପଣଙ୍କ ଅନ୍ତଃନଳୀର ଉପରି ଭାଗକୁ କ୍ଷତି ପହଞ୍ଚାଇଥାଏ । ଏହାଦ୍ୱାରା ଆପଣ ଏକଜିମା, ସୋରିଆସିସ୍ ଆଦି ତ୍ୱଚା ଜନିତ ରୋଗର ଶିକାର ହୋଇପାରନ୍ତି ।
    3-ସେଓ, ନାସପାତିି, କଦଳୀ ଆଦିରେ ପଲିଫେନାଲ ଅକ୍ସିଡେଜ ନାମକ ଏନଜାଇମ ରହିଥାଏ । ଯେତେବେଳେ ଆପଣ ଏହି ଫଳକୁ କାଟିଥାନ୍ତି ସେତେବେଳେ ଏହି ଏନଜାଇମ୍ ବାୟୁରେ ଥିବା ଅକ୍ସିଜେନ୍ ଓ ଫଳରେ ଥିବା ଆଇରନଯୁକ୍ତ ଫିନୋଲ ସହ ପ୍ରତିକ୍ରିୟା କରିଥାଏ । ଫଳରେ ସେଓ ଉପରେ ରଷ୍ଟ ବା ଜଙ୍କ ଦେଖାଦିଏ । ଏହା ଫଳରେ ଥିବା କୋଷିକାକୁ କ୍ଷତି ପହଞ୍ଚାଇଥାନ୍ତି । ତେଣୁ ଫଳକୁ କାଟି ରଖି ଖାଇବା ଉଚିତ ନୁହେଁ । ସେହିପରି ସେଓକୁ ଆପଣ ସର୍ବଦା ଚୋପା ଛଡାଇ ଖାଆନ୍ତୁ । କାରଣ ଏଥିରେ ଫ୍ରୁଟ୍ ୱାକ୍ସ, ପେଷ୍ଟିସାଇଡସ୍ ଓ କେମିକାଲ ରହିଥାଏ । ଆପଣ ଯଦି କୋଷ୍ଠକାଠିନ୍ୟ ରୋଗର ଶିକାର ହୋଇଛନ୍ତି ତେବେ ସେଓ ଖାଆନ୍ତୁ ନାହିଁ । କାରଣ ଏହାର କଷା ଗୁଣ ପାଚନତନ୍ତ୍ର ଓ କୋଲୋନକୁ ଆହୁରି ଡ୍ରାଏ କରିଦେବ । ଫଳରେ ଆପଣଙ୍କ କୋଷ୍ଠକାଠିନ୍ୟ ସମସ୍ୟା ଆହୁରି ବଢିଯିବ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    24.5 ° C
    24.5 °
    24.5 °
    97 %
    2.6kmh
    100 %
    Fri
    24 °
    Sat
    25 °
    Sun
    29 °
    Mon
    30 °
    Tue
    30 °

    ସମ୍ବନ୍ଧିତ