Saturday, March 21, 2026
19 C
Odisha

    ଭାରତୀୟ ସେନାରେ କାହିଁକି ଅବସରପ୍ରାପ୍ତ କୁକୁରକୁ ଗୁଳି କରି କରାଯାଇଥାଏ ହତ୍ୟା?

    ଆଗକୁ ପଢନ୍ତୁ

    ବିଶ୍ବାସନୀୟ ବିଷୟରେ କହିବା ଗଲେ ସମସ୍ତେ ମନରେ ସାଧାରଣତଃ କୁକୁରର କଥା ହିଁ ଅସିଥାଏ। କାରଣ ଦୁନିଆରେ କୁକୁର ଏମିତି ଏକ ପ୍ରାଣୀ ଯିଏକି କିଛି କଥା ନକହି ମଧ୍ୟ ତାଙ୍କ ମାଲିକର ସମସ୍ତ ଭାବନାକୁ ବୁଝିପାରେ। ଯଦି ସେହି ବିଶ୍ବାସନୀୟ କୁକୁର ଆପଣଙ୍କ ଅସୁବିଧାର କାରଣ ପାଲଟିଥାଏ। ଆଜ୍ଞା ହଁ, ଆଜି ଆମେ ଭାରତୀୟ ସେନା ବିଷୟରେ କହିବାକୁ ଯାଉଛୁ। ଆପଣ ବୋଧ ହୁଏ ଜାଣିନଥିବେ କିନ୍ତୁ ଭାରତୀୟ ସେନାରେ କାର୍ଯ୍ଯରତ ଥିବା କୁକୁରଙ୍କୁ ଅବସର ପରେ ଗୁଳି ମାରି ହତ୍ଯା କରାଯାଇଥାଏ। ଆପଣ ଡ଼ରନ୍ତୁ ନାହିଁ ଏହା ପଛରେ ରହିଛି ଏକ ବଡ଼ କାରଣ। ତେବେ ଆଜି ଆମେ ଆପଣଙ୍କୁ ଏହା କାରଣ ବିଷୟରେ କହିବା ପାଇଁ ଯାଉଛୁ।ଭାରତୀୟ ସେନା ପାଇଁ ଏତେ ବିଶ୍ବାସନୀୟ ଭାବେ କାମ କରିବା ପରେ ସେହି କୁକୁରଙ୍କୁ ନିର୍ଦ୍ଦୟ ଭାବେ ଗୁଳି ମାରିବାର କାରଣ ଜାଣିବା ପାଇଁ ଜଣେ ବ୍ଯକ୍ତି ଆଇଟିଆଇ ଜରୀଆରେ ପ୍ରଶ୍ନ ପଚାରିଥିଲେ। ସେତେବେଳେ ଜଣାପଡ଼ିଥିଲା କି ଏହା ପଛରେ ରହିଥାଏ କିଛିଟା ସୁରକ୍ଷା ସମ୍ବନ୍ଧୀୟ କାରଣ।ସେନା ନିୟମ ଅନୁଯାୟୀ, କୁକୁରଟି ବହୁ ଦିନ ଧରି ସେନାରେ କାର୍ଯ୍ଯରତ ଥାଏ ଏଣୁ ସେନାର ଅନେକ ଗୋବନୀୟ ତଥ୍ଯ ଜାଣିଥାଏ। କାଳେ ଅବସର ପରେ ସେହି କୁକୁର କୌଣସି ଭୁଲ ହାତରେ ପଡ଼ିଯିବ ସେହି ଡ଼ରରେ ଦେଶର ସୁରକ୍ଷାକୁ ନଜରରେ ରଖି କୁକୁରଙ୍କୁ ଗୁଳି କରି ମାରି ଦିଆଯାଇଥାଏ।ସେନାରୁ ଆଉ କାରଣ ମଧ୍ୟ ଜାଣିବାକୁ ମିଳିଥିଲା, କୌଣସି କୁକୁର କାର୍ଯ୍ଯରତ ଥିବା ସମୟରେ ଯଦି ତାଙ୍କର ସ୍ବାସ୍ଥ୍ଯବସ୍ଥା ଖରାପ ହୋଇଥାଏ ତେବେ ତାଙ୍କୁ ଅବସର ଦିଆଯାଇଥାଏ। ଯଦି ସେହି ସମୟରେ ତାଙ୍କର ସ୍ବାସ୍ଥ୍ଯ ଠିକ୍ ହୁଏ ତ ଠିକ୍ ଅଥବା ତାଙ୍କୁ ଗୁଳି କରି ହତ୍ଯା କରାଯାଇଥାଏ। ତେବେ ଏହି କୁକୁର ଗୁଡ଼ିକ ଦେଖିବାକୁ ଗଲେ ଆମ ସୁରକ୍ଷା ପାଇଁ ଦେଶର ସୀମାରେ କାମ କରୁଥିବା ଜଣେ ସେନାବାହୀନି। ସେମାନେ ମଧ୍ୟ ଆମ ସୁରକ୍ଷା ପାଇଁ ସେଠାରେ ପଡ଼ୋଶୀ ରାଷ୍ଟ୍ର ସହ ଲଢ଼ୁଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    19 ° C
    19 °
    19 °
    81 %
    1.2kmh
    10 %
    Sat
    32 °
    Sun
    33 °
    Mon
    34 °
    Tue
    37 °
    Wed
    38 °

    ସମ୍ବନ୍ଧିତ