Sunday, September 27, 2026
29 C
Odisha

    କେମିତି କରିବେ ସ୍ୱାଦିଷ୍ଟ ଫ୍ରାଇଡ ଫିସ୍‌

    ଆଗକୁ ପଢନ୍ତୁ

    ଭାରତର ଲୋକମାନଙ୍କୁ ଉଭୟ ଭେଜ୍‌ ଏବଂ ନନଭେଜ୍‌ ଖାଦ୍ୟ ବହୁତ ପସନ୍ଦ। ଆମିଶ ଖାଉଥିବା ଲୋକଙ୍କୁ ଅଧିକାଂଶ ଚିକେନ ସହିତ ମାଛ ଖାଇବାକୁ ଭଲ ପାଇଥାନ୍ତି। ମାଛ ପ୍ରେମୀଙ୍କ ପାଇଁ ଆଜି ଆମେ ବହୁତ ଖାସ୍‌ ରେସିପି ନେଇ ଆସିଛୁ। ତେବେ ଆସନ୍ତୁ ଜାଣିବା ଏହାକୁ କେମିତି କରିବେ ପ୍ରସ୍ତୁତ।
    ଆବଶ୍ୟକ ସାମଗ୍ରୀ
    ସୁଜି – ୧/୨ କପ୍‌

    ଲାଲ ଲଙ୍କା ପାଉଡା – ୧/୨ ଟେବୁଲ ଚାମଚ

    ଲୁଣ – ସ୍ୱାଦାନୁସାରେ

    ଧନିଆ ପତ୍ର – ଅଳ୍ପ

    ପାଣି – ଆବଶ୍ୟକ ଅନୁଯାୟୀ

    ମାଛ – ୪ ପିସ୍‌

    ଅଦା – ୧/୨ ଇଞ୍ଚ୍‌ ଖଣ୍ଡ

    କୋକୋନଟ୍‌ କୁକିଂ ଅଏଲ – ୨ ଟେବୁଲ ଚାମଚ

    ତେନ୍ତୁଳି ପେଷ୍ଟ – ୧/୨ ଟେବୁଲ ଚାମଚ

    ରସୁଣ କୋଲା – ୪ ରୁ ୫

    ପ୍ରସ୍ତୁତି ପ୍ରଣାଳୀ
    -ମାଛକୁ ମେରିନେଟ୍‌ କରିବା ପରେ ଏକ ପାତ୍ରରେ ହଳଦି, ଲାଲ ଲଙ୍କା ପାଉଡର, ଅଦା, ରସୁଣ, ତେନ୍ତୁଳି ପେଷ୍ଟ ଏବଂ ଲୁଣ ନେଇ ଅଳ୍ପ ପାଣି ମିଶାଇ ପେଷ୍ଟ ପ୍ରସ୍ତୁତ କରନ୍ତୁ।

    -ପ୍ଲେଟରେ ମାଛ ପିସ ରଖି ମାଛକୁ ଭଲଭାବେ ସେହି ମିଶ୍ରଣରେ ବୁଡାଇ ଦିଅନ୍ତୁ।

    -ଏହାପରେ ଏପରି ଭାବେ ମାଛକୁ ୩୦ ମିନିଟ୍‌ ପଯ୍ୟର୍ନ୍ତ ରଖିଦିଅନ୍ତୁ।

    -କଡାରେ ତେଲକୁ ଧିମା ଆଞ୍ଚରେ ଗରମ କରନ୍ତୁ।

    -୩୦ ମିନିଟ୍‌ ପରେ ମାଛ ସବୁକୁ ନେଇ ସୁଜିରେ ମିଶାଇ ଦିଅନ୍ତୁ।

    -ଏହାକୁ ମିଶ୍ରଣରେ ବୁଡାଇବା ପରେ ତେଲରେ ଛାଣନ୍ତୁ।

    -ମାଛ ସୁନେଲୀ ରଙ୍ଗ ହୋଇଗଲା ପରେ ବାହାରକୁ ବାହାର କରିଦିଅନ୍ତୁ।

    -ଏବେ ଆପଣଙ୍କର ପ୍ରସ୍ତୁତ ହୋଇଯାଇଛି ଫ୍ରାଇଡ ଫିସ୍‌।

    -ଏହାକୁ ଆପଣ ଚିଲ୍ଲୀ ସସ୍‌ ଏବଂ ପିଆଜ ସହିତ ଡିନରରେ ଖାଇପାରିବେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    few clouds
    29 ° C
    29 °
    29 °
    71 %
    3kmh
    21 %
    Sun
    28 °
    Mon
    30 °
    Tue
    29 °
    Wed
    30 °
    Thu
    30 °

    ସମ୍ବନ୍ଧିତ