Sunday, October 11, 2026
22.9 C
Odisha

    କାହିଁକି ଦିନରେ ଦେଖିପାରିନାହିଁ ପେଚା ?

    ଆଗକୁ ପଢନ୍ତୁ

    ପିଲାଦିନୁ ଆମେ ଶୁଣି ଆସିଛୁ ପେଚା ଏକ ଅଭିଶପ୍ତ ପକ୍ଷୀ। ଯେଉଁ କାରଣରୁ ସେ ରାତିରେ ଶୋଇପାରେ ନାହିଁ । ଅନେକ ଏହାକୁ ଦୀନକଣା ପକ୍ଷୀ ବୋଲି କହିଥାନ୍ତି । ଯାହାକୁ କି ଦିନ ବେଳେ କିଛି ଦେଖାଯାଏ ନାହିଁ । ବଡ଼ ବଡ ଆଖି ପାଇଛି ସତ କିନ୍ତୁ ଦିବାଲୋକରେ ଅନ୍ୟ ପକ୍ଷୀ ଭଳି ଚଳପ୍ରଚଳ କରିବା କେହି କେବେ ଦେଖିନାହିଁ । ହେଲେ ଏହି ପେଚା କେବଳ ରାତିରେ କାହିଁକି ଦେଖିବାରେ ସକ୍ଷମ ତାହା କେବେ ଜାଣିଛନ୍ତି କି ? ସତରେ ପେଚାକୁ ଦିନ ବେଳା ଦେଖାଯାଏ ନାହିଁ ନା ଏହା ପଛରେ ରହିଛି ଆଉ କିଛି କାରଣ, ଆପଣ ଜାଣିଛନ୍ତି କି ପେଚା ଏମିତି ଏକ ପକ୍ଷୀ ଯାହାର ଆଖି ଶରୀରର ୫ ପ୍ରତିଶତ ହୋଇଥାଏ । ଅର୍ଥାତ ଶରୀର ଅନୁସାରରେ ତାର ଆଖି ବହୁତ ବଡ଼ ହୋଇଥାଏ। ପେଚାର ଏହି ଦୁଇ ବଡ ଆଖିରେ ରୋଡ଼ସ ଏବଂ କୋନ୍ସ ରହିଥାଏ । ରୋଡସ ପେଚାକୁ ରାତିରେ ଉଜ୍ଜଳ ଭାବେ ଦେଖିବାରେ ସହାୟକ ହୋଇଥାଏ ଓ କୋନ୍ସ ରଙ୍ଗ ଚିହ୍ନିବା ସହିତ ଦିନରେ ଦେଖିବାରେ ସହାୟକ ହୋଇଥାଏ। ବଡ ଆଖି ହୋଇଥିବା କାରଣରୁ ପେଚାର ଆଖି ଅଧିକ ଲାଇଟ କ୍ୟାପଚର କରିଥାଏ । ଯାହା ପେଚା ପାଇଁ ଏକ ବଡ ଦୁଃଖ। ଦିନ ବେଳା ଅଧିକ ଲାଇଟ କ୍ୟାପଚର କାରଣରୁ ପେଚାର ଆଖି ଝଲସି ଯାଏ। ଯାହ ଫଳରେ ପେଚା ଦିନବେଳା ବାହାରକୁ ବାହାରିନଥାଏ। ପେଚାର ଆଖିର ଡୋଳା ମଣିଷ ଆଖି ଡୋଳାଠାରୁ ମଧ୍ୟ ବଡ ହୋଇଥାଏ। ।ଯାହ ଦ୍ବାରା ଲାଇଟକୁ ସିଧା ଡୋଳାର ପର୍ଦା ପର୍ଯ୍ୟନ୍ତ ପହଞ୍ଚି ଯାଏ ଏବଂ ପର୍ଦାଦ୍ବାରା ଡୋଳା ସଫା ଓ ବଡ ପ୍ରତିବିମ୍ବ ତିଆରି କରିଥାଏ। ଯାହା ଫଳରେ ପେଚା ରାତିରେ ସ୍ପଷ୍ଟ ଦେଖିପାରେ। ଦିନରେ ମଧ୍ୟ ପେଚା ଦେଖିପାରେ କିନ୍ତୁ ଡୋଳାର ବଡ ଆକାର ଓ ଅଧିକା ଲାଇଟ କ୍ୟାପଚର କରୁଥିବା କାରଣରୁ ତାର ଆଖି ଝଲସିଯାଏ। ଯାହାଦ୍ବାରା ଦିବାଲୋକ ତାକୁ ଦେଖିବା କଷ୍ଟକର ହୋଇପଡେ। ତେବେ ଏହାକୁ ନେଇ ମଧ୍ୟ ଏଯାବତ ରିସର୍ଚ ଚାଲିଛି। ଯାହା ଆଗମୀ ଦିନରେ ପେଚା ସମ୍ବନ୍ଧରେ ଅନେକ ତଥ୍ୟ ପଦକୁ ଆଣିବ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    22.9 ° C
    22.9 °
    22.9 °
    80 %
    1.3kmh
    0 %
    Sun
    23 °
    Mon
    30 °
    Tue
    30 °
    Wed
    30 °
    Thu
    30 °

    ସମ୍ବନ୍ଧିତ