Saturday, October 3, 2026
29.5 C
Odisha

    ଯବାନମାନଙ୍କୁ ନେଇ ଯାଉଥିବା ଆର୍ମି ଟ୍ରକ୍ ଉପରେ ଆତଙ୍କବାଦୀ ଆକ୍ରମଣ

    ଆଗକୁ ପଢନ୍ତୁ

    ଶ୍ରୀନଗର: ପୁଣି ଯବାନମାନଙ୍କୁ ଟା‌ର୍ଗେଟ କଲେ ଆତଙ୍କବାଦୀ। ଆଜି ଯବାନମାନଙ୍କୁ ନେଇ ଯାଉଥିବା ଏକ ଆର୍ମି ଟ୍ରକ୍ ଉପରେ ଆତଙ୍କବାଦୀମାନେ ଆକ୍ରମଣ କରିଥିବା ଜଣାପଡ଼ିଛି। ଜମ୍ମୁ-କଶ୍ମୀରର ପୁଞ୍ଚ ଜିଲ୍ଲାରେ ଥିବା ଡେରା କି ଗଲି(ଡିକେଜି)ରେ ଏହି ଘଟଣା ଘଟିଛି। ମାସେ ମଧ୍ୟରେ ଯବାନମାନଙ୍କ ଉପରେ ଏହା ହେଉଛି ଦ୍ବିତୀୟ ଆକ୍ରମଣ। ରିପୋର୍ଟରେ କୁହାଯାଇଛି ଯେ ଯେଉଁଠାରେ ଆକ୍ରମଣ ଘଟିଛି ସେହି ସ୍ଥାନକୁ ଅତିରିକ୍ତ ସୁରକ୍ଷା ବଳ ପଠାଯାଇଛି। ଆକ୍ରମଣ ପରେ ଏବେ ବି ଗୁଳି ବିନିମୟ ଚାଲିଥିବା ଜଣାଯାଇଛି। ତେବେ ଏହି ଆକ୍ରମଣରେ କେତେଜଣ ମୃତାହତ ହୋଇଛନ୍ତି ତାହା ସାମ୍ନାକୁ ଆସିନାହିଁ।

    ଗତ ମାସରେ ଭାରତୀୟ ସେନା ରଜୌରୀର କାଲାକୋଟେରେ ଆତଙ୍କବାଦ ବିରୋଧୀ ଅପରେସନ ଆରମ୍ଭ କରିବା ପରେ ଦୁଇ କ୍ୟାପଟେନଙ୍କ ସମେତ ଅନ୍ୟ ଯବାନମାନେ ସହିଦ୍ ହୋଇଥିଲେ। ଚଳିତ ବର୍ଷ ଏପ୍ରିଲ ଏବଂ ମେ’ ମାସରେ ରଜୌରୀ-ପୁଞ୍ଚ ଅଞ୍ଚଳରେ ହୋଇଥିବା ଆକ୍ରମଣରେ ୧୦ଜଣ ଯବାନ ସହିଦ ହୋଇଥିଲେ। ୨୦୦୩ରୁ ୨୦୨୧ମଧ୍ୟରେ ଏହି ଅଞ୍ଚଳ ଆତଙ୍କବାଦରୁ ମୁକ୍ତ ଥିଲା। ହେଲେ ଏହା ପରେ ଏଠାରେ ବାରମ୍ବାର ଏନକାଉଣ୍ଟର ଆରମ୍ଭ ହୋଇଥିଲା।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    29.5 ° C
    29.5 °
    29.5 °
    57 %
    1.5kmh
    2 %
    Sat
    30 °
    Sun
    30 °
    Mon
    31 °
    Tue
    31 °
    Wed
    31 °

    ସମ୍ବନ୍ଧିତ