Saturday, October 3, 2026
24.8 C
Odisha

    ବିଜ୍ଞାପନରେ ସୀମିତ ବିଜେଡି ସରକାର, ରାଜ୍ୟବାସିଙ୍କୁ ଟୋପାଏ ବିଶୁଦ୍ଧ ପାନୀୟ ଜଳ ଯୋଗାଇବାରେ ବିଫଳ ହୋଇଛି : ସମୀର ମହାନ୍ତି

    ଆଗକୁ ପଢନ୍ତୁ

    ଭୁବନେଶ୍ୱର, ତା.୨୧/୧୨: ସ୍ୱଚ୍ଛ ପାଣି ଓ ସ୍ୱଚ୍ଛ ବାୟୁ ଜଣେ ନାଗରିକର ମୌଳିକ ଅଧିକାର । କିନ୍ତୁ ନାଗରିକମାନଙ୍କ ମୌଳିକ ଅଧିକାରୁ ରାଜ୍ୟ ସରକାର ବଂଚିତ କରିଛନ୍ତି । ଓଡ଼ିଶାରେ ରାଉରକେଲା ଓ ଭୁବନେଶ୍ୱର ଦୁଇଟି ସ୍ମାର୍ଟ ସିଟି । ରାଉରକେଲାରେ ଝାଡାବାନ୍ତିରେ ଲୋକେ ମୃତ୍ୟୁବରଣ କରୁଥିବାବେଳେ ଭୁବନେଶ୍ୱର ଲୋକେ ଦୁର୍ଗନ୍ଧମୟ ପରିବେଶ ପାଇଁ ଚର୍ମ, କର୍କଟ ଓ ବିଭିନ୍ନ ରୋଗରେ ଆକ୍ରାନ୍ତ ହେଉଛନ୍ତି । ଆଜି ସ୍ମାର୍ଟ ସିଟି ଭୁବନେଶ୍ୱର ଓ ରାଉରକେଲାରେ ସ୍ୱଚ୍ଛ ପାଣି, ସ୍ୱଚ୍ଛ ବାୟୁ ଓ ସ୍ୱଚ୍ଛ ପରିବେଶ ବିପର୍ଯ୍ୟସ୍ତ । ଦଳ ମତ ନିର୍ବିଶେଷରେ ଭୁବନେଶ୍ୱର ବସ୍ତିବାସିନ୍ଦା ତଥା ଜନସାଧାରଣଙ୍କ ସ୍ୱାସ୍ଥ୍ୟକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ ପାଇଁ ଆଜିକୁ ଦୀର୍ଘ ୨୪ଦିନ ଧରି ଆମ ଦଳର କାର୍ଯ୍ୟକର୍ତାମାନେ ଧାରଣାରେ ବସିଥିବା ସତ୍ୱେ ରାଜ୍ୟ ସରକାର ତଥା ବିଏମ୍‌ସିର କୌଣସି ତତ୍ପରତା ଦେଖାଯାଉନାହିଁ । ବିଜୁ ଜନତା ଦଳ ଭୋଟ ପାଇଛନ୍ତି ବୋଲି ଅହଂକାରରେ ଅଛନ୍ତି । ନିଜର ଅପାରଗତାକୁ ଘୋଡାଇବା ପାଇଁ ବିଜୁ ଜନତା ଦଳ ବିଭିନ୍ନ ପ୍ରକାର ମିଛ ଗପ କହୁଛି ବୋଲି ପୂର୍ବତନ ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତି କହିଛନ୍ତି ।
    ଶ୍ରୀ ମହାନ୍ତି କହିଛନ୍ତି ଯେ, ରାଉରକେଲାଠାରେ ହଇଜାରେ ମୃତ୍ୟୁବରଣ କରିଥିବା ତଥ୍ୟକୁ ଲୁଚାଇବା ଗଣତନ୍ତ୍ର ପାଇଁ ବିପଦ । ଶାସକ ବିଜୁ ଜନତା ଦଳ ସରକାର ରାଜ୍ୟର ଜନ ସାଧାରଣଙ୍କ ପାଇଁ ସ୍ୱାସ୍ଥ୍ୟଜନିତ କୌଣସି ଆନ୍ତରିକତା ନାହିଁ । ଯାହା ଆଜି ରାଜ୍ୟର ୨ଟି ସ୍ମାର୍ଟ ସିଟିରେ ସ୍ୱଚ୍ଛ ପବନ ଓ ସ୍ୱଚ୍ଛ ଜଳ ଦେବାରେ ବିଫଳ ହେବା ଏହା କଣ ୨୩ବର୍ଷ ସରକାରର ରୂପାନ୍ତରିକରଣ କି? ରାଜ୍ୟର କୋଣ ଅନୁକୋଣରେ ରାଜ୍ୟ ସରକାର “ଡ୍ରିଙ୍କିଙ୍ଗ ଟ୍ୟାପ୍ ୱାଟର” ସ୍ୱଚ୍ଛ ଜଳ ପ୍ରଚାର ପ୍ରସାର ପାଇଁ ହୋର୍ଡିଙ୍ଗ ତଥା କୋଟି କୋଟି ଟଙ୍କାର ବିଜ୍ଞାପନ ହେଉଥିବାବେଳେ ଅପରପକ୍ଷେ ରାଜ୍ୟର ପ୍ରମୁଖ ସ୍ଥାନ ତଥା ଦ୍ୱିତୀୟ ସ୍ମାର୍ଟ ସିଟି ରାଉରକେଲାଠାରେ ହଇଜା ବ୍ୟାପିବା ଆଶ୍ଚର୍ଯ୍ୟଜନକ । ୨୩ ବର୍ଷର ବିଜେଡି ସରକାର ନିଜକୁ କେବଳ ବିଜ୍ଞାପନରେ ସୀମିତ ରଖି ରାଜ୍ୟବାସିଙ୍କୁ ବାସ୍ତବରେ ଟୋପାଏ ବିଶୁଦ୍ଧ ପାନୀୟ ଜଳ ଯୋଗାଇବାରେ ବିଫଳ ହୋଇଛନ୍ତି ବୋଲି ଶ୍ରୀ ମହାନ୍ତି କହିଛନ୍ତି ।
    ରାଜ୍ୟ ସରକାର ଭୋଟ ପାଇଁ ପ୍ରଚାର ସର୍ବସ୍ୱ ନହୋଇ ତୁରନ୍ତ ଜନତାଙ୍କ ସ୍ୱାର୍ଥ ପାଇଁ କାର୍ଯ୍ୟ କରନ୍ତୁ । ଦୁଇ ସ୍ମାର୍ଟ ସିଟିର ସୁବ୍ୟବସ୍ଥା କରିବା ସହ ଜନତାଙ୍କ ଦୁଃଖକୁ ବୁଝନ୍ତୁ ନହେଲେ ବିଜେଡିକୁ ଆଗାମୀ ଦିନରେ ଲୋକେ ଉଚିତ ଜବାବ ଦେବେ ବୋଲି ଶ୍ରୀ ମହାନ୍ତି କହିଛନ୍ତି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    24.8 ° C
    24.8 °
    24.8 °
    75 %
    0.7kmh
    4 %
    Sat
    30 °
    Sun
    30 °
    Mon
    31 °
    Tue
    31 °
    Wed
    31 °

    ସମ୍ବନ୍ଧିତ