Tuesday, April 14, 2026
28.8 C
Odisha

    ମୋର ମନୋବଳ ଏବଂ ଶକ୍ତି ୧୦୦ ଥର ବଢ଼ିଯାଇଛି: କେଜ୍ରିୱାଲ୍‌

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ଦୀର୍ଘ ୬ ମାସ ହେବ ତିହାର ଜେଲ୍‌ରେ ଥିବା ଆମ୍‌ ଆଦମୀ ପାର୍ଟି (ଆପ୍‌)ର ବରିଷ୍ଠ ନେତା ଅରବିନ୍ଦ କେଜ୍ରିୱାଲ୍‌ ଗତକାଲି ସନ୍ଧ୍ୟାରେ ବାହାରକୁ ବାହାରିଛନ୍ତି।

    ସେ ବାହାରକୁ ବାହାରିବା‌ ବେଳେ ତାଙ୍କ ପତ୍ନୀ ସୁନୀତା କେଜ୍ରିୱାଲ, ପଞ୍ଜାବର ମୁଖ୍ୟମନ୍ତ୍ରୀ ଭଗବତ ମାନ୍‌, ଦିଲ୍ଲୀ ମନ୍ତ୍ରୀ ଆତିଶୀ ଏବଂ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ସମେତ ଶହ ଶହ ଜନତାଙ୍କୁ ସମ୍ବୋଧିତ କରି କେଜ୍ରିୱାଲ ନିଜର ଖୁସି ବ୍ୟକ୍ତ କରିଛନ୍ତି। ସେ ହିନ୍ଦୀରେ କହିଛନ୍ତି ଯେ ‘‘ଆପଣ ସମସ୍ତେ ବର୍ଷାରେ ଏତେ ସଂଖ୍ୟାରେ ବାହାରକୁ ଆସିଛନ୍ତି; ଏଥିପାଇଁ ମୁଁ ସମସ୍ତଙ୍କୁ ଧନ୍ୟବାଦ ଦେବାକୁ ଚାହେଁ। ମୋର ଜୀବନ ଦେଶ ପାଇଁ ଉତ୍ସର୍ଗୀକୃତ ଏବଂ ମୁଁ ଅନେକ ସଂଘର୍ଷ ଏବଂ ଅସୁବିଧାର ସମ୍ମୁଖୀନ ହୋଇଛି, କିନ୍ତୁ ମୁଁ ସତ୍ୟର ପଥରେ ଥିଲି ବୋଲି ଈଶ୍ବର ମୋ ସହ ସର୍ବଦା ରହିଛନ୍ତି।

    କାହାର ନାମ ନନେଇ ବିଜେପିକୁ ଇଙ୍ଗିତ କରି ଆପ୍‌ ମୁଖ୍ୟ ଆହୁରି ବି କହିଛନ୍ତି କି, “ଏହି ଲୋକମାନେ ମୋତେ ଜେଲରେ ରଖିଥିଲେ ଏବଂ ଭାବିଥିଲେ ଯେ ସେମାନେ ମୋର ମନୋବଳ ଭାଙ୍ଗି ପାରିବେ। ମୁଁ ଜେଲରୁ ବାହାରିବା ପରେ ମୋର ମନୋବଳ ଏବଂ ଶକ୍ତି ୧୦୦ ଥର ବଢ଼ି ଯାଇଛି। ମୁଁ ଭଗବାନ ଦେଖାଉଥିବା ପଥ ଅନୁସରଣ କରିବି ଏବଂ ଦେଶକୁ ବିଭାଜନ କରିବାକୁ ଚେଷ୍ଟା କରୁଥିବା ଶକ୍ତି ବିରୁଦ୍ଧରେ ମୁଁ ଯୁଦ୍ଧ ଜାରି ରଖିବି। ”

    କେଜ୍ରିୱାଲ ଏକ କାରରେ ଜେଲ ପରିସର ଛାଡି ଚାଲିଯିବା ବେଳେ ଟ୍ରକ ଉପରେ ଥିବା ମନ, ସିସୋଦିଆ ଏବଂ ଅନ୍ୟମାନେ ‘ଜେଲ କେ ତାଲେ ଟୁଟ୍‌ ଗୟେ, କେଜ୍ରିୱାଲ ଛୁ୍ଟ‌ ଗୟେ’ ଭଳି ସ୍ଲୋଗାନ ଦେଇଥିଲେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    28.8 ° C
    28.8 °
    28.8 °
    29 %
    2.1kmh
    0 %
    Mon
    29 °
    Tue
    41 °
    Wed
    43 °
    Thu
    44 °
    Fri
    43 °

    ସମ୍ବନ୍ଧିତ