Thursday, April 2, 2026
33.8 C
Odisha

    କେଜ୍ରିୱାଲ୍‌ କୋମାକୁ ଯାଇପାରନ୍ତି: ଆପ୍‌ ନେତା ସଞ୍ଜୟ ସିଂ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ଆମ୍ ଆଦମୀ ପାର୍ଟି (ଆପ୍‌)ର ରାଜ୍ୟସଭା ସାଂସଦ ସଞ୍ଜୟ ସିଂ ସୋମବାର ଦିନ ଅରବିନ୍ଦ କେଜ୍ରିୱାଲଙ୍କ ସ୍ୱାସ୍ଥ୍ୟ ସମ୍ପର୍କରେ ତିହାର ଜେଲ କର୍ତ୍ତୃପକ୍ଷଙ୍କ ବିବୃତିକୁ ଖଣ୍ଡନ କରିଛନ୍ତି। ଜେଲ୍‌ କର୍ତ୍ତୃପକ୍ଷ କହିଥିଲେ ବି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଭଲ ଅଛନ୍ତି ଏବଂ ତାଙ୍କର ମୌଳିକ ସ୍ବାସ୍ଥ୍ୟାବସ୍ଥା ସ୍ବାଭାବିକ ଅଛି। ଏହାକୁ ସଞ୍ଜୟ ସିଂ ଖଣ୍ଡନ କରି କହିଛନ୍ତି ଯେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ‘କୋମା’କୁ ଯାଇପାରନ୍ତି।ଗିରଫ ହେବା ପରେ ଅରବିନ୍ଦ କେଜ୍ରିୱାଲ ୮.୫ କିଲୋଗ୍ରାମ ଓଜନ ହ୍ରାସ କରିଛନ୍ତି ଏବଂ ତାଙ୍କ ରକ୍ତରେ ଶର୍କରା ସ୍ତର ୫୦ ମିଗ୍ରା / ଡିଏଲରୁ ହ୍ରାସ ପାଇଛି ବୋଲି ସଞ୍ଜୟ ସିଂ କହିଛନ୍ତି। ସେ ଆହୁରି ବି କହିଛନ୍ତି ‌ଯେ ଜଣେ ଅନ୍ତେବାସୀଙ୍କ ଡାକ୍ତରୀ ରିପୋର୍ଟ ପ୍ରକାଶ କରି ଜେଲ କର୍ତ୍ତୃପକ୍ଷ ଅପରାଧ କରିଛନ୍ତି।

    ତାଙ୍କୁ ଗିରଫ କରାଯିବା ଦିନ ତାଙ୍କ ଓଜନ ୭୦ କିଲୋଗ୍ରମ ଥିଲା। ଯାହା ବର୍ତ୍ତମାନ ୬୧.୫ କିଲୋଗ୍ରାମକୁ ଖସି ଆସିଛି। ମୁଁ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ କେଜ୍ରିୱାଲଙ୍କ ଜୀବନ ସହ ନଖେଳିବାକୁ ଅନୁରୋଧ କରୁଛି। କାରଣ ଯଦି କିଛି ଅଘଟଣ ଘଟେ ତେବେ ଉତ୍ତର ଦେବା କେନ୍ଦ୍ର ପାଇଁ କଷ୍ଟକର ବୋଲି ସଞ୍ଜୟ ସିଂ କହିଛନ୍ତି।

    ଏହାପୂର୍ବରୁ ତିହାର ଜେଲ କର୍ତ୍ତୃପକ୍ଷ ଅରବିନ୍ଦ କେଜ୍ରିୱାଲଙ୍କ ସ୍ୱାସ୍ଥ୍ୟ ସମ୍ପର୍କରେ ଆପ୍‌ର ଅଭିଯୋଗକୁ ପ୍ରତ୍ୟାଖ୍ୟାନ କରିଥିଲେ। ଜେଲ କର୍ତ୍ତୃପକ୍ଷ କହିଛନ୍ତି ଯେ ଅନ୍ତେବାସୀଙ୍କ ସ୍ୱାସ୍ଥ୍ୟ ନିରନ୍ତର ତଦାରଖରେ ଥିଲା ଏବଂ ସେ ଡାକ୍ତରୀ ଟିମ୍‌ ଦ୍ବାରା ନିୟମିତ ଚିକିତ୍ସିତ ହେଉଥିଲେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    33.8 ° C
    33.8 °
    33.8 °
    23 %
    3kmh
    97 %
    Thu
    33 °
    Fri
    40 °
    Sat
    38 °
    Sun
    36 °
    Mon
    39 °

    ସମ୍ବନ୍ଧିତ