Wednesday, April 15, 2026
25.7 C
Odisha

    ରାଜ୍ୟସଭା ପ୍ରାର୍ଥୀ ଭାବେ ନାମାଙ୍କନ ଭରିଲେ ଅଶ୍ୱିନୀ ବୈଷ୍ଣବ

    ଆଗକୁ ପଢନ୍ତୁ

    ରାଜ୍ୟସଭା ପାଇଁ ନାମାଙ୍କନ ଭରିଲେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । ପ୍ରାର୍ଥିପତ୍ର ଦାଖଲ ବେଳେ ଉପସ୍ଥିତ ଥିଲେ ବିଜେପିର ବରିଷ୍ଠ ନେତା । ରାଜ୍ୟ ସଭାପତି ମନମୋହନ ସାମଲଙ୍କ ସମେତ ବିଜେପିର ଅନେକ ବିଧାୟକ ମଧ୍ୟ ନାମାଙ୍କନପତ୍ର ଦାଖଲ ସମୟରେ ଉପସ୍ଥିତି ରହିଥିଲେ । ବିଜେପି ରାଜ୍ୟସଭା ପ୍ରାର୍ଥୀ ଭାବେ ନାମାଙ୍କନ ଭରିଛନ୍ତି ଅଶ୍ୱିନୀ । ଅନ୍ୟପଟେ ଅଶ୍ୱିନୀଙ୍କୁ ବିଜେପି ରାଜ୍ୟସଭା ପ୍ରାର୍ଥୀ ଘୋଷଣା କରିବା ପରେ ଏହାକୁ ସମର୍ଥନ କରିଛି ବିଜେଡି । ଏନେଇ ପ୍ରେସ ରିଲିଜ ଜରିଆରେ ଦଳ ପକ୍ଷରୁ ସୂଚନା ଦିଆଯାଇଥିଲା । ପୂର୍ବଥର ମଧ୍ୟ ଅଶ୍ୱିନୀ ବିଜେଡି ସମର୍ଥନରେ ରାଜ୍ୟସଭା ଯାଇଥିଲେ । ୨୦୨୪ରେ ମଧ୍ୟ ସମାନ ଘଟଣା ଦେଖିବାକୁ ମିଳିଛି । ଏହାପୂର୍ବରୁ ବିଜେଡିର ୨ ରାଜ୍ୟସଭା ପ୍ରାର୍ଥୀ ନାମାଙ୍କନପତ୍ର ଦାଖଲ କରିଛନ୍ତି । ଦେବାଶିଷ ସାମନ୍ତରାୟ ଓ ଶୁଭାଶିଷ ଖୁଣ୍ଟିଆ ନାମାଙ୍କନପତ୍ର ଦାଖଲ କରିଛନ୍ତି । ଓଡ଼ିଶାରୁ ତୃତୀୟ ରାଜ୍ୟସଭା ପ୍ରାର୍ଥୀ ଭାବେ ନାମାଙ୍କନପତ୍ର ଦାଖଲ କରିଛନ୍ତି ଅଶ୍ୱିନୀ ବୈଷ୍ଣବ । ଆସନ୍ତା ଫେବ୍ରୁଆରୀ ୨୭ ତାରିଖରେ ହେବ ରାଜ୍ୟସଭା ନିର୍ବାଚନ । ୧୫ ରାଜ୍ୟର ୫୬ଟି ଆସନ ପାଇଁ ନିର୍ବାଚନ ହେବ । ଆଜି ନାମାଙ୍କନ ଦାଖଲର ଶେଷ ତାରିଖ ଥିବା ବେଳେ ୨୭ ତାରିଖ ଦିନ ନିର୍ବାଚନ ହେବା ସହ ଫଳାଫଳ ପ୍ରକାଶ ପାଇବ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    25.7 ° C
    25.7 °
    25.7 °
    57 %
    0.8kmh
    0 %
    Wed
    42 °
    Thu
    44 °
    Fri
    44 °
    Sat
    43 °
    Sun
    43 °

    ସମ୍ବନ୍ଧିତ