Saturday, July 27, 2024
24.6 C
Odisha

    ବିଧାୟକଙ୍କ ଘରେ ଧସେଇ ପଶିବା ଅଭିଯୋଗରେ ଜେଲ ଗଲେ ସଂଯୁକ୍ତା ମହଲ

    ଆଗକୁ ପଢନ୍ତୁ

    ପୋଲସରା: ଏତଲା ପରେ ଗିରଫ ହୋଇ ଜେଲ ଗଲେ ସଂଯୁକ୍ତା ମହଲ । ଗତକାଲି ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁଙ୍କ ହାତୀଓଟ ଗାଁ ସ୍ଥିତ ଘରକୁ ଜୋରଜବରଦସ୍ତ ପଶିଥିବା ଅଭିଯୋଗ ହୋଇଛି । ଏପରିକି ତାଙ୍କ ଘର ଆଗରେ ଧାରଣାରେ ବସିଥିଲେ ସଂଯୁକ୍ତା । ଏହାକୁ ନେଇ ସେଠାରେ ଅଶାନ୍ତ ବାତାବରଣ ଦେଖାଦେଇଥିଲା । ଏହି ଘଟଣାକୁ ନେଇ ବିଧାୟକଙ୍କ ପତ୍ନୀ ଗୋଲାପ ସାହୁଙ୍କ ଏତଲା କ୍ରମେ କବିସୂର୍ଯ୍ୟନଗର ଥାନାରେ ସଂଯୁକ୍ତାଙ୍କ ବିରୋଧରେ ମାମଲା ରୁଜୁ ହୋଇଛି ।ବିଧାୟକଙ୍କ ଘର ଆଗରୁ ସଂଯୁକ୍ତାଙ୍କୁ ପୁଲିସ ଉଠାଇନେଇ ସ୍ୱାସ୍ଥ୍ୟ ପରୀକ୍ଷା କରିବା ପରେ ତାଙ୍କୁ ଗିରଫ କରାଯାଇଛି । ଏହା ପରେ ତାଙ୍କୁ ପୋଲସରା ଜେଏମଏଫସି କୋର୍ଟରେ ହାଜର କରାଯାଇଥିଲା । ଏହାପରେ କୋର୍ଟ ତାଙ୍କୁ କୋଦଳା ଜେଲ ହାଜତକୁ ପଠାଇଛନ୍ତି । ଯାହାକୁ ନେଇ ପୋଲସରା ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    24.6 ° C
    24.6 °
    24.6 °
    94 %
    4.3kmh
    100 %
    Sat
    25 °
    Sun
    29 °
    Mon
    30 °
    Tue
    30 °
    Wed
    28 °

    ସମ୍ବନ୍ଧିତ