Wednesday, October 14, 2026
22.4 C
Odisha

    ଦିନେ ଦୁଇ ଦିନ ଭିତରେ ଏଏସଆଇ ଟିମ୍ ଭିତର ରତ୍ନଭଣ୍ଡାରର ଯାଞ୍ଚ କରିବ: ପୃଥ୍ବୀରାଜ ହରିଚନ୍ଦନ

    ଆଗକୁ ପଢନ୍ତୁ

    ଭୁବନେଶ୍ବର: ଦିନେ ଦୁଇ ଦିନ ଭିତରେ ଏଏସଆଇ ଟିମ୍ ଭିତର ରତ୍ନଭଣ୍ଡାରର ଯାଞ୍ଚ କରିବ। ଏନେଇ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ସୂଚନା ଦେଇଛନ୍ତି। ସେ କହିଛନ୍ତି, ‘ରତ୍ନଭଣ୍ଡାରରୁ ସବୁ ଅଳଙ୍କାର ସ୍ଥାନାନ୍ତରଣ ହୋଇସାରିଛି । ଏହାପରେ ପ୍ରଥମେ ରତ୍ନଭଣ୍ଡାରର ଅନୁଧ୍ୟାନ କରିବ ଏଏସଆଇ ଟିମ୍ । ଦିନେ ଦୁଇ ଦିନ ମଧ୍ୟରେ ଟିମ୍ ଅନୁଧ୍ୟାନ ଆରମ୍ଭ କରିବ । ଭଣ୍ଡାର ଭିତରର ସ୍ଥିତି ଦେଖିବା ପରେ ମରାମତି ପାଇଁ କେତେ ଦିନ ଲାଗିବ କେବେଠୁ ଆରମ୍ଭ ହେବ ସେନେଇ ଆଲୋଚନା ହେବ । ସମୟ ନିର୍ଘଣ୍ଟ କରାଯାଇ ସରକାରଙ୍କ ପକ୍ଷରୁ ଅନୁମତି ଆସିଲେ ମରାମତି କାମ ଆରମ୍ଭ ହେବ । ତେବେ ଅନୁଧ୍ୟାନ ପରେ ରତ୍ନ ଭଣ୍ଡାର ମରାମତି ନେଇ ସମୟ ଧାର୍ଯ୍ୟ କରାଯିବ’ ବୋଲି କହିଛନ୍ତି ଆଇନମନ୍ତ୍ରୀ ।
    ଏଣେ ଶ୍ରୀମନ୍ଦିର ରତ୍ନଭଣ୍ଡାର ମରାମତି ଅତ୍ୟାବଶ୍ୟକ ବୋଲି କହିଛନ୍ତି ପୁରୀ ଗଜପତି ମହାରାଜା ଦିବ୍ୟସିଂହ ଦେବ। ଶ୍ରୀମନ୍ଦିର ଭିତର ରତ୍ନଭଣ୍ଡାର ଖୋଲିବା ବେଳେ ଗଜପତି ମହାରାଜା ପ୍ରତ୍ୟକ୍ଷ ରତ୍ନଭଣ୍ଡାର ଖୋଲିବା ଓ ଅଳଙ୍କାର ସ୍ଥାନାନ୍ତର ପ୍ରକ୍ରିୟା ଦେଖିଥିଲେ। ରତ୍ନଭଣ୍ଡାର ଅଳଙ୍କାର କେଉଁଠୁ ଆସୁଛି ଓ କେଉଁଠି ରଖାଯାଉଛି, ଏହା ସୁରକ୍ଷିତ ନା ନାହିଁ, ସବୁ ଟିକିନିଖି ଦେଖିଥିଲେ। ଉଭୟ ଭିତର ଓ ବାହାର ରତ୍ନଭଣ୍ଡାର ସଂପୂର୍ଣ୍ଣ ଭାବେ ଖାଲି ହୋଇସାରିବା ପରେ ଅତ୍ୟାଧୁନିକ ବୈଷୟିକ ଜ୍ଞାନକୌଶଳସଂପନ୍ନ ସ୍କାନର ଜରିଆରେ ସବୁ ନିରୀକ୍ଷଣ କରାଯିବ। ଯେତେବେଳେ ପ୍ରଶାସନ ସ୍ଥିର ନିଷ୍ପତ୍ତି ନେବ, ଅନ୍ୟ କୌଣସି ଅଳଙ୍କାର ସେଠାରେ ନାହିଁ, ତା’ ପରେ ଏଏସ୍‌ଆଇ କର୍ତ୍ତୃପକ୍ଷଙ୍କୁ ବାହାର ଓ ଭିତର ରତ୍ନଭଣ୍ଡାର ହସ୍ତାନ୍ତର କରାଯିବ। ନିଶ୍ଚିତ ଭାବେ ଦୁଇ ରତ୍ନଭଣ୍ଡାରର ମରାମତି ଆବଶ୍ୟକତା ରହିଛି। ଆମେ ଜାଣିନୁ ଭଣ୍ଡାର ଘର କେବେ ମରାମତି ହୋଇଥିଲା। ଏଏସ୍‌ଆଇ ୧୯୭୧ରୁ ଶ୍ରୀମନ୍ଦିର ରକ୍ଷଣାବେକ୍ଷଣ ଦାୟିତ୍ବ ନେବାଠାରୁ ମରାମତି ହୋଇନି। କୌଣସି ମରାମତି ହେବାର ପ୍ରମାଣ ନାହିଁ। ପୂର୍ବରୁ କେବେ ହୋଇଥିଲା ଆମେ କହିପାରିବା ନାହିଁ। ଏଣୁ ମରାମତି ନିଶ୍ଚିତ ଆବଶ୍ୟକ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    22.4 ° C
    22.4 °
    22.4 °
    95 %
    1.5kmh
    5 %
    Wed
    22 °
    Thu
    30 °
    Fri
    30 °
    Sat
    31 °
    Sun
    31 °

    ସମ୍ବନ୍ଧିତ