Sunday, March 22, 2026
21.2 C
Odisha

    ପଶ୍ଚିମ ଓଡିଶା ବିକାଶ ପରିଷଦର ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଲେ ଅସିତ୍ ତ୍ରିପାଠୀ

    ଆଗକୁ ପଢନ୍ତୁ

    ଭୁବନେଶ୍ବର: ପଶ୍ଚିମ ଓଡିଶା ବିକାଶ ପରିଷଦର ଅଧ୍ୟକ୍ଷ ପଦରୁ ଅସିତ୍ ତ୍ରିପାଠୀ ଇସ୍ତଫା ଦେଇଛନ୍ତି। ରାଜ୍ୟ ଯୋଜନା ଓ ସଂଯୋଜନ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ, ପଶ୍ଚିମଓଡ଼ିଶା ବିକାଶ ପରିଷଦ ଅଧ୍ୟକ୍ଷ ଶ୍ରୀ ତ୍ରିପାଠୀଙ୍କ ଇସ୍ତଫାକୁ ଆଜି ଅପରାହ୍ନରୁ ରାଜ୍ୟ ସରକାର ଗ୍ରହଣ କରିଛନ୍ତି । ସେ ୨୦୨୦ ମସିହାରୁ ଏହି ଦାୟିତ୍ୱରେ ଥିଲେ। ହେଲେ ନୂଆ ସରକାର ଗଠନ ହେବା ପରେ ଅସିତ ତ୍ରିପାଠୀଙ୍କ ଇସ୍ତଫାକୁ ନେଇ ଚର୍ଚ୍ଚା ହେଉଥିଲା। ଏହାସହ ପୂର୍ବରୁ ଥିବା ନିଗମ ବା ବୋର୍ଡରୁ ଅନେକ ଅଧ୍ୟକ୍ଷ ସ୍ୱଇଚ୍ଛାରେ ଇସ୍ତଫା ଦେଇଥିବା ବେଳେ କିଛି ଅଧ୍ୟକ୍ଷଙ୍କୁ ବିଦା କରାଯାଇଥିଲା। ହେଲେ ସବୁଠାରୁ ଅଧିକ ଚର୍ଚ୍ଚା ଅସିତ ତ୍ରିପାଠୀଙ୍କୁ ନେଇ ଚାଲିଥିଲା। ସୂଚନାଯୋଗ୍ୟ, ଶ୍ରୀ ତ୍ରିପାଠୀ ରାଜ୍ୟ ମୁଖ୍ୟ ସଚିବ ଭାବେ ୨୦୨୦ ଡିସେମ୍ବର ୩୧ତାରିଖରେ ଅବସର ନେବା ପୂର୍ବରୁ ତାଙ୍କୁ ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଅଧ୍ୟକ୍ଷ ପଦରେ ବିଜେଡି ସରକାର ଥଇଥାନ ପାଇଁ ନିର୍ଦ୍ଦେଶନାମା ଜାରି କରିସାରିଥିଲେ। ସେ ବିଜେଡି ସରକାରଙ୍କ ଫେଭରାଇଟ୍ ଆଇଏଏସ୍ ଭାବେ ପରିଚିତ ଥିଲେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    21.2 ° C
    21.2 °
    21.2 °
    46 %
    1.9kmh
    53 %
    Sun
    33 °
    Mon
    35 °
    Tue
    37 °
    Wed
    39 °
    Thu
    38 °

    ସମ୍ବନ୍ଧିତ