Sunday, October 4, 2026
29.6 C
Odisha

    ଆଜି ପୁଣି ଓଡ଼ିଶା ଆସିବେ ଆସାମ ମୁଖ୍ୟମନ୍ତ୍ରୀ ହେମନ୍ତ ବିଶ୍ୱଶର୍ମା: ଭୁବନେଶ୍ୱରରେ ‘ବିଶେଷ ସମ୍ପର୍କ ଅଭିଯାନ’ରେ ଯୋଗଦେବେ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର: ପୁଣି ଓଡ଼ିଶା ଗସ୍ତରେ ଆସାମ ମୁଖ୍ୟମନ୍ତ୍ରୀ ହେମନ୍ତ ବିଶ୍ୱଶର୍ମା। ଓଡ଼ିଶାରେ ଆସିବେ ନିର୍ବାଚନ ପ୍ରଚାରକୁ ଶାଣିତ କରିବା ଏବଂ ରାଜ୍ୟ ବିଜେପିର କର୍ମକର୍ତ୍ତାଙ୍କ ସହ ଆଲୋଚନା କରିବାକୁ ଓଡ଼ିଶା ଆସୁଛନ୍ତି ହେମନ୍ତ ବିଶ୍ୱଶର୍ମା । ଏନେଇ ରାଜ୍ୟ ବିଜେପି ଉପସଭାପତି ଗୋଲକ ମହାପାତ୍ର ସୂଚନା ଦେଇଛନ୍ତି। ତାଙ୍କର ସୂଚନା ଅନୁଯାୟୀ, ଆଜି ଅପରାହ୍ନ ସାଢେ ୨ଟା ଭୁବନେଶ୍ୱରର ସ୍ୱସ୍ତି ପ୍ରିମିୟମ ହୋଟେଲରେ ‘ବିଶେଷ ସମ୍ପର୍କ ଅଭିଯାନ’ରେ ଯୋଗଦେବେ ଆସାମ ମୁଖ୍ୟମନ୍ତ୍ରୀ।
    ଏହା ପୂର୍ବରୁ ଗତ ୯ ତାରିଖରେ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମା ଆଜି ଚିତ୍ରକୋଣ୍ଡା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ମାଥିଲି, ଗଞ୍ଜାମ ଜିଲ୍ଲାର ଖଲ୍ଲିକୋଟ ଓ ମାଲକାନଗିରି ବିଧାନସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଏମ୍‌ପିଭି-୮୨ ଠାରେ ଆୟୋଜିତ ବିଜୟ ସଂକଳ୍ପ ସମାବେଶରେ ଯୋଗ ଦେଇଥିଲେ। ବିଜେପି ଲୋକସଭା ଓ ବିଧାନସଭା ପ୍ରାର୍ଥୀଙ୍କ ପାଇଁ ନିର୍ବାଚନ ପ୍ରଚାର କରିବା ସହ ସେ ଭୋଟ ମାଗିଥିଲେ। ଖଲ୍ଲିକୋଟ ବିଜୟ ସଂକଳ୍ପ ଅଭିଯାନରେ ଯୋଗ ଦେଇ ଶ୍ରୀ ବିଶ୍ବଶର୍ମା କହିଲେ, ଓଡ଼ିଶା ୨୫ ବର୍ଷ ହେଲା ଗୋଟିଏ ସରକାରକୁ ଶାସନର ସୁଯୋଗ ଦେଇଆସୁଛି। କିନ୍ତୁ ବିଜେପିକୁ ଥରେ ସୁଯୋଗ ଦେଲେ ଓଡ଼ିଶାରେ ବିକାଶ ଦୁଇଗୁଣା ହେବ। ସଂପ୍ରତି ଦେଶର ଅନ୍ୟାନ୍ୟ ରାଜ୍ୟରେ ବିଜେପି କ୍ଷମତାସୀନ ହୋଇପାରିଛି। ଓଡ଼ିଶାରେ ବି ଏଥର ପରିବର୍ତ୍ତନର ହାୱା ବହୁଛି। ବିଜେପି ନିଶ୍ଚିତ ଭାବେ ସରକାର ଗଢ଼ିବ ବୋଲି ହିମନ୍ତ ଦୃଢ଼ୋକ୍ତି ପ୍ରକାଶ କରିଥିଲେ। ଓଡ଼ିଶାରେ ବିଜେପି କ୍ଷମତା ହାସଲ ‌ହେଲେ ରାଜ୍ୟବାସୀ ବିନା ମୂଲ୍ୟରେ ଅଯୋଧ୍ୟା ଯାଇ ପ୍ରଭୁ ଶ୍ରୀରାମଲାଲାଙ୍କ ଦର୍ଶନ କରିବେ ବୋଲି ସେ ପ୍ରତିଶ୍ରୁତି ଦେଇଥିଲେ।
    ଏମ୍‌ପିଭି-୮୨ ଠାରେ ଆୟୋଜିତ ବିଜୟ ସଂକଳ୍ପ ସମାବେଶରେ ଯୋଗ ଦେଇ ଶ୍ରୀ ବିଶ୍ବଶର୍ମା କହିଲେ, ଓଡ଼ିଶାରେ ବିଜେପି କ୍ଷମତାକୁ ଆସିଲେ ସମସ୍ତ ବିଦ୍ୟାଳୟରେ ବଙ୍ଗାଳୀ ଭାଷା ଶିକ୍ଷକଙ୍କୁ ନିଯୁକ୍ତି ଦିଆଯିବ। ନମ୍ବରରୁ କଏଦୀଙ୍କୁ ଚିହ୍ନଟ କରାଯାଏ, ଗାଁକୁ ନୁହେଁ। ତେଣୁ ଗାଁକୁ ନୂଆ ପରିଚୟ ଦେବାକୁ ବିଜେପି ସରକାର ନିଶ୍ଚିତ ପଦକ୍ଷେପ ନେବ। ଡବଲ୍‌ ଇଞ୍ଜିନ୍‌ ସରକାର ହେଲେ ପ୍ରଥମ କାମ ହେବ ବଙ୍ଗୀୟ ଗାଁ ଗୁଡ଼ିକୁ ରାଜସ୍ବ ଗାଁ ମାନ୍ୟତା ଦେବା। ଆଉ ନମ୍ବର ନୁହେଁ, ସ୍ବତନ୍ତ୍ର ନାଁରେ ପରିଚିତ ହେବ ସବୁ ବଙ୍ଗୀୟ ଗାଁ। ଅଭିଭାଷଣ ଆରମ୍ଭ କରି ସିଧାସଳଖ ବିଜେଡି ଓ ରାଜ୍ୟ ସରକାର ବିରୋଧରେ ଗର୍ଜନ କରିଥିଲେ। ଅଧା ବଙ୍ଗାଳୀ ଏବଂ ଅଧା ହିନ୍ଦୀରେ ସମ୍ବୋଧନ କରି କହିଥିଲେ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସାଢ଼େ ଚାରି କୋଟିଙ୍କ ପାଇଁ କିଛି କରିନାହାନ୍ତି। ଯାହା ବି କରିଛନ୍ତି ପାଣ୍ଡିଆନଙ୍କ ପାଇଁ କରିଛନ୍ତି। ସେ ଓଡ଼ିଶାକୁ ଭଲପାଆନ୍ତି ନାହିଁ, କେବଳ ପାଣ୍ଡିଆନଙ୍କୁ ଭଲପାଆନ୍ତି। କେବଲ ସେତିକି ନୁହେଁ, ମୁଖ୍ୟମନ୍ତ୍ରୀଙ୍କୁ ଯାହା ପଚାରିଲେ କେବଳ ଓକେ ଓକେ ବୋଲି କୁହନ୍ତି। ୨୫ବର୍ଷରେ ଓଡ଼ିଆ ଶିଖିପାରିଲେ ନାହିଁ। ବଙ୍ଗାଳୀ ଭାଇଭଉଣୀଙ୍କ ପାଇଁ ରାଜ୍ୟ ସରକାର କ’ଣ କରିଛନ୍ତି ବୋଲି ହିମନ୍ତ ପ୍ରଶ୍ନ କରିଥିଲେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    29.6 ° C
    29.6 °
    29.6 °
    53 %
    1.6kmh
    2 %
    Sun
    30 °
    Mon
    30 °
    Tue
    31 °
    Wed
    31 °
    Thu
    30 °

    ସମ୍ବନ୍ଧିତ