Wednesday, April 1, 2026
25.1 C
Odisha

    ବିଧାନସଭାରେ ବାଚସ୍ପତିଙ୍କୁ ଅସମ୍ମାନ ଘଟଣା: ନିନ୍ଦା ପ୍ରସ୍ତାବ ଗୃହୀତ

    ଆଗକୁ ପଢନ୍ତୁ

    ଭୁବନେଶ୍ବର: ବିଧାନସଭାରେ ବାଚସ୍ପତିଙ୍କୁ ଅସମ୍ମାନ ଘଟଣାରେ ନିନ୍ଦା ପ୍ରସ୍ତାବ ଗୃହୀତ ହୋଇଛି। ଗତକାଲି ବିଧାନସଭାରେ ବିଜେଡିର ତୁମୁଳକାଣ୍ଡ ଓ ଅରାଜକତା ପରିଲକ୍ଷିତ ହୋଇଥିଲା। ଅବକାରୀ ମନ୍ତ୍ରୀଙ୍କ ଇସ୍ତଫା ଦାବି କରି ବାଚସ୍ପତିଙ୍କ ପୋଡ଼ିୟମ ଉପରକୁ ସୋର ବିଧାୟକ ମାଧବ ଧଡ଼ା ଓ ଦେବଗଡ଼ ବିଧାୟକ ରୋମାଞ୍ଚ ବିଶ୍ବାଳ ଚଢ଼ିଯାଇଥିଲେ। ବିଧାନସଭାରେ ବାଚସ୍ପତିଙ୍କୁ ଏହି ଅସମ୍ମାନ ଘଟଣାରେ ନିନ୍ଦା ପ୍ରସ୍ତାବ ଆଣିଥିଲେ ସରକାରୀ ଦଳ ମୁଖ୍ୟ ସଚେତକ। ନିନ୍ଦା ପ୍ରସ୍ତାବ ଗୃହୀତ, ହେବା ପରେ ଗୃହକୁ ମୁଲତବୀ ଘୋଷଣା କରିଥିଲେଛନ୍ତି ବାଚସ୍ପତି ସୁରମା ପାଢ଼ୀ। ହେଲେ ପରେ ଗୃହକାର୍ଯ୍ୟ ହେବା ମାତ୍ରେ ପୁଣି ବିରୋଧୀ ସଦସ୍ୟମାନେ ହଟ୍ଟଗୋଳ କରିଥିଲେ। ଏହାପରେ ବାଚସ୍ପତି ଅପରାହ୍ଣ ୪ଟା ଯାଏ ଗୃହକୁ ମୁଲତବୀ ଘୋଷଣା କରିଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    few clouds
    25.1 ° C
    25.1 °
    25.1 °
    37 %
    1kmh
    14 %
    Wed
    39 °
    Thu
    40 °
    Fri
    40 °
    Sat
    40 °
    Sun
    38 °

    ସମ୍ବନ୍ଧିତ