Wednesday, October 23, 2024
21.7 C
Odisha

    ୨୨ ତାରିଖରୁ ବିଧାନସଭା ଅଧିବେଶନ । ୨୪ ତାରିଖରେ ଉପ-ବାଚସ୍ପତି ନିର୍ବାଚନ, ୨୫ରେ ଆସିବ ରାଜ୍ୟ ବଜେଟ୍

    ଆଗକୁ ପଢନ୍ତୁ

    ଆସନ୍ତା ୨୨ ତାରିଖରୁ ବସିବ ବିଧାନସଭା ଅଧିବେଶନ । ସପ୍ତଦଶ ବିଧାନସଭାର ପ୍ରଥମ ଅଧିବେଶନ ଚଳିତ ମାସ ୨୨ ତାରିଖରେ ବସିବାକୁ ଯାଉଛି । ଏଥିସହ ୨୫ ତାରିଖରେ ଉପସ୍ଥାପନ ହେବ ରାଜ୍ୟ ବଜେଟ୍ । ଏନେଇ ଆଜି ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ ପାଇଛି । ମିଳିଥିବା ସୂଚନା ମୁତାବକ, ରାଜ୍ୟପାଳଙ୍କ ଅଭିଭାଷଣ ସହ ସପ୍ତଦଶ ବିଧାନସଭାର ଅଧିବେଶନ ଆରମ୍ଭ ହେବ । ଏହାପରେ ରାଜ୍ୟପାଳଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ହେବ । ତତପରେ ଉପବାଚସ୍ପତି ନିର୍ବାଚନ ସମ୍ପର୍କରେ ଘୋଷଣା ହେୱ । ୨୪ ତାରିଖରେ ଉପବାଚସ୍ପତି ନିର୍ବାଚନ ହେବ । ଏହାପରେ ଚଳିତ ମାସ ୨୫ ତାରିଖରେ ରାଜ୍ୟ ବଜେଟ୍ ଉପସ୍ଥାପନ ହେବ ।

    ସୂଚନାଯୋଗ୍ୟ ଯେ, ରାଜ୍ୟରେ ସରକାର ପରିବର୍ତ୍ତନ ହେବା ପରେ, ପ୍ରଥମ ଥର ପାଇଁ ମୋହନ ସରକାର ଏଥର ବିଧାନସଭା ଅଧିବେଶନରେ ବଜେଟ୍ ଉପସ୍ଥାପନ କରିବେ । ବିଜେଡି ଏଥର ପ୍ରଥମକରି ବିରୋଧୀ ଆସନରେ ନଜର ଆସିବ । ତେଣୁ ଏଥର ବିଧାନସଭା ଅଧିବେଶନରେ ଶାସକ-ବିରୋଧୀଙ୍କ ଭିତରେ କଡା ମୁକାବିଲା ଦେଖିବାକୁ ମିଳିପାରେ । ଖାସ୍ କରି ବିରୋଧୀ ବିଜେଡି, ଶାସକ ଦଳକୁ ଘେରିବାକୁ ରଣନୀତି ପ୍ରସ୍ତୁତ କରୁଛି । ଅନ୍ୟପଟେ ଶାସକ ବିଜେପି ମଧ୍ୟ ବିରୋଧୀଙ୍କୁ ମୁକାବିଲା କରିବାକୁ ଅଣ୍ଟାଭିଡୁଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    21.7 ° C
    21.7 °
    21.7 °
    69 %
    1.8kmh
    100 %
    Wed
    22 °
    Thu
    25 °
    Fri
    26 °
    Sat
    25 °
    Sun
    22 °

    ସମ୍ବନ୍ଧିତ