Tuesday, October 22, 2024
29.1 C
Odisha

    ନବନିଯୁକ୍ତ ଓଡିଶା ପ୍ରଭାରୀ ଶ୍ରୀ ବିଜୟ ପାଲ ସିଂହ ତୋମାର ଏବଂ ସହ-ପ୍ରଭାରୀ ସୁଶ୍ରୀ ଲତା ଉସେଣ୍ଡିଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଲେ ରାଜ୍ୟ ସଭାପତି

    ଆଗକୁ ପଢନ୍ତୁ

    ଭୁବନେଶ୍ୱର, ତା.୦୫/୦୭: ମାନନୀୟ ରାଷ୍ଟ୍ରୀୟ ଅଧ୍ୟକ୍ଷ ଶ୍ରୀ ଜେ.ପି.ନଡ୍ଡାଜୀଙ୍କ ଦ୍ୱାରା ଓଡିଶା ସମେତ ବିଭିନ୍ନ ରାଜ୍ୟ ପାଇଁ ପ୍ରଭାରୀ ଓ ସହ-ପ୍ରଭାରୀ ନାମ ତାଲିକା ଘୋଷଣା କରିଛନ୍ତି । ଓଡିଶା ପ୍ରଭାରୀ ଭାବେ ଶ୍ରୀ ବିଜୟ ପାଲ ସିଂହ ତୋମାର ଏବଂ ସହ-ପ୍ରଭାରୀ ଭାବେ ସୁଶ୍ରୀ ଲତା ଉସେଣ୍ଡିଙ୍କୁ ନିଯୁକ୍ତି ମିଳିଛି । ଉଭୟଙ୍କୁ ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି ।

    ଉଭୟ ଶ୍ରୀ ବିଜୟ ପାଲ ସିଂହ ତୋମାର ଏବଂ ସହ-ପ୍ରଭାରୀ ଭାବେ ସୁଶ୍ରୀ ଲତା ଉସେଣ୍ଡିଙ୍କ ମାର୍ଗଦର୍ଶନରେ ଭାରତୀୟ ଜନତା ପାର୍ଟୀ ଓଡିଶାରେ ପ୍ରଥମ ଥର ପାଇଁ ଏକାକୀ ସରକାର ଗଠନ କରିଛି । ପୁନର୍ବାର ଉଭୟଙ୍କ ମାର୍ଗଦର୍ଶନରେ ରାଜ୍ୟରେ ଦଳୀୟ ସଂଗଠନ ଆହୁରି ଅଧିକ ସୁଦୃଢ ହେବ ବୋଲି ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ କହିଛନ୍ତି ।
    ସେହିପରି କେରଳ ରାଜ୍ୟ ସହ-ପ୍ରଭାରୀ ଭାବେ ଭୁବନେଶ୍ୱର ସାଂସଦ ଶ୍ରୀ ଅପରାଜିତା ଷଡଙ୍ଗୀ ଏବଂ ଉତର-ପୂର୍ବ ରାଜ୍ୟସମୁହ ସଂଯୋଜକ ଭାବେ ପୁରୀ ସାଂସଦ ଡ.ସମ୍ବିତ ପାତ୍ରଙ୍କୁ ନିଯୁକ୍ତି ମିଳିଥିବାରୁ ରାଜ୍ୟ ସଭାପତି ଶ୍ରୀ ସାମଲ ଉଭୟଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇବା ସହ ରାଷ୍ଟ୍ରୀୟ ଅଧ୍ୟକ୍ଷ ଶ୍ରୀ ଜେ.ପି.ନଡ୍ଡାଙ୍କୁ ଧନ୍ୟବାଦ ଓ କୃତଜ୍ଞତା ଜ୍ଞାପନ କରିଛନ୍ତି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    29.1 ° C
    29.1 °
    29.1 °
    48 %
    2.9kmh
    6 %
    Tue
    29 °
    Wed
    28 °
    Thu
    27 °
    Fri
    26 °
    Sat
    22 °

    ସମ୍ବନ୍ଧିତ