Monday, November 16, 2026
27.4 C
Odisha

    ଗୁଆକାତିରେ ଆକ୍ରମଣରେ ବ୍ୟବସାୟୀ ଗୁରୁତର, କଟକ ସ୍ଥାନାନ୍ତର

    ଆଗକୁ ପଢନ୍ତୁ

    ଅନୁଗୁଳ: ଅନୁଗୁଳ ଟାଉନ ଥାନା ବଣିଆବାହାଳରେ ଜଣେ ମଦ୍ୟପ ଯୁବକର ଗୁଆକାତି ଆକ୍ରମଣରେ ବଡ଼ମ୍ବା ଅଞ୍ଚଳର ବ୍ୟବସାୟୀ ଗୁରୁତର ହୋଇଛନ୍ତି। ତାଙ୍କୁ ଚିକିତ୍ସା ପାଇଁ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ପରେ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି।ସୂଚନା ମୁତାବକ କଟକ ଜିଲ୍ଲା ବଡ଼ମ୍ବା ଅଞ୍ଚଳର ଗଦାଧର ମଲ୍ଲିକ (୫୬) ଦୀର୍ଘ ଦିନ ହେଲା ହୁଲୁରିସିଂହାରେ ଭଡ଼ା ଘର ନେଇ ରହୁଥିଲେ। ସେ ଆଖପାଖ ଅଞ୍ଚଳରେ ରାସନ ସାମଗ୍ରୀ ବ୍ୟବସାୟ କରୁଥିବା ବେଳେ ଆଜି ଦିନ ପ୍ରାୟ ୧୧ଟା ବେଳେ ବଣିଆବାହାଳ ଆଡ଼କୁ ଯାଉଥିଲେ। ତେବେ ବାଟରେ ଜଣେ ଯୁବକ ତାଙ୍କୁ ଅଟକାଇ ଏକ ଗୁଆକାତିରେ ଆକ୍ରମଣ କରିଥିଲେ। ଫଳରେ ଗଦାଧର ଗୁରୁତର ହୋଇ ପଡ଼ିଯାଇଥିଲେ। ତାଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ ମଧ୍ୟ ସ୍ୱାସ୍ଥ୍ୟାବସ୍ଥା ଅଧିକ ଗୁରୁତର ହେବାରୁ ତାଙ୍କୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    few clouds
    27.4 ° C
    27.4 °
    27.4 °
    50 %
    2.1kmh
    13 %
    Mon
    27 °
    Tue
    27 °
    Wed
    26 °
    Thu
    21 °
    Fri
    22 °

    ସମ୍ବନ୍ଧିତ