Sunday, October 11, 2026
22.9 C
Odisha

    ହସ୍ପିଟାଲରେ ଅସୁସ୍ଥ ଅଭିନେତାଙ୍କୁ ଭେଟିଲେ ବିଜେପି ନେତା; ଏପରି ଅଛି ମିଥୁନଙ୍କ ସ୍ବାସ୍ଥ୍ୟାବସ୍ଥା

    ଆଗକୁ ପଢନ୍ତୁ

    କୋଲକାତା: ବରିଷ୍ଠ ଅଭିନେତା ତଥା ବିଜେପି ନେତା ମିଥୁନ ଚକ୍ରବର୍ତ୍ତୀ ଗତଶନିବାର ସକାଳେ ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ କୋଲକାତାର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।ଅଭିନେତାଙ୍କ ଘନିଷ୍ଠ ସୂତ୍ରରୁ ପ୍ରକାଶ ଯେ ମିଥୁନଙ୍କୁ ବ୍ରେନ ଷ୍ଟୋକ ହେବାରୁ ତାଙ୍କୁ ଡାକ୍ତରଖାନାକୁ ନିଆଯାଇଥିଲା। ଡାକ୍ତରମାନେ ମିଥୁନଙ୍କ ଚିକିତ୍ସା ଜାରି ରଖିଛନ୍ତି। ଏଭଳି ସମୟରେ ବିଜେପି ନେତା ଦିଲୀପ ଘୋଷ ହସ୍ପିଟାଲରେ ପହଞ୍ଚି ମିଥୁନଙ୍କୁ ଭେଟିଥିଲେ।ଅଭିନେତା ମିଥୁନ ଓ ବିଜେପି ନେତା ଦିଲୀପଙ୍କ ସାକ୍ଷାତକାରର ଏକ ଭିଡିଓ ସୋସିଆଲ ମିଡିଆରେ ପୋଷ୍ଟ ହୋଇଛି। ଏହି ଭିଡିଓରେ ମିଥୁନ ହସ୍ପିଟାଲ ବିଛଣାରେ ବସିଥିବାର ନଜର ଆସୁଛନ୍ତି। ଏହି ସମୟରେ ବିଜେପି ନେତା ଦିଲୀପ ମିଥୁନଙ୍କ ନିକଟରେ ପହଞ୍ଚି ଫୁଲ ଦେଉଥିବା ଦେଖିବାକୁ ମିଳୁଛି। ଭିଡିଓରେ ମିଥୁନଙ୍କୁ ହସୁଥିବା ଦେଖି ଫ୍ୟାନ୍ସମାନେ ଖୁସି ହୋଇଯାଇଛନ୍ତି।

    ମିଥୁନଙ୍କୁ ଚିକିତ୍ସା କରୁଥିବା ଡାକ୍ତରଙ୍କ ସୂତ୍ରରୁ ପ୍ରକାଶ, ଅଭିନେତାଙ୍କ ସ୍ବାସ୍ଥ୍ୟାବସ୍ଥା ପୂର୍ବ ଅପେକ୍ଷା ଭଲ ଅଛି। କିନ୍ତୁ ଏବେ ବି ତ‌ାଙ୍କ ସ୍ବାସ୍ଥ୍ୟାବସ୍ଥା ଉପରେ ତନତନ କରି ଧ୍ୟାନ ରଖାଯାଇଛି। ସମ୍ପୂର୍ଣ୍ଣ ଭାବେ ସୁସ୍ଥ ହେବାକୁ ସମୟ ଲାଗିବ। ନିକଟରେ ମିଥୁନ ଚକ୍ରବର୍ତ୍ତୀଙ୍କୁ ସମ୍ମାନଜନକ ପଦ୍ମଭୂଷଣ ପୁରସ୍କାରରେ ସମ୍ମାନିତ କରାଯାଇଛି। ଇତିମଧ୍ୟରେ ମିଥୁନଙ୍କୁ ଶେଷ ଥର ପାଇଁ ବଙ୍ଗଳା ଫିଲ୍ମ ‘କାବୁଲିୱାଲା’ରେ ଦେଖିବାକୁ ମିଳିଥିଲା। ଏହା ଡିସେମ୍ବର ୨୦୨୩ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଥିଲା।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    22.9 ° C
    22.9 °
    22.9 °
    80 %
    1.3kmh
    0 %
    Sun
    23 °
    Mon
    30 °
    Tue
    30 °
    Wed
    30 °
    Thu
    30 °

    ସମ୍ବନ୍ଧିତ