Saturday, October 17, 2026
23.3 C
Odisha

    ଗୁଲମାର୍ଗରେ ହିମସ୍ଖଳନ: ବରଫ ତଳେ ଚାପି ହୋଇଗଲେ ପର୍ଯ୍ୟଟକ

    ଆଗକୁ ପଢନ୍ତୁ

    ଶ୍ରୀନଗର: ଜମ୍ମୁ-କଶ୍ମୀରରେ ଗୁରୁବାର ମଧ୍ୟାହ୍ନରେ ଏକ ଅଘଟଣ ଘଟିଛି। ଗୁଲମାର୍ଗ ଅଞ୍ଚଳରେ ହିମସ୍ଖଳନ ଯୋଗୁ କେତେକ ପର୍ଯ୍ୟଟକ ବରଫ ତଳେ ପୋତି ହୋଇ ରହି ଯାଇଥିବା ଖବର ମିଳିଛି। ଏହି ଘଟଣାରେ ଜଣେ ପର୍ଯ୍ୟଟକଙ୍କ ମୃତ୍ୟୁ ଘଟିଛି। ତାଙ୍କର ମୃତଦେହ ଉଦ୍ଧାର କରାଯାଇଛି। ୨ ଜଣ ବିଦେଶୀ ପର୍ଯ୍ୟଟକ ନିଖୋଜ ଥିବା ସ୍ଥାନୀୟ ପୁଲିସ କହିଛି। ଅପରପକ୍ଷରେ ୨ ଜଣ ପର୍ଯ୍ୟଟକଙ୍କୁ ଆବଜର୍ନା ତଳୁ ଜୀବନ୍ତ ଉଦ୍ଧାର କରାଯାଇଛି। ହିମସ୍ଖଳନ ଖବର ପାଇ ବାରମୂଳା ପୁଲିସ ଘଟଣାସ୍ଥଳରେ ପହଞ୍ଚି ସ୍ଥାନୀୟ ଲୋକଙ୍କ ସହାୟତାରେ ବରଫ ତଳୁ ଚାପି ରହିଥିବା ଲୋକଙ୍କୁ ଖୋଜିବା ଆରମ୍ଭ କରିଛନ୍ତି।
    ହିମସ୍ଖଳନ ହେବା ଯୋଗୁ ପର୍ଯ୍ୟଟକଙ୍କ ମଧ୍ୟରେ ଆତଙ୍କ ଖେଳି ଯାଇଥିଲା। ଲୋକେ ନିଜ ନିଜ ଜୀବନ ବଞ୍ଚାଇବା ପାଇଁ ଦୌଡ଼ାଦୌଡ଼ି କରିଥିଲେ। ଫଳରେ ଦଳାଚକଟା ଯୋଗୁ କିଛି ପର୍ଯ୍ୟଟକ ଆହତ ହୋଇଥିବା କୁହାଯାଉଛି। ଗୁଲମାର୍ଗର ବ୍ୟାକ କଣ୍ଟ୍ରି ଅଞ୍ଚଳରେ ଏହି ଅଭାବନୀୟ ଘଟଣା ଘଟିଛି। ପର୍ଯ୍ୟଟକମାନେ ପ୍ରାକୃତିକ ବରଫାପାତର ଆନନ୍ଦ ନେଉଥିବା ସମୟରେ ଏହା ଘଟିଥିଲା।
    ଗଣମାଧ୍ୟମ ରିପୋର୍ଟ ଅନୁସାରେ ହିମସ୍ଖଳନ ଯୋଗୁ ରାସ୍ତା ଉପରେ ମାଟି ଜମି ରହିଥିବାରୁ ଯାନବାହନ ଯାତାୟତରେ ସମସ୍ୟା ଉପୁଜିଛି। ରାସ୍ତାର ଉଭୟ ପାର୍ଶ୍ବରେ ଯାନବାହନ ଅଟକି ରହିଛି। ଫଳରେ ପର୍ଯ୍ୟଟକଙକ୍କ ଫେରିବା ସମ୍ଭବପର ହୋଇ ପାରୁନାହିଁ। ସୁରକ୍ଷାକୁ ଦୃଷ୍ଟିରେ ରଖି ପାଣିପାଗ ବିଭାଗ ପକ୍ଷରୁ ୪୮ ଘଣ୍ଟିଆସତର୍କ ସୂଚନା ଜାରି କରାଯାଇଛି। ୧୦ ଜିଲ୍ଲା ପାଇଁ ହିମସ୍ଖଳନ ଆଶଙ୍କା ଥିବା ନେଇ ପାଣିପାଗ ବିଭାଗ ପକ୍ଷରୁ ଜନ ସାଧାରଣଙ୍କୁ ସତର୍କ ରହିବାକୁ କୁହାଯାଇଛି। ଜାମ୍ମୁ-କଶ୍ମୀର ବିପର୍ଯ୍ୟୟ ପରିଚାଳନା କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି ଆସନ୍ତା ୨୪ ଘଣ୍ଟା ମଧ୍ୟରେ ପାଣିପାଗ ଅଧିକ ଖରାପ ହୋଇପାରେ।
    ଅନନ୍ତନାଗ ଏବଂ କୂଲଗାମ ଜିଲ୍ଲାରେ ପର୍ଯ୍ୟଟକଙ୍କୁ ପାହାଡ଼ରେ ୨ ହଜାର ଫୁଟରୁ ଅଧିକ ଉଚ୍ଚତାକୁ ନଯିବା ଲାଗି ପରାମର୍ଶ ଦିଆଯାଇଛି। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଡୋଡା, କିସ୍ତବାଡ଼, ପୁଞ୍ଚ, ରାମବନ,କୁପୱାଡା, ଗାନ୍ଦରବଲ ଜିଲ୍ଳାରେ ପର୍ଯ୍ୟଟକ ଏବଂ ସ୍ଥାନୀୟ ଲୋକେ ସତର୍କ ରହିବାକୁ ସତର୍କ ସୂଚନା ଜାରି କରାଯାଇଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    few clouds
    23.3 ° C
    23.3 °
    23.3 °
    88 %
    1.5kmh
    19 %
    Sat
    23 °
    Sun
    30 °
    Mon
    31 °
    Tue
    30 °
    Wed
    29 °

    ସମ୍ବନ୍ଧିତ