Saturday, October 17, 2026
26.5 C
Odisha

    କ୍ରିଏଟିଭୋ ପକ୍ଷରୁ ସୋଆ କୃଷି ମହାବିଦ୍ୟାଳୟରେ ବିଶ୍ୱ ମାତୃଭାଷା ଦିବସ ପାଳନ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର, ୨୨/୦୨: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଏଗ୍ରିକଲ୍‌ଚରାଲ ସାଇନ୍‌ସେସ୍ (ଆଇଏଏସ୍‌)ର ସାମାଜିକ ଓ ସାଂସ୍କୃତିକ ଶାଖା କ୍ରିଏଟିଭୋ ପକ୍ଷରୁ ବୁଧବାର ‘ବିଶ୍ୱ ମାତୃଭାଷା ଦିବସ’ ପାଳିତ ହୋଇଯାଇଛି। ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଓଡିଶା ସାହିତ୍ୟ ଏକାଡେମୀ ତଥା ଓଡିଶା ସଂଗୀତ ନାଟକ ଏକାଡେମୀ ପୁରସ୍କାର ପ୍ରାପ୍ତ ଗୀତିକବି ଶ୍ରୀ ମନୋଜ ମହାନ୍ତି ଯୋଗ ଦେଇ ଓଡିଆ ଭାଷା ସୁରକ୍ଷା ଦିଗରେ ଯୁବ ସମାଜର ଭୂମିକା ବିଷୟରେ ଆଳୋକପାତ କରିଥିଲେ । ସେହିପରି ସମ୍ମାନିତ ଅତିଥି ଭାବେ ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷ ପ୍ରଫେସର ନିରୋଦ କୁମାର ଧଳ ଯୋଗ ଦେଇ ଏହି ଉଦ୍ୟମକୁ ପ୍ରଶଂସନୀୟ ବୋଲି କହିଥିଲେ । ଏହାର ପ୍ରଥମ ଅଧିବେଶନରେ ଶ୍ରୀ ସୁବ୍ରତ ସେନାପତିଙ୍କ ତତ୍ୱାବଧାନରେ ମହାବିଦ୍ୟାଳୟ ସ୍ତରୀୟ କବିତା ଆସର ଅନୁଷ୍ଠିତ କରାଯାଇଥିଲା । ଏହାକୁ ପ୍ରଫେସର ବିଜୟ କୁମାର ମିଶ୍ର ଉଦ୍‌ଘାଟନ କରିଥିବା ବେଳେ ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ପ୍ରଫେସର ଅଶୋକ ମହାପାତ୍ର, ପ୍ରଫେସର ଅଜୟ ପଟ୍ଟନାୟକ ଓ ପ୍ରଫେସର ସରୋଜ କୁମାର ମହାନ୍ତି ଯୋଗ ଦେଇଥିଲେ । ଡକ୍ଟର ନନ୍ଦିତା ଜେନା, ଡକ୍ଟର ସତ୍ୟ ନାରାୟଣ ଶତପଥୀ, ଅଦିତି ରଥ, ଲୋପାମୁ୍‌ଦ୍ରା ମହାନ୍ତି, ବିଷ୍ଣୁପ୍ରିୟା ପ୍ରଧାନ, ଆଶିଷ ବିଶ୍ୱାଳ, ତନିଶା ପୁରୋହିତ, ଅନନ୍ୟା ସୁବୁଦ୍ଧି, ସ୍ୱଦେଶ ବେହେରା, ମାନସ ଦାସ ପ୍ରମୁଖ କବିତା ଆବୃତି କରିଥିଲେ ।
    କ୍ରିଏଟିଭୋର ମୁଖ୍ୟ ସଂଯୋଜକ ଡକ୍ଟର ଭୁବନାନନ୍ଦ ଅଧିକାରୀଙ୍କ ସଂଯୋଜନାରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ବେଳେ ପ୍ରଫେସର ପ୍ରଭାତ କୁମାର ଷଡଙ୍ଗୀ ସ୍ୱାଗତ ଭାଷଣ ଦେଇଥିଲେ। ଏହି କାର୍ଯ୍ୟକ୍ରମକୁ ଡକ୍ଟର ରାମକୃଷ୍ଣ ବସ୍ତିଆ, ଶୁଭମ୍ ପ୍ରକାଶ , ସ୍ନେହା ଋତାମ୍ଭରା ଓ ବିଶ୍ୱଜିତ୍ ମିଶ୍ର ପରିଚାଳନା କରିଥିଲେ। ବୈଷ୍ଣବୀ ବେହେରା, ଅନ୍ୱେଷା, ସୌମ୍ୟ ରଂଜନ, ଚନ୍ଦନ, ସୌମ୍ୟାଶ୍ରୀ ମହାନ୍ତି ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ । ଡକ୍ଟର ସୁଚିସ୍ମିତା ମହାପାତ୍ର ଓ ଡକ୍ଟର ଦୀପାଳି ଦାଶ ମଂଚ ସଂଯୋଜନା କରିଥିବାବେଳେ ଡକ୍ଟର ବିଷ୍ଣୁପ୍ରିୟା ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    26.5 ° C
    26.5 °
    26.5 °
    83 %
    1.3kmh
    90 %
    Sat
    24 °
    Sun
    30 °
    Mon
    31 °
    Tue
    30 °
    Wed
    29 °

    ସମ୍ବନ୍ଧିତ