Wednesday, October 23, 2024
21.7 C
Odisha

    ପିଇବା ପାଣି ପାଇଁ ଗାଁ ଲୋକଙ୍କ ଥମୁନି ସଂଘର୍ଷ: ସମାଧାନ ନହେଲେ ଭୋଟ୍ ବର୍ଜନ କରିବାର ଚେତାବନୀ ଦେଲେ ବାଦିଗଡ ପଂଚାୟତବାସୀ

    ଆଗକୁ ପଢନ୍ତୁ

    ମିଳୁଛି ମାଳ ମାଳ ପ୍ରତିଶ୍ରୁତି । ହେଲେ ହୋଇପାରୁନି କାମ । ପ୍ରତିଥର ନିର୍ବାଚନ ଆସିଲେ ଲୋକଙ୍କ ସମସ୍ୟା ଦୂର କରିବାକୁ ଆସନ୍ତି ନେତା ମନ୍ତ୍ରୀ । କିନ୍ତୁ ଆଜି ପର୍ଯ୍ୟନ୍ତ କୌଣସି ସମସ୍ୟାର ସମାଧାନ ହୋଇ ପାରିଲା ନାହିଁ । କୋରାପୁଟ ଲମତାପୁଟ ବ୍ଲକ ବାଦିଗଡ ପଂଚାୟତର ତିନି ଖଣ୍ଡ ଗାଁରେ ବର୍ଷ ବର୍ଷ ଧରି ରାସ୍ତା ଖଣ୍ଡିଏ ନାହିଁ । ରାସ୍ତା ନଥିବାରୁ ଗାଁ କୁ ଆସୁନି ଆମ୍ବୁଲାନ୍ସ । ତେଣୁ ଲୋକେ ବାଧ୍ୟ ହୋଇ ରୋଗୀକୁ ଖଟ କିମ୍ବା କାନ୍ଧରେ ବୋହିକି ଆଣୁଛନ୍ତି । ବର୍ଷା ଦିନ ଆସିଲେ ତ ଅବସ୍ଥା ବେହାଲ ହୋଇ ପଡୁଛି । ସେହିଭଳି ଖରା ଦିନରେ ଉକ୍ରଟ ଜଳ ସମସ୍ୟା । ପିଇବା ପାଣି ପାଇଁ ଲୋକେ ରାତି ପାହିଲେ ମାଇଲ ମାଇଲ ବାଟ ଚାଲି ଯାଉଛନ୍ତି । ଗାଁର ଛୋଟରୁ ବଡ ସମସ୍ତେ ଗରା ବାଲଟି ନେଇ ପାଖଷର ଥିବା ଚୂଆରୁ ଆଣୁଛନ୍ତି ପାଣି । ଏପରିକି କିଛି ସମୟରେ ଦୂଷିତ ପାଣି ପିଇ ଲୋକମାନେ ରୋଗାକ୍ରାନ୍ତ ହୋଇପଡୁଛନ୍ତି । ସମସ୍ୟା ନେଇ ବହୁବାର ଅଭିଯୋଗ ହୋଇଛି । ହେଲେ ସମାଧାନ ହେବାର ନାଁ ନେଉନି । ହେଲେ ଚଳିତଥର ରାସ୍ତାକୁ ଓହ୍ଲାଇ ପ୍ରତିବାଦ କରିଛନ୍ତି କାମ ନାହିଁ ତ ଭୋଟ୍ ନାହିଁ ବୋଲି ଚେତାବନୀ ଦେଇଛନ୍ତି ଗାଁର ଲୋକ । ବହୁତ ବର୍ଷ ହେଲା ଏଭଳି ବିଭିନ୍ନ ସମସ୍ୟାରେ ସନ୍ତୁଳି ହେଉଛନ୍ତି ତିନି ଖଣ୍ଡ ଗାଁର ପ୍ରାୟ ୨୦୦ରୁ ଉର୍ଦ୍ଧ୍ୱ ପରିବାର । ବହୁବାର ଅଭିଯୋଗ ପରେ ବି ସମାଧାନ ନେହବାରୁ ରାଜ ରାସ୍ତାକୁ ଓହ୍ଲାଇଛନ୍ତି । ଯଦି ଏହାର ସମାଧାନ କିମ୍ବା ଲିଖିତ ପ୍ରତିଶ୍ରୁତି ନମିଳେ ତେବେ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ରାସ୍ତା ରେ ବସିବା ସହ ଚଳିତ ନିର୍ବାଚନରେ ଭୋଟ ବର୍ଜନ କରିବୁ ବୋଲି କହିଛନ୍ତି । ବର୍ଷ ବର୍ଷ ଧରି ସମସ୍ୟା ଭିତରେ ରହୁଥିବା ଗାଁର ଲୋକଙ୍କ ପ୍ରତି ଗୁରୁତ୍ୱ ଦେଇ ସମାଧାନ କରାଯଯାଇପାରିଲେ ପୁରା ଗାଁର ଲୋକମାନେ ଉପକୃତ ହୋଇପାରିବେ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    21.7 ° C
    21.7 °
    21.7 °
    69 %
    1.8kmh
    100 %
    Wed
    22 °
    Thu
    25 °
    Fri
    26 °
    Sat
    25 °
    Sun
    22 °

    ସମ୍ବନ୍ଧିତ