Saturday, July 27, 2024
24.6 C
Odisha

    କାଳ ସାଜିଲା କାଳବୈଶାଖୀ: ଉଜୁଡିଗଲା ଅମଳ ଫସଲ, ଏକର ଏକର ଜମିରୁ ଖରାଦିନିଆ ମୁଗ ଚାଷ ନଷ୍ଟ

    ଆଗକୁ ପଢନ୍ତୁ

    ଅଦିନିଆ ବର୍ଷା ଉଜାଡିଦେଲା ଫସଲ । ଅମଳ ଫସଲ ହରାଇ ଶହ ଶହ ଚାଷୀ ଏବେ ଚିନ୍ତାରେ ପଡିଛନ୍ତି । ସେପଟେ ଅଧିକରୁ ଅଧିକ ମୂଗ ସବୁ ଗଜା ହୋଇଯାଇଛି । ବଲାଙ୍ଗିର ପାଟଣଗଡ ଉପଖଣ୍ଡର ବାଲିପଟା ଗାଁର ଶତାଧିକ ଚାଷୀ ଧାନ ଚାଷ ପରେ ପରେ ଖରାଦିନିଆ ମୁଗଚାଷ କରିଥିଲେ । ଚଳିତ ଥର ରୋଗପୋକରୁ ନେଇ ବିଭିନ୍ନ ସମସ୍ୟାରୁ ରକ୍ଷା କରି ଚାଷ କରିଥିଲେ ଭଲ ଫସଲ ମଧ୍ୟ ହୋଇଥିଲା । ହେଲେ ମୁଗ ଅମଳ କରିବା ସମୟରେ ନଷ୍ଟ ହୋଇଯାଇଛି ଏକର ଏକର ଫସଲ । ଖଳାରେ ମୁଗ ଆଣି ଶୁଖାଇଥିଲେ । ଅଦିନିଆ ବର୍ଷା ଆସିଲା ସବୁ ଉଜାଡି ଦେଇଗଲା । କାଳ ବୈଶାଖୀ ବର୍ଷାରେ ମୁଗ ସବୁ ଓଦା ହୋଇ ନଷ୍ଟ ହୋଇଗଲା । ଆଉ କିଛି ମୁଗ ଗଜା ହୋଇଯାଇଛି । ଅର୍ଥ ଖର୍ଚ୍ଚ କରି ଚାଷୀ ଚାଷ କରିଥିବା ବେଳେ ଏବେ କ୍ଷତିର ଭରଣା କିଭଳି କରିବ ଚାଷୀ ସେ ନେଇ ପଡିଛି ଚିନ୍ତାରେ ।

    ପାଟଣାଗଡ ଏକ ଦାଦନ ପ୍ରବଣ ଅଂଚଳ । କିଛି ସମୟରେ ମରୁଡି ଯୋଗୁ ମଧ୍ୟ ଚାଷୀ ଚିନ୍ତାରେ ପଡିଥାଏ । ହେଲେ ଏବେ ପୁଣି କାଳବୈଶାଖୀ ବର୍ଷ ଦାଉ ସାଧିଛି । ଚାଷରେ କ୍ଷତି ହୋଇଥିବା ବେଳେ ଚାଷୀ କିଭଳି ପରିବାର ଚଳାଇବ ଓ ଚାଷୀ କିଭଳି ଋଣ ସୁଝିବ ସେ ନେଇ ପଡିଛି ଚିନ୍ତାରେ । ପ୍ରତିଥର ଏହିଭଳି କ୍ଷତି ଯୋଗୁ ପ୍ରାୟ ଲୋକ ଦାଦନ ଉପରେ ନିର୍ଭର କରୁଛନ୍ତି । ଏବେ ପୁଣି ଥରେ କ୍ଷତି ହୋଇଥିବା ବେଳେ ଚାଷୀଙ୍କୁ ସହଯୋଗ କରିବାକୁ ଅନୁରୋଧ କରିଛନ୍ତି । ଦାଦନ ପ୍ରବଣ ଅଂଚଳର ଏହି ଚାଷୀ ମାନେ ସମସ୍ୟା ନେଇ ବାରମ୍ବାର ଜଣାଯାଉଥିବା ବେଳେ ସେମାନଙ୍କ ସମସ୍ୟା ପ୍ରତି ଗୁରୁତ୍ୱ ଦିଆଯାଇ ସହଯୋଗ କରିବା ଜରୁରୀ ହୋଇପଡିଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    24.6 ° C
    24.6 °
    24.6 °
    94 %
    4.3kmh
    100 %
    Sat
    25 °
    Sun
    29 °
    Mon
    30 °
    Tue
    30 °
    Wed
    28 °

    ସମ୍ବନ୍ଧିତ