Tuesday, March 10, 2026
36.8 C
Odisha

    ବସ୍‌ରୁ ବ୍ୟବସାୟୀଙ୍କ ରୁପା ଭର୍ତ୍ତି ବ୍ୟାଗ୍‌ ଗାଏବ

    ଆଗକୁ ପଢନ୍ତୁ

    ଖଲ୍ଲିକୋଟ: ବ୍ରହ୍ମପୁରରୁ କୋଲକାତା ଅଭିମୁଖେ ଯାଉଥିବା ଏକ ଯାତ୍ରୀବାହୀ ବସ୍‌ରୁ ଜଣେ ବ୍ୟବସାୟୀଙ୍କ ରୁପା ଭର୍ତ୍ତି ବ୍ୟାଗ୍‌ ଗାଏବ ହୋଇଯାଇଛି। ଘଟଣା ଜଣାପଡ଼ିବା ପରେ ଖଲ୍ଲିକୋଟ ଥାନା ଭେଜିପୁଟ ଟୋଲ୍‌ଗେଟ ନିକଟରେ ବସ୍‌ ରଖି ପୁଲିସ ଘଟଣାର ଅନୁସଂଧାନ ଆରମ୍ଭ କରିଛି। ସୂଚନା ଅନୁସାରେ କୋଲକାତାର ବ୍ୟବସାୟୀ ମିଥୁନ ମଣ୍ଡଳ ୨୮କେଜି ରୁପା ନେଇ ଆଜି ସଂଧ୍ୟାରେ ବ୍ରହ୍ମପୁରରୁ କୋଲକାତାର ଅଭିମୁଖେ ବାହାରିଥିଲେ। ଭେଜିପୁଟ ଟୋଲ୍‌ଗେଟରେ କିଛି ଯାତ୍ରୀ ଓହ୍ଲାଇଥିଲେ। ଏହି ସମୟରେ ରୁପା ଭର୍ତ୍ତି ବ୍ୟାଗ୍‌ ଗାଏବ ରହିଥିବା ମିଥୁନ ଦେଖିଥିଲେ। ଏଣୁ ତୁରନ୍ତ ସେ ବସ୍‌ର କର୍ମଚାରୀଙ୍କୁ ଅବଗତ କରିଥିଲେ। ଭେଜିପୁଟ ଫାଣ୍ଡି ପୁଲିସ ଘଟଣାସ୍ଥଳରେ ପହଞ୍ଚି ଟୋଲ୍‌ଗେଟରେ ଲାଗିଥିବା ସିସି କ୍ୟାମେରା ଫୁଟେଜ୍‌ ଯାଞ୍ଚ କରୁଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    36.8 ° C
    36.8 °
    36.8 °
    17 %
    4.5kmh
    2 %
    Tue
    36 °
    Wed
    38 °
    Thu
    38 °
    Fri
    40 °
    Sat
    40 °

    ସମ୍ବନ୍ଧିତ