Saturday, October 3, 2026
29.5 C
Odisha

    ଉଦଯାପିତ ହେଲା ବାଲେଶ୍ୱରରେ ଜାତୀୟସ୍ତରର ଶିଳ୍ପ ପ୍ରଦର୍ଶନୀ ଓ ବାଣିଜ୍ୟ ମେଳା ଏକ୍ସପୋ ଓଡିଶା

    ଆଗକୁ ପଢନ୍ତୁ

    ବାଲେଶ୍ୱର :ଭାରତ ସରକାରଙ୍କ ଏମଏସଏମଇ ଉନ୍ନୟନ ସଂସ୍ଥା, ଓଡିଶା ସରକାରଙ୍କ ଏମଏସଏମଇ ବିଭାଗ, ବାଲେଶ୍ୱର ଜିଲ୍ଲା ପ୍ରଶାସନ, ଜିଲ୍ଲା କ୍ଷୁଦ୍ର ଶିଳ୍ପ ସଂଘ ଓ ଉତର ଓଡିଶା ଶିଳ୍ପ ଓ ବାଣିଜ୍ୟ ମହାସଂଘ (ନୋସି) ମିଳିତ ସହଯୋଗରେ ବାଲେଶ୍ୱର ଶିଳ୍ପ ଓ ବାଣିଜ୍ୟ ସଂଘ (ବିସିଆଇସି) ପକ୍ଷରୁ ଚାଲିଥିବା ଜାତୀୟସ୍ତରର ଶିଳ୍ପ ପ୍ରଦର୍ଶନୀ ଓ ବାଣିଜ୍ୟ ମେଳା ‘ଏକ୍ସପୋ ଓଡିଶା -୨୦୨୪’ ଉଦଯାପିତ ହୋଇଯାଇଛି । ଶେଷ ସନ୍ଧ୍ୟାରେ ଆୟୋଜିତ କାର୍ଯ୍ୟକ୍ରମରେ ରାଜ୍ୟ ସ୍କୁଲ ଓ ଗଣଶିକ୍ଷା ତଥା ବିପର୍ଯ୍ୟୟ ପରିଚାଳନା ବିଭାଗ ମନ୍ତ୍ରୀ ସୁଦାମ ମାର୍ଣ୍ଡି ମୁଖ୍ୟ ଅତିଥିଭାବେ ଯୋଗଦେଇ ଏହିଭଳି ଶିଳ୍ପମେଳା ଶିଳ୍ପ ପ୍ରତିଷ୍ଠା ନେଇ ଯୁବ ଉଦ୍ୟୋଗୀମାନଙ୍କୁ ଉତ୍ସାହିତ କରିବ ବୋଲି ଆଶାପ୍ରକାଶ କରିଥିଲେ । ବାଲେଶ୍ଵର ଲୋକସଭା ସାଂସଦ ପ୍ରତାପ ଚନ୍ଦ୍ର ଷଡଙ୍ଗୀ, ସଦର ବିଧାୟକ ସ୍ୱରୂପ କୁମାର ଦାସ, ରେମୁଣା ବିଧାୟକ ସୁଧାଂଶୁ ଶେଖର ପରିଡା, ଜିଲ୍ଲାପାଳ ଦତାତ୍ରୟ ଭାଉସାହେବ ଶିନ୍ଦେ, ଉପ ଜିଲ୍ଲାପାଳ ପ୍ରଥମେଶ ଅରବିନ୍ଦ ରାଜଶିକରେ, ଚାନ୍ଦିପୁର ସ୍ଥିତ ଆଇଟିଆରର ନିର୍ଦ୍ଦେଶକ ହରେକୃଷ୍ଣ ରଥ, ଭାରତ ସରକାରଙ୍କ ଏମଏସଏମଇ ଉନ୍ନୟନ ସଂସ୍ଥା ସହ ନିର୍ଦ୍ଦେଶକ ପିକେ ଗୁପ୍ତା, ସିଆଇଆଇ ଉତର ଓଡିଶା ଜୋନ କାଉନସିଲ୍‌ର ପୂର୍ବତନ ସଭାପତି ଶିଳ୍ପପତି ଚନ୍ଦ୍ର ପ୍ରକାଶ ଭରତିଆ ପ୍ରମୁଖ ବରେଣ୍ୟ ଅତିଥିଭାବେ ଯୋଗଦେଇ ଶିଳ୍ପ ଓ ବାଣିଜ୍ୟକୁ ପ୍ରୋତ୍ସାହିତ କରିବା ପାଇଁ ଆୟୋଜିତ ଏକ୍ସପୋ ଓଡିଶାର ଉଦ୍ଦେଶ୍ୟ ସାଧନ ହୋଇଛି ବୋଲି ମତପ୍ରକାଶ କରିଥିଲେ । ଜନସମୁଦ୍ର ପାଲଟିଥିବା ଆଇଟିଆଇ ପଡିଆର ଦୃଶ୍ୟରୁ ଏହା ପ୍ରମାଣିତ ହୋଇଛି ବୋଲି ପ୍ରମାଣିତ ହୋଇଥିବା ସେମାନେ କହିଥିଲେ । ବିସିଆଇସି ସଭପତି ସଞ୍ଜୟ ଦାସ ଏଥିରେ ଅଧ୍ୟକ୍ଷତା ସହ ୬ ଦିନ ଧରି ଚାଲିଥିଭା ଏକ୍ସପୋର ବିବରଣୀ ପ୍ରଦାନ କରିଥିଲେ । ଏକ୍ସପୋରେ ଖୋଲାଯାଇଥିବା ୩୦୦ରୁ ଉର୍ଦ୍ଧ୍ୱ ବିଭିନ୍ନ ବିଭାଗର ଷ୍ଟଲ ମାଧ୍ୟମରେ ୬ ଦିନ ମଧ୍ୟରେ ପ୍ରାୟ ୧୦ କୋଟି ଟଙ୍କାର ବ୍ୟବସାୟ ହୋଇଥିବା ସେ ସୂଚନା ଦେଇଥିଲେ । ବିସିଆଇସି ସଭାପତି ସଞ୍ଜୟ ଦାସ ସ୍ୱାଗତ ଭାଷଣ ପ୍ରଦାନ ସହ ଏକ୍ସପୋର ଆୟୋଜନର ଆଭିମୁଖ୍ୟ ସମ୍ପର୍କରେ ସୂଚନା ଦେଇଥିଲେ । ଶେଷରେ ସଧାରଣ ସମ୍ପାଦକ ସୁନୀଲ ମୋଦି ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ କ୍ଷୁଦ୍ର ଶିଳ୍ପ ବିଭାଗରେ ସାବିତ୍ରୀ ଗିରି ଓ ୱେଲମେକ୍ସ ପ୍ଲାଷ୍ଟିକ, ବାଣିଜ୍ୟରେ ଭିଡିଓଜୋନ ଓ ଫେସନ୍ ଜୋନ, ଅଟୋମୋବାଇଲରେ ନୀଲମ ମୋଟର୍ସ, ଫେଭର ରାଇଡ ଓ ଓମ୍ ମୋଟର୍ସ, ହୋଟେଲ ବିଭାଗରେ ବାରଜୋର୍ଜିଜ ହୋଟେଲ, ସରକାରୀ ବିଭାଗରୁ ହସ୍ତଶିଳ୍ପରେ ଆରତୀ ମହାନ୍ତି, ଗୋ ରଙ୍ଗ ପେଣ୍ଟସର ବବିତା ମିଶ୍ର ଓ ଓରମାସର ରଞ୍ଜିତା ସିଂହଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା । ଏହା ସହିତ ଉଲ୍ଲେଖନୀୟ ଅବଦାନ ପାଇଁ ସମାଜସେବୀ ମନୋଜ ପୋଦାର ଓ ଅମର ସିଂହ ୱାଲିଆ ଏଵଂ ୟୁ ଟ୍ୟୁବ୍ ଲାଇଭ ପାଇଁ ଆଜିକାଲି ନ୍ୟୁଜ ର କର୍ମକର୍ତ୍ତାଙ୍କୁ ସମ୍ମାନୀତ କରାଯାଇଥିଲା । ଏକ୍ସପୋ ପରିଚାଳନାରେ ସକ୍ରିୟ ସହେଯାଗ ପାଇଁ ରାଧାନାଥ ରଥ, ଅରବିନ୍ଦ ସାହୁ, ବିଜୟ ଅଧିକାରୀ ପ୍ରମୁଖଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା । ସଭା ପରେ ଆକର୍ଷଣୀୟ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହୋଇଥିଲା ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    29.5 ° C
    29.5 °
    29.5 °
    57 %
    1.5kmh
    2 %
    Sat
    30 °
    Sun
    30 °
    Mon
    31 °
    Tue
    31 °
    Wed
    31 °

    ସମ୍ବନ୍ଧିତ