Saturday, October 3, 2026
29.5 C
Odisha

    ଶ୍ରୀମନ୍ଦିର ଉତ୍ତର ଦ୍ୱାର ଗୁମୁଟର ତଳ ଭାଗରେ ଫାଟ

    ଆଗକୁ ପଢନ୍ତୁ

    ପୁରୀ: ପୁରୀ ଶ୍ରୀମନ୍ଦିରର ଉତ୍ତର ଦ୍ୱାର ଗୁମୁଟର ତଳଭାଗରେ ଏକ ଫାଟ ଦେଖାଦେଇଛି। ଗୁମୁଟରେ ଥିବା ପଦ୍ମ ପାଖୁଡ଼ାରେ ଏହି ଫାଟ ଦେଖାଦେଇଥିବା ଜଣାପଡ଼ିଛି। ଏହା ସହ ଗୁମୁଟରେ ହୋଇଥିବା ଭାସ୍କର୍ଯ୍ୟରୁ କିଛି ପଥର ଖସି ତଳେ ପଡ଼ିଛି। ସେପଟେ ଏହି ଫାଟର ମରାମତି ତୁରନ୍ତ କରାଯିବ ବୋଲି ଭାରତୀୟ ସର୍ବେକ୍ଷଣ ସଂସ୍ଥା(ଏଏସଆଇ)ର କଞ୍ଜରଭେସନ୍‌ ଅଧିକାରୀ ଜ୍ୟୋତି ପ୍ରକାଶ ପ୍ରଧାନ ସୂଚନା ଦେଇଛନ୍ତି। ତେବେ ଏହାକୁ ନେଇ ଜ୍ୟୋତି ପ୍ରଧାନ କହିଛନ୍ତି, ଏହି କୋଣର କିଛି ଅଂଶ ମାଟିରେ ପୋତି ହୋଇଥିଲା। ପରିକ୍ରମା ପ୍ରକଳ୍ପ କାମ ବେଳେ ମାଟି ବାହାରିଛି। ତା’ପରେ ଏହି ଫାଟଟି ଦେଖାଯାଇଛି। ତୁରନ୍ତ ମରାମତି କରାଯିବ। ଏବେ ଉତ୍ତର ଦ୍ୱାରର ଗୁମୁଟ କାର୍ଯ୍ୟ କରାଯାଉଛି। ତେଣୁ ଏହି ଫାଟକୁ ମରାମତି ସହ ଭାସ୍କର୍ଯ୍ୟରୁ ଯେଉଁ ଫଥର ଖସିଛି, ତାକୁ ମଧ୍ୟ ସଂଗ୍ରକ୍ଷଣ କରାଯିବ। ଅନ୍ୟପଟେ ଏଏସ୍‌ଆଇ ଏହାକୁ ଅଣଦେଖା କରୁଥିବାରୁ ଫାଟ ବଢ଼ୁଥିବା ସାଧାରଣରେ ମତ ପ୍ରକାଶ ପାଇଛି। ମନ୍ଦିରରେ ଥିବା ଫାଟକୁ ତୁରନ୍ତ ମରାମତି ପାଇଁ ଭକ୍ତମାନେ ଦାବି କରିଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    29.5 ° C
    29.5 °
    29.5 °
    57 %
    1.5kmh
    2 %
    Sat
    30 °
    Sun
    30 °
    Mon
    31 °
    Tue
    31 °
    Wed
    31 °

    ସମ୍ବନ୍ଧିତ