Monday, September 28, 2026
30.3 C
Odisha

    ଆଉ ୫ ବର୍ଷ ବଢିଲା ଜମାଏତ-ଏ-ଇସ୍ଲାମୀ ଉପରେ କଟକଣା

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ଆତଙ୍କବାଦୀଙ୍କ ସହ ସମ୍ପର୍କ ରଖିଥିବା ସଂଗଠନ ଜମାତ-ଏ-ଇସଲାମି ଉପରେ ଲାଗିଥିବା ନିଷେଧାଦେଶକୁ ଭାରତ ସରକାର ଆଉ ୫ ବର୍ଷ ପାଇଁ ବୃଦ୍ଧି କରିଛନ୍ତି। ଗୃହମନ୍ତ୍ରୀ ଅମିତ ଶାହ ମଙ୍ଗଳବାର ଏହି ସୂଚନା ଦେଇଛନ୍ତି। ଜମାତ-ଏ-ଇସଲାମି ଉପରେ ଲାଗିଥିବା ନିଷେଧାଦେଶ କୁ ନେଇ ମଧ୍ୟ ସରକାର ବିଜ୍ଞପ୍ତି ଜାରି କରିଛନ୍ତି। ଆତଙ୍କବାଦ ଏବଂ ବିଚ୍ଛିନ୍ନତାବାଦ ବିରୋଧରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଶୂନ୍ୟ ସହନଶୀଳତା ନୀତି ଅନୁଯାୟୀ ସରକାର ଜମ୍ମୁ-କଶ୍ମୀରର ଜମାତ-ଏ-ଇସଲାମି ଉପରେ ନିଷେଧାଦେଶକୁ ୫ ବର୍ଷ ପାଇଁ ବୃଦ୍ଧି କରିଛନ୍ତି।
    ଦେଶର ନିରାପତ୍ତା, ଅଖଣ୍ଡତା ଓ ସାର୍ବଭୌମତ୍ବ ବିରୋଧରେ ଜମାତ-ଏ-ଇସଲାମି ନିଜର କାର୍ଯ୍ୟକଳାପ ଜାରି ରଖିଥିବା ଜଣାପଡ଼ିଛି। ୨୦୧୯ ଫେବ୍ରୁଆରି ୨୮ତାରିଖରେ ପ୍ରଥମେ ଏହି ସଂଗଠନକୁ ‘ବେଆଇନ ଗୋଷ୍ଠୀ’ ଘୋଷଣା କରାଯାଇଥିଲା। ଯିଏ ଦେଶର ସୁରକ୍ଷା ପ୍ରତି ବିପଦ ସୃଷ୍ଟି କରିବ ତାଙ୍କୁ କଠୋର କାର୍ଯ୍ୟାନୁଷ୍ଠାନର ସମ୍ମୁଖୀନ ହେବାକୁ ପଡ଼ିବ।

    କେନ୍ଦ୍ର ସରକାର ଜମାତ-ଏ-ଇସଲାମିକୁ ନିଷିଦ୍ଧ କରିବାର କାରଣ ହେଲା, ୨୦୧୯ରେ ନିଷିଦ୍ଧ ହୋଇଥିଲେ ମଧ୍ୟ ସଂଗଠନ ଗୁପ୍ତ ଭାବରେ ନିଜର କାର୍ଯ୍ୟକଳାପ ଜାରି ରଖିଥିଲା ଏବଂ କାଶ୍ମୀରରେ ଜୈଶ-ଏ-ମହମ୍ମଦ ଏବଂ ଲସ୍କର-ଏ-ତୋଏବା ଭଳି ଆତଙ୍କବାଦୀ ସଂଗଠନକୁ ସମର୍ଥନ କରିଥିଲା।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    30.3 ° C
    30.3 °
    30.3 °
    63 %
    3.4kmh
    8 %
    Mon
    30 °
    Tue
    30 °
    Wed
    30 °
    Thu
    30 °
    Fri
    30 °

    ସମ୍ବନ୍ଧିତ