Sunday, October 25, 2026
20.7 C
Odisha

    ଯୁକ୍ତ ଦୁଇ ପରୀକ୍ଷା: ମାର୍ଚ୍ଚ ୨୨ରୁ ଆରମ୍ଭ ହେବ ମୂଲ୍ୟାୟନ, ଚଏସ ଡେଫିସିଟ୍‌ ପ୍ରଶ୍ନ ଆଟେମ୍ପ୍‌ଟ ନେଇଥିଲେ ମିଳିବ ଗ୍ରେସ ମାର୍କ

    ଆଗକୁ ପଢନ୍ତୁ

    CHSE ଯୁକ୍ତ ଦୁଇ ଫିଜିକ୍ସ ପରୀକ୍ଷା ରେଗୁଲାର ଓ ଏକ୍ସ- ରେଗୁଲାର ପିଲାଙ୍କ ସିଲବସକୁ ନେଇ ପ୍ରଶ୍ନ ତିଆରି ହୋଇଥିଲା। କିନ୍ତୁ ରେଗୁଲାର ପରୀକ୍ଷାର୍ଥୀଙ୍କ ଚଏସ ଡେଫିସିଟ୍‌ ହୋଇଛି। କେବଳ ଗୋଟିଏ ପ୍ରଶ୍ନ ରେଗୁଲାର ପିଲାଙ୍କ ସିଲବସକୁ କଭର କରିନି। ତାହାର ପୂରା ମାର୍କ ସମସ୍ତେ ପାଇବେ। କିନ୍ତୁ ଅନ୍ୟ ପ୍ରଶ୍ନ ଗୁଡ଼ିକରେ ଚଏସ ଡେଫିସିଟ୍‌ ହୋଇଛି। Expert କମିଟି ବହୁତ୍ ଜଲଦି ବସିବ। ମୋଟ ୧୯ ନମ୍ବର ଚଏସ୍‌ ଡେଫିସିଟ୍‌ ରହିଛି । ଯେଉଁ ପିଲା ଏସବୁ ପ୍ରଶ୍ନ ଆଟେମ୍ପ୍‌ଟ ନେଇଥିବେ ଗ୍ରେସ୍‌ ମାର୍କ ପାଇବେ । ଆଟେମ୍ପ୍‌ଟ ନେଇ ନ ଥିଲେ ପିଲାଙ୍କୁ ଗ୍ରେସ୍‌ ମାର୍କ ମିଳିବ ନାହିଁ । ଯେତିକି ଚଏସ ଡେଫିସିଟ୍‌ ପ୍ରଶ୍ନ ଆଟେମ୍ପ୍‌ଟ ନେଇଥିବେ ପୂରା ମାର୍କ ପାଇବେ । ଏକ୍ସ- ରେଗୁଲାର ପିଲାଙ୍କ କୌଣସି ଅସୁବିଧା ହୋଇନି। ପିଲାମାନେ ବହୁତ୍ ଭଲ କରିଛନ୍ତି। ପ୍ରଶ୍ନ ପତ୍ର ତିଆରିରେ କେଉଁଠି ତ୍ରୁଟି ରହିଛି ତାର ଯାଞ୍ଚ ନିଶ୍ଚିତ କରାଯିବ। କିନ୍ତୁ ପରୀକ୍ଷା ପ୍ରକ୍ରିୟା ସରିବା ପରେ। ମାର୍ଚ୍ଚ ୨୨ରୁ ମୂଲ୍ୟାୟନ ଆରମ୍ଭ ହେବ। ଦୁଇଟି ପର୍ଯ୍ୟାୟରେ ମୂଲ୍ୟାୟନ ହେବ। ୨୨ ମାର୍ଚ୍ଚରୁ ଏପ୍ରିଲ ୨ ପ୍ରଥମ ପର୍ଯ୍ୟାୟ ଖାତା ମୂଲ୍ୟାୟନ ହେବ । ସେହିପରି ଏପ୍ରିଲ ୪ରୁ ୧୫ ମଧ୍ୟରେ ୨ୟ ପର୍ଯ୍ୟାୟ ଖାତା ମୂଲ୍ୟାୟନ ହେବ ବୋଲି ପରୀକ୍ଷା ନିୟନ୍ତ୍ରକ ଅଶୋକ ନାୟକ କହିଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    few clouds
    20.7 ° C
    20.7 °
    20.7 °
    66 %
    1.8kmh
    17 %
    Sat
    20 °
    Sun
    28 °
    Mon
    28 °
    Tue
    30 °
    Wed
    28 °

    ସମ୍ବନ୍ଧିତ