Sunday, October 4, 2026
28.6 C
Odisha

    ରାଜ୍ୟରେ ବନ୍ୟା ପରିସ୍ଥିତି ଆଶଙ୍କା: ୧୦ ଜିଲ୍ଲାର ଜିଲ୍ଲାପାଳଙ୍କୁ ସତର୍କ କରାଇଲେ ସ୍ବତନ୍ତ୍ର ରିଲିଫ କମିସନର

    ଆଗକୁ ପଢନ୍ତୁ

    ଭୁବନେଶ୍ବର: ରାଜ୍ୟରେ ବନ୍ୟା ପରିସ୍ଥିତି ନେଇ ୧୦ ଜିଲ୍ଲାର ଜିଲ୍ଲାପାଳଙ୍କୁ ସତର୍କ କରାଇଲେ ସ୍ବତନ୍ତ୍ର ରିଲିଫ କମିସନର। ସମ୍ବଲପୁର, ସୋନପୁର, ନୟାଗଡ଼, ଅନୁଗୁଳ, ବୌଦ୍ଧ, ପୁରୀ, ଖୋର୍ଦ୍ଧା, କଟକ, ଜଗତସିଂହପୁର ଓ କେନ୍ଦ୍ରାପଡ଼ା ଜିଳ୍ଲାପାଳଙ୍କୁ ସତର୍କ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ତଳିଆ ଅଞ୍ଚଳ ଉପରେ ନଜର ରଖିବା ସହ ଏନେଇ ରିପୋର୍ଟ ଦେବାକୁ କୁହାଯାଇଛି। ହୀରାକୁଦର ଆଉ ୬ଟି ଗେଟ୍‌ ଖୋଲିବା ପରେ ଫୁଲୁଛି ମହାନଦୀ।
    ଶାଖା ନଦୀମାନଙ୍କରେ ମଧ୍ୟ ଜଳସ୍ତର ବଢ଼ିବାରେ ଲାଗିଛି । ସକାଳ ୮ଟା ସୁଦ୍ଧା ମୁଣ୍ଡୁଳିଠାରେ ୫.୭୮ ଲକ୍ଷ କ୍ୟୁସେକ ଜଳ ପ୍ରବାହିତ ହେଉଛି। ହୀରାକୁଦରେ ଅଧିକ ଗେଟ ଖୋଲଯାଇଥିବାରୁ ଆଗକୁ ଜଳସ୍ତର ବଢ଼ିବା ନେଇ ଆଶଙ୍କା ରହିଛି। ତେଣୁ ତଳିଆ ଅଞ୍ଚଳରେ ପାଣି ମାଡ଼ିବାର ଆଶଙ୍କା ଦେଖାଦେଇଛି। ଏଥିପାଇଁ ଜିଲ୍ଲାପାଳମାନଙ୍କୁ ସତର୍କ କରାଇଛନ୍ତି ସ୍ବତନ୍ତ୍ର ରିଲିଫ କମିସନର।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    28.6 ° C
    28.6 °
    28.6 °
    69 %
    1.5kmh
    4 %
    Sun
    26 °
    Mon
    31 °
    Tue
    31 °
    Wed
    31 °
    Thu
    30 °

    ସମ୍ବନ୍ଧିତ