Monday, July 13, 2026
27.3 C
Odisha

    ମନୀଷ ସିସୋଦିଆଙ୍କୁ ବଡ ଆଶ୍ୱସ୍ତି । ୧୭ ମାସ ପରେ ଜେଲରୁ ବାହାରିବେ ସିସୋଦିଆ

    ଆଗକୁ ପଢନ୍ତୁ

    ମନୀଷ ସିସୋଦିଆଙ୍କୁ ବଡ ଆଶ୍ୱସ୍ତି । ୧୭ ମାସ ପରେ ଜେଲରୁ ବାହାରିବେ ଦିଲ୍ଲୀ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନିଷ ସିସୋଦିଆ । ମିନିଷଙ୍କ ଜାମିନ ଆବେଦନକୁ ମଞ୍ଜୁର କରିଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ । ଆଜି ସନ୍ଧ୍ୟାରେ ଜେଲ୍‌ରୁ ବାହାରି ପାରନ୍ତି ମିନିଷ । ଦିଲ୍ଲୀ ହାଇକୋର୍ଟ ତାଙ୍କ ଜାମିନକୁ ନାମଞ୍ଜୁର କରିଥିବା ବେଳେ ଏହାକୁ ଚାଲେଞ୍ଜ କରି ସେ ସୁପ୍ରିମକୋଟଙ୍କ ଦ୍ବାରସ୍ଥ ହୋଇଥିଲେ । ସୁପ୍ରିମକୋଟଙ୍କ ଦୁଇ ଜଣିଆ ଖଣ୍ଡପୀଠ ମାମଲାର ଶୁଣାଣି କରିବା ସହ ତାଙ୍କୁ ଜାମିନ ପ୍ରଦାନ କରିଛନ୍ତି । ତେବେ ଜାମିନ ନେଇ ଦୁଇଟି ସର୍ତ୍ତ ରଖିଛନ୍ତି ସୁପ୍ରିମକୋର୍ଟ । ପ୍ରଥମ ସର୍ତ୍ତ ହେଉଛି ମିନିଷଙ୍କୁ ନିଜ ପାସପୋର୍ଟ ଜିମା ଦେବାକୁ ପଡ଼ିବ । ଏବଂ ଦ୍ବିତୀୟରେ ପ୍ରତି ସୋମବାର ଥାନାକୁ ଯାଇ ହାଜିରା ପକାଇବାକୁ ପଡ଼ିବ । ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତି ମାମଲାରେ ଗତବର୍ଷ ଫେବ୍ରୁଆରୀ ୨୬ ତାରିଖରେ ଗିରଫ ହୋଇଥିଲେ ମନିଷ । ଦୀର୍ଘ ୧୭ ମାସ ଜେଲ୍‌ରେ ରହିବା ପରେ ତାଙ୍କୁ ଜାମିନ ମିଳିଛି । ସୁପ୍ରିମକୋଟ ବିଚାରପତି ଜଷ୍ଟିସ ଭି.ଆର ଗବଇ ଓ କେଭି ବିଶ୍ବନାଥନଙ୍କ ଖଣ୍ଡପୀଠ ମାମଲାର ଶୁଣାଣି କରି ମିନିଷଙ୍କୁ ଜାମିନ ପ୍ରଦାନ କରିଛନ୍ତି । ଜାମିନ ନେଇ ବଡ଼ ବୟାନ ଦେଇଛନ୍ତି ସୁପ୍ରିମକୋଟ । ଜାମିନ ମାମଲାରେ ହାଇକୋର୍ଟ ଓ ଟ୍ରାଏଲ କୋର୍ଟ ସୁରକ୍ଷିତ ନିଷ୍ପତ୍ତି ନେଉଥିବା କହିଛନ୍ତି ସୁପ୍ରିମକୋଟଙ୍କ ଦୁଇ ଜଣିଆ ଖଣ୍ଡପୀଠ । ଦଣ୍ଡ ହିସାବରେ ଅଭିଯୁକ୍ତଙ୍କ ଜାମିନକୁ ଖାରଜ କରିହେବ ନାହିଁ । ଏଥିସହ ଜାମିନ ଏକ ନିୟମ ଏବଂ ଜେଲ୍‌ ଏକ ଅପବାଦ । ଏହା କୋର୍ଟକୁ ବୁଝିବାକୁ ହେବ ବୋଲି କହିଛନ୍ତି ସୁପ୍ରିମକୋର୍ଟ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    27.3 ° C
    27.3 °
    27.3 °
    69 %
    2.4kmh
    90 %
    Sun
    27 °
    Mon
    34 °
    Tue
    27 °
    Wed
    31 °
    Thu
    34 °

    ସମ୍ବନ୍ଧିତ