Monday, September 28, 2026
27.5 C
Odisha

    ବାରବାଟୀର ହେବ ନବୀକରଣ : ୩ ବର୍ଷ ମଧ୍ୟରେ ସରିବ କାମ, ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ

    ଆଗକୁ ପଢନ୍ତୁ

    କଟକ: ବଦଳିବ ରାଜ୍ୟର ଏକମାତ୍ର ଅନ୍ତର୍ଜାତୀୟ କ୍ରିକେଟ ଭେନ୍ୟୁ ବାରବାଟୀ ଷ୍ଟାଡିୟମ ରୂପ। ବିଶ୍ବସ୍ତରୀୟ କ୍ରିକେଟ ଫିଲ୍ଡର ମାନ୍ୟତା ପାଇବ ବାରବାଟୀ। ଆଜି ବାରବାଟୀ ଷ୍ଟାଡିୟମ ନବୀକରଣର ଶିଳାନ୍ୟାସ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମଙ୍ଗଳବାର ସନ୍ଧ୍ୟାରେ ଏକ ବର୍ଣ୍ଣାଢ଼୍ୟ ଉତ୍ସବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଭାସୀ ଜରିଆରେ ଯୋଗ ଦେଇ ବାରବାଟୀ ଷ୍ଟାଡିୟମ ନବୀକରଣର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ଏହି ଅବସରରେ ଓସିଏ ପକ୍ଷରୁ ପ୍ରସ୍ତୁତ ହୋଇଥିବା ୩୦ଜିଲ୍ଲାର ମୋଟ ୪୧ଟି କ୍ରିକେଟ ଏକାଡେମୀ ମଧ୍ୟ ଉଦ୍‌‌ଘାଟିତ ହୋଇଛି। ବାରବାଟୀ ଷ୍ଟାଡିୟମର ନବୀକରଣ ପାଇଁ ଖର୍ଚ୍ଚ ହେବ ୬ ଶହ କୋଟି ଟଙ୍କା । ଏକାଥରେ ୬୦ ହଜାର ଦର୍ଶକ ବସି ଖେଳ ଦେଖିବା ଭଳି ବ୍ୟବସ୍ଥା କରାଯିବ । ରୂପାନ୍ତରିତ ଷ୍ଟାଡିୟମରେ ରହିବ ବିରାଟ ସ୍ପୋର୍ଟସ କମ୍ପ୍ଲେକ୍ସ । ଏକ ଅତ୍ୟାଧୁନିକ ଜିମ୍ ସେଣ୍ଟର ମଧ୍ୟ ନିର୍ମାଣ କରାଯିବ। ଏଥିସହ ଷ୍ଟାଡିୟମ ପରିସରରେ ରହିବ ମଲ୍, ତାରକା ହୋଟେଲ ଓ ଅଫିସ୍ । ଷ୍ଟାଡିୟମ ସମ୍ମୁଖକୁ ସାଧାରଣ ଲୋକଙ୍କ ପାଇଁ ବିକଶିତ କରାଯିବ । ୩ ବର୍ଷ ମଧ୍ୟରେ ନବୀକରଣର ଷ୍ଟାଡିୟମର କାର୍ଯ୍ୟ ସାରିବାକୁ ଲକ୍ଷ୍ୟ ରଖାଯାଇଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    27.5 ° C
    27.5 °
    27.5 °
    75 %
    2.2kmh
    7 %
    Mon
    29 °
    Tue
    30 °
    Wed
    29 °
    Thu
    30 °
    Fri
    31 °

    ସମ୍ବନ୍ଧିତ