Monday, September 28, 2026
27.5 C
Odisha

    ହାଇପରସୋନିକ କ୍ଷେପଣାସ୍ତ୍ରକୁ ଖସାଇଲା ରୁଷର ଏସ୍-୫୦୦

    ଆଗକୁ ପଢନ୍ତୁ

    ମସ୍କୋ: ଋଷିଆର ଏସ୍-୫୦୦ ପ୍ରୋମେଥିୟସ୍ ଏୟାର ଡିଫେନ୍ସ ସିଷ୍ଟମ ହାଇପରସୋନିକ୍ ଟାର୍ଗେଟକୁ ସଫଳତାର ସହ ଟ୍ରାକ୍ କରି ଖସାଇ ଦେଇଛି। ଏହାକୁ ରୁଷିଆର ପ୍ରତିରକ୍ଷା ଶିଳ୍ପର ଏକ ବଡ଼ ସଫଳତା ଭାବେ ବିବେଚନା କରାଯାଉଛି। ହାଇପରସୋନିକ୍ କ୍ଷେପଣାସ୍ତ୍ରକୁ ରୋକିବା ପାଇଁ ଏପର୍ଯ୍ୟନ୍ତ ବିଶ୍ୱର କୌଣସି ଦେଶ ପାଖରେ ସକ୍ରିୟ ଏୟାର ଡିଫେନ୍ସ ସିଷ୍ଟମ ନାହିଁ । କିନ୍ତୁ ଏବେ ଏସ୍-୫୦୦କୁ ହାଇପରସୋନିକ୍ ଅସ୍ତ୍ରଶସ୍ତ୍ରର ପ୍ରତିରୋଧ ଭାବେ ଦେଖାଯାଉଛି । ଏସ-୫୦୦କୁ ୨୦୨୫ ସୁଦ୍ଧା ରୁଷିଆ ସେନାରେ ସାମିଲ କରିବାକୁ ଲକ୍ଷ୍ୟ ରଖାଯାଇଛି। ଏସ-୫୦୦ ପ୍ରୋମେଥିୟସ୍ ନାଟୋର ପୂର୍ବ ସୀମା ନିକଟରେ ଥିବା ରଣନୈତିକ କ୍ଷେତ୍ର ଏବଂ ଗୁରୁତ୍ୱପୂର୍ଣ୍ଣ ଅଞ୍ଚଳରେ ରୁଷିଆକୁ ଅତିରିକ୍ତ ପ୍ରତିରକ୍ଷା ଅଗ୍ରଣୀ ପ୍ରଦାନ କରିବ ବୋଲି ଦାବି କରାଯାଇଛି।
    ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଏସ୫୦୦ର ଏହି ସଫଳ ପରୀକ୍ଷଣରୁ ଏଭଳି ହାଇସ୍ପିଡ୍ ବସ୍ତୁକୁ ଟ୍ରାକ୍ କରିବା ଏବଂ ନିଷ୍କ୍ରିୟ କରିବାର କ୍ଷମତାକୁ ନିଶ୍ଚିତ କରାଯାଇଛି। ଏହି ସଫଳ ପରୀକ୍ଷଣରେ ରୁଷୀୟ ଆଭାନଗାର୍ଡ ଭଳି ଉନ୍ନତ ରଣନୈତିକ ହାଇପରସୋନିକ୍ କ୍ଷେପଣାସ୍ତ୍ର ଏବଂ କମ୍ ଜଟିଳ କ୍ଷେପଣାସ୍ତ୍ର ଉପରେ ପରୀକ୍ଷଣ ମଧ୍ୟ ଅନ୍ତର୍ଭୁକ୍ତ ଥିଲା । ହାଇପରସୋନିକ୍ ବିପଦ ବିରୋଧରେ ଏକ ନିର୍ଭରଯୋଗ୍ୟ ପ୍ରତିରକ୍ଷା ବ୍ୟବସ୍ଥା ଭାବରେ ଏହାର ସାମର୍ଥ୍ୟକୁ ନିଶ୍ଚିତ କରିବା ପାଇଁ ବିଭିନ୍ନ ପର୍ଯ୍ୟାୟରେ ଏହି ପରୀକ୍ଷଣ କରାଯାଇଥିଲା। ସୂଚନାଯୋଗ୍ୟ ଯେ ଭାରତ ରୁଷଠାରୁ ଏସ-୪୦୦ କିଣିସାରିଛି । କିନ୍ତୁ ଆଗକୁ ଏସ୫୦୦ ମଧ୍ୟ କିଣିବାକୁ ଆଗ୍ରହ ଦେଖାଇପାରେ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    27.5 ° C
    27.5 °
    27.5 °
    75 %
    2.2kmh
    7 %
    Mon
    29 °
    Tue
    30 °
    Wed
    29 °
    Thu
    30 °
    Fri
    31 °

    ସମ୍ବନ୍ଧିତ