Saturday, July 27, 2024
24.5 C
Odisha

    ମହାନଦୀ ମାରୱାଡ଼ି ଘାଟରୁ ଉଠିଲା ୧୧ଶହ କଳସ, ଆସନ୍ତାକାଲି ମା’ ସମଲେଇ ପ୍ରକଳ୍ପର ଲୋକାର୍ପଣ ଉତ୍ସବ

    ଆଗକୁ ପଢନ୍ତୁ

    ସଜେଇ ହେଉଛି ମା’ ସମଲେଶ୍ୱରୀଙ୍କ ପୀଠ । ଆସନ୍ତାକାଲି ସମଲେଇ ପୀଠର ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପୁରୀ ପରିକ୍ରମା ପ୍ରକଳ୍ପ ପରେ ଏହା ରାଜ୍ୟ ସରକାରଙ୍କ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ । ପଶ୍ଚିମ ଓଡ଼ିଶାର ଆରାଧ୍ୟ ମା’ ସମଲେଶ୍ୱରୀଙ୍କ ମନ୍ଦିରର ଭବ୍ୟ ରୂପାନ୍ତରଣ କରାଯାଇଛି । ଭକ୍ତଙ୍କୁ ଦିବ୍ୟ ଅନୁଭବ ଦେବା ପାଇଁ ପ୍ରୟାସ ହୋଇଛି । ବିଶେଷ କରି ମନ୍ଦିର ସୁରକ୍ଷା, ବିକାଶ ଓ ଭକ୍ତଙ୍କ ସୁବିଧାକୁ ଦିଆଯାଇଛି ଗୁରୁତ୍ୱ । ସୁନ୍ଦର ଢଙ୍ଗରେ ସଜେଇ ହୋଇଛି ମା’ ସମଲେଶ୍ୱରୀ ମନ୍ଦିର । ରଙ୍ଗ ବେରଙ୍ଗ ଆଲୋକ ମାଳାରେ ସଜେଇ ହୋଇଛି ସମଲେଶ୍ୱରୀ ପୀଠ । ଏହା ପୂର୍ବରୁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଂଚିଛି । ହଜାର ହଜାର ଭକ୍ତଙ୍କ ସମାଗମକୁ ଦୃ୍ଷ୍ଟିରେ ରଖି ସୁରକ୍ଷାବ୍ୟବସ୍ଥା କଡ଼ାକଡ଼ି କରାଯାଇଛି । ସୁରକ୍ଷା ଦୃଷ୍ଟିରୁ ୩୫ ପ୍ଲାଟୁନ ଫୋର୍ସ ମୁତୟନ କରାଯିବ । ଶ୍ରଦ୍ଧାଳୁଙ୍କ ଦର୍ଶନ ପାଇଁ ବ୍ୟାରିକେଡ୍ ବ୍ୟବସ୍ଥା ମଧ୍ୟ କରାଯାଇଛି । ଲୋକାର୍ପଣ ଦିନ ସନ୍ଧ୍ୟାରେ ସାଂସ୍କୃତିକ ତଥା ଆଧ୍ୟାତ୍ମିକ କାର୍ଯ୍ୟକ୍ରମର ଆୟୋଜନ କରାଯିବ । ତେବେ କାଲି ଉଦଘାଟନ ଉତ୍ସବ ପାଇଁ ସକାଳ ୯ଟାରୁ ମଧ୍ୟାନ ୨ଟା ଯାଏ ସାଧାରଣ ଦର୍ଶନ ବନ୍ଦ ରହିବ ।ଆରମ୍ଭ ହେଲା କଳସ ଯାତ୍ରା । ମହାନଦୀ ମାରୱାଡ଼ି ଘାଟରୁ ଉଠିଲା ୧୧ଶହ କଳସ । ସମ୍ବଲପୁରର ବିଭିନ୍ନ ସ୍ଥାନରୁ ଆସି ସ୍ୱତଃପ୍ରବୃତ ଭାବେ ଏହି କଳସ ଯାତ୍ରାରେ ସାମିଲ ହୋଇଛନ୍ତି ମହିଳାମାନେ । ବିଭିନ୍ନ ବର୍ଗର ମହିଳାମାନେ ଏହି କଳସ ଯାତ୍ରାରେ ସାମିଲ ହୋଇଛନ୍ତି । ଉପବାସ ରହି କଳସ ଶୋଭାଯାତ୍ରାରେ ଜଳ ନେଇ ମହାନଦୀରୁ ମନ୍ଦିର ଯିବେ । ନଗର ପରିକ୍ରମା କରି ମନ୍ଦିରରେ ପହଂଚିବା ପରେ ମା ସମଲେଇ ପାଖରେ ଉପବାସ ଭାଙ୍ଗିବେ । ତେଣୁ ଏହି କଳସ ଯାତ୍ରାରେ ସାମିଲ ହୋଇ ଖୁସି ଥିବା କହିଛନ୍ତି ମହିଳା ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    24.5 ° C
    24.5 °
    24.5 °
    97 %
    2.6kmh
    100 %
    Fri
    24 °
    Sat
    25 °
    Sun
    29 °
    Mon
    30 °
    Tue
    30 °

    ସମ୍ବନ୍ଧିତ