Thursday, May 29, 2025
29.5 C
Odisha

    BELରେ ଖାଲି ପଡିଛି ନିଯୁକ୍ତି ପଦବୀ, ଜାଣନ୍ତୁ କିପରି କରିବେ ଆବେଦନ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର : ସରକାରୀ ଚାକିରି ଅପେକ୍ଷାରେ ଥିବା ପ୍ରାର୍ଥୀଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ । ଇଞ୍ଜିନିୟର ସହିତ ଅନ୍ୟାନ୍ୟ ପଦବୀ ଭର୍ତ୍ତି ପାଇଁ BEL ନୋଟିଫିକେସନ ଜାରି କରିଛି । ମେ ୨୦ରୁ  ଜୁନ୍ ୪ ପର୍ଯ୍ୟନ୍ତ ଆବେଦନକାରୀ ଆବେଦନ କରିପାରିବେ ।ଏହାର ପଦବୀ ସଂଖ୍ୟା 28। ଆବେଦନକାରୀଙ୍କ ବୟସ ସୀମା ୩୦ବର୍ଷ ହୋଇଥିବା ଆବଶ୍ୟକ । ଏସସି, ଏସଟି, ଓବିସି ଏବଂ PWD ବର୍ଗର ପ୍ରାର୍ଥୀଙ୍କ ପାଇଁ ବୟସ ସୀମା ଛାଡ କରାଯାଇଛି। ଆବେଦନକାରୀ ଯେକୌଣସି ମାନ୍ୟତାପ୍ରାପ୍ତ ବିଦ୍ୟାଳୟରୁ BE ଏବଂ B.Tech ଡିଗ୍ରୀ ହାସଲ କରିଥିବା ଜରୁରୀ । ମନୋନୀତ ହୋଇଥିବା ପ୍ରାର୍ଥୀଙ୍କ ଦରମା ୪୦,୦୦୦ରୁ ୫୫,୦୦୦ ମଧ୍ୟରେ ଧାର୍ଯ୍ୟ କରାଯାଇଛି ।

    ଲିଖିତ ଏବଂ ଇଣ୍ଟରଭ୍ୟୁ ଆଧାରରେ ପ୍ରାର୍ଥୀଙ୍କୁ ଚୟନ କରାଯିବ । ଲିଖିତ ପରୀକ୍ଷାରେ ମନୋନୀତ ହୋଇଥିବା ପ୍ରାର୍ଥୀଙ୍କୁ ଇଣ୍ଟରଭ୍ୟୁ ପାଇଁ ଡକାଯିବ । ମେରିଟ୍ ଲିଷ୍ଟ ଆଧାରରେ ଶେଷ ଚୟନ ପ୍ରକ୍ରିୟାର ସମାପ୍ତ କରାଯିବ । ଇଚ୍ଛୁକ ପ୍ରାର୍ଥୀ ପ୍ରଥମେ BELର ୱେବସାଇଟକୁ ଯାଆନ୍ତୁ । ହୋମ ପେଜରେ ଥିବା Recruitment ସେକ୍ସନ ଉପରେ କ୍ଲିକ୍ କରନ୍ତୁ । ସେଥିରେ ଦିଆଯାଇଥିବା ନିର୍ଦ୍ଦେଶାବଳୀକୁ ଭଲରେ ପଢନ୍ତୁ । ଅନଲାଇନ ଲିଙ୍କ୍ ଉପରେ କ୍ଲିକ୍ କରନ୍ତୁ ।  ଅଧିକ ବିବରଣୀ ପୂରଣ କରି ଡକ୍ୟୁମେଣ୍ଟକୁ ଅପଲୋଡ କରନ୍ତୁ ।  ଶେଷରେ ଫର୍ମ ସବମିଟ୍ କରି ଏକ ପ୍ରିଣ୍ଟଆଉଟ କାଢି ସୁରକ୍ଷିତରେ ରଖନ୍ତୁ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    29.5 ° C
    29.5 °
    29.5 °
    64 %
    2.6kmh
    100 %
    Thu
    29 °
    Fri
    36 °
    Sat
    37 °
    Sun
    37 °
    Mon
    40 °

    ସମ୍ବନ୍ଧିତ