Saturday, October 3, 2026
23.6 C
Odisha

    ଉପକାରୀ ଜିରା, ଏସବୁ ସ୍ବାସ୍ଥ୍ୟ ସମସ୍ୟାକୁ କରିଥାଏ ଦୂର

    ଆଗକୁ ପଢନ୍ତୁ

    ଜିରା କେବଳ ଖାଦ୍ୟର ସ୍ବାଦ ବୃଦ୍ଧି କରିଥାଏ ତାହା ନୁହେଁ, ଏଥିରେ ଭରି ରହିଥିବା ବହୁ ଔଷଧୀୟ ଗୁଣ ଅନେକ ରୋଗରୁ ମଧ୍ୟ ଆମକୁ ମୁକ୍ତି ଦେଇଥାଏ। ବିଶେଷକରି ଗ୍ୟାସ୍‌ ହୋଇ ପେଟ ଫୁଲିଥିଲେ କିମ୍ବା ଆମ୍ବିଳା ହେକୁଟି ହେଉଥିଲେ କିଛି ଜିରାକୁ ଚୋବାଇ ଉଷୁମ ପାଣି ପିଇଦେଲେ ବେଶ୍‌ ଆରାମ ମିଳିଥାଏ। କେବଳ କଞ୍ଚା ଜିରା କାହିଁକି ଭଜା ଜିରାର ଗୁଣ୍ଡକୁ ବି ସେବନ କଲେ ଅନେକ ଉପକାର ମିଳେ। ଯଦି ଥଣ୍ଡା ହୋଇ ବାରମ୍ବାର ଛିଙ୍କ ହେଉଥାଏ, ତା’ହେଲେ ଜିରା ଗୁଣ୍ଡକୁ ଏକ କପଡ଼ାରେ ବାନ୍ଧି ବାରମ୍ବାର ଶୁଙ୍ଘିଲେ ଛିଙ୍କ ବନ୍ଦ ହୋଇଯାଇଥାଏ ବୋଲି ଏକ ପରୀକ୍ଷଣରୁ ଜଣାପଡିଛି। ସେହିପରି ପାଚନ ତନ୍ତ୍ର ଦୁର୍ବଳ ହୋଇ ଯାଉଥିଲେ ଭଜା ଜିରାର ଗୁଣ୍ଡକୁ କିଛି ଦିନ ସେବନ କଲେ ଅନେକ ଉପକାର ମିଳେ; କାରଣ ଏଥିରେ ଆଣ୍ଟିଅକ୍ସିଡାଣ୍ଟର କିଛି ଗୁଣ ରହିଛି। ମୁଣ୍ଡବିନ୍ଧା ହେଉଥିଲେ ଜିରା ଗୁଣ୍ଡରେ କିଛି ମିସିରି ମିଶାଇ ଖାଇଲେ ବି ଅନେକାଂଶରେ ଶାନ୍ତି ମିଳିଥାଏ ବୋଲି ବିଶ୍ୱାସ କରାଯାଏ। କେବଳ ଏତିକି ନୁହେଁ, ଚୁଟି ଝଡୁଥିଲେ କିମ୍ବା କୃମି ହେଉଥିଲେ ଅଥବା ଶରୀରରେ ରକ୍ତର ପରିମାଣ କମ୍‌ ଥିଲେ ଜିରା ଗୁଣ୍ଡକୁ ସେବନ କରିବା ବି ଶରୀରକୁ ଅନେକ ଫାଇଦା ଦେଇଥାଏ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    23.6 ° C
    23.6 °
    23.6 °
    79 %
    1.6kmh
    7 %
    Sat
    23 °
    Sun
    30 °
    Mon
    31 °
    Tue
    31 °
    Wed
    31 °

    ସମ୍ବନ୍ଧିତ