Sunday, October 4, 2026
28.6 C
Odisha

    ଭୟାବହ ଭୂସ୍ଖଳନ ପ୍ରଭାବିତ ସ୍ଥାନକୁ ଯିବା ସମୟରେ ଦୁର୍ଘଟଣାର ସମ୍ମୁଖୀନ ହେଲେ ସ୍ବାସ୍ଥ୍ୟମନ୍ତ୍ରୀ: ଅଳ୍ପକେ ବର୍ତ୍ତିଲା ଜୀବନ

    ଆଗକୁ ପଢନ୍ତୁ

    ୱାୟନାଡ଼: କେରଳର ୱାୟନାଡ଼ରେ ୪ ଘଣ୍ଟା ବ୍ୟବଧାନରେ ଘଟିଥିବା କ୍ରମାଗତ ତିନିଟି ଭୂସ୍ଖଳନରେ ୫ଟି ଗାଁ ସଂପୂର୍ଣ୍ଣ ଧୋଇ ହୋଇଯାଇଛି। ବର୍ତ୍ତମାନ ସୁଦ୍ଧା ମାଟି ଭିତରୁ ୧୫୬ ଜଣଙ୍କ ମୃତ ଦେହକୁ ଉଦ୍ଧାର ହୋଇଥିବା ବେଳେ ୧୮୦ ଜଣରୁ ଅଧିକ ଆହତ ହୋଇଛନ୍ତି। ଏଥି ସହିତ ୧୦୦ରୁ ଅଧିକ ଲୋକ ଆହୁରି ଫସି ରହିଥିବା ସନ୍ଦେହ କରାଯାଉଛି।କେରଳ ସ୍ୱାସ୍ଥ୍ୟ ମନ୍ତ୍ରୀ ବୀଣା ଜର୍ଜ ଭୂସ୍ଖଳନ ପ୍ରଭାବିତ ସ୍ଥଳ ତଥା ପ୍ରଭାବିତଲୋକ ଓ ମୃତକଙ୍କ ପରିବାରଲୋକଙ୍କୁ ବୁଧବାର ଭେଟିବା ପ‌ାଇଁ  ବାହାରିଥିଲେ।  ଏହି ସମୟରେ ତାଙ୍କ କାର ମଲପ୍ପୁରମ୍‌ର ମଞ୍ଚେରୀରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ସୌଭାଗ୍ୟବଶତଃ ସ୍ୱାସ୍ଥ୍ୟ ମନ୍ତ୍ରୀ ବୀଣା ଜର୍ଜଙ୍କ ଜୀବନ ଏହି ଦୁର୍ଘଟଣାରରୁ ରକ୍ଷା ପାଇଯାଇଛି। ହେଲେ ସେ ଏହି ଦୁର୍ଘଟଣାରେ ସାମାନ୍ୟ ଆହତ ହୋଇଥିବାରୁ ଚିକିତ୍ସା ପାଇଁ ମଞ୍ଚେରୀ ମେଡିକାଲ କଲେଜରେ ଭର୍ତ୍ତି କରାଯାଇଛି। ସେଠାରେ ତାଙ୍କର ଚିକିତ୍ସା ଚାଲିଛି।ସୂଚନାଯୋଗ୍ୟ, ଗତକାଲିର ଭୂସ୍ଖଳନରେ ‌ୱାୟନାଡ଼ ଜିଲ୍ଲାର ମେପ୍ପାଡି, ମୁଣ୍ଡାକ୍କାଇ, ଅଟ୍ଟାଲାମାଲା, ନୁଲପୁଝା ଓ ଚୁରାଲମାଲା ଗାଁ ସର୍ବାଧିକ ପ୍ରଭାବିତ ହୋଇଛି। ପ୍ରଥମେ ଉପରମୁଣ୍ଡରେ ଥିବା ମେପ୍ପାଡି ଗାଁକୁ ଭୂସ୍ଖଳନ ସଂପୂର୍ଣ୍ଣ ଧୋଇ ଦେଇଥିଲା। ପରେ ଲକ୍ଷଲକ୍ଷ କ୍ବିଣ୍ଟାଲର ମାଟି, ପଥର, କାଦୁଅ ଆଦି ଅନ୍ୟଗାଁ ଉପରେ ମାଡ଼ିଯାଇଥିଲା। ବଡି ଭୋରରେ ଲୋକମାନେ ଗଭୀର ନିଦରେ ଶୋଇଥିବା ବେଳେ ଏହି ବିପର୍ଯ୍ୟୟ ଘଟିଥିଲା। ଏଣୁ ଅନେକଙ୍କ ଜୀବନ ଶୋଇଥିବା ଅବସ୍ଥାରେ ହିଁ ଚାଲିଯାଇଥିବାର ଦୁଃଖଦ ଘଟଣା ସାମ୍ନାକୁ ଆସିଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    28.6 ° C
    28.6 °
    28.6 °
    69 %
    1.5kmh
    4 %
    Sun
    26 °
    Mon
    31 °
    Tue
    31 °
    Wed
    31 °
    Thu
    30 °

    ସମ୍ବନ୍ଧିତ